ଇରାନ କରିଥିଲା ଟ୍ରମ୍ପଙ୍କ ହତ୍ୟା ଷଡ଼ଯନ୍ତ୍ର ? ତେହେରାନର ଅସ୍ବୀକାର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ତେହେରାନ ଷଡ଼ଯନ୍ତ୍ର କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଇରାନ୍ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଏହି ରିପୋର୍ଟକୁ ଇସ୍ରାଏଲର ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି।

iran

ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ତେହେରାନ ଷଡ଼ଯନ୍ତ୍ର କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଇରାନ୍ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଏହି ରିପୋର୍ଟକୁ ଇସ୍ରାଏଲର ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି।

ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଇରନା ଅନୁଯାୟୀ, ଇସ୍ମାଇଲ ବାଘାଇ ହମାନେହ ଶନିବାର  କହିଛନ୍ତି ଯେ ବର୍ତ୍ତମାନ ଯୁଗରେ ଏଭଳି ଦାବିର ପୁନରାବୃତ୍ତି ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଥିବା ପ୍ରସଙ୍ଗକୁ ଆହୁରି ଜଟିଳ କରିବା ପାଇଁ ଏକ ଘୃଣ୍ୟ ଷଡ଼ଯନ୍ତ୍ର। 

ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଇରନା ଅନୁଯାୟୀ, ଇସ୍ମାଇଲ ବାଘାଇ ହମାନେହ ଶନିବାର (ନଭେମ୍ବର ୦୯) କହିଛନ୍ତି ଯେ ବର୍ତ୍ତମାନ ଯୁଗରେ ଏଭଳି ଦାବିର ପୁନରାବୃତ୍ତି ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଥିବା ପ୍ରସଙ୍ଗକୁ ଆହୁରି ଜଟିଳ କରିବା ପାଇଁ ଏକ ଘୃଣ୍ୟ ଷଡ଼ଯନ୍ତ୍ର। 
ଅତୀତରେ ବି ଇରାନ ବିରୋଧରେ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ଏଭଳି ଦାବିର ମିଛ ମଧ୍ୟ ପଦାକୁ ଆସିଛି ବୋଲି ଇସ୍ମାଇଲ ବାଘାଇ ହମାନେହ କହିଛନ୍ତି।

ଦେଶର ଅଧିକାରରକ୍ଷା ପାଇଁ ତେହେରାନ ସମସ୍ତ ଆଇନଗତ ଓ ବୈଧ ଉପାୟ ଅବଲମ୍ବନ କରିବ ବୋଲି ବାଘାଇ କହିଛନ୍ତି। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକା ସରକାର ଜଣେ ଆଫଗାନିସ୍ତାନ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe