ଡ୍ରେସ କୋର୍ଡକୁ ବିରୋଧ କରି କ୍ୟାମ୍ପସରେ ପୋ‌ଷାକ ଖୋଲି ଦେଲେ ଛାତ୍ରୀ

Advertisment

ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ହିଜାବ ଓ ଡ୍ରେସ କୋର୍ଡକୁ ନେଇ ଥିବା ନିୟମର ବିରୋଧ କରି ନିଜର ପୋଷାକ ଖୋଲି ଦେଇଥିଲେ। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟର କୁଳପତି ଦେଇଛନ୍ତି ପ୍ରତିକ୍ରିୟା।

ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ହିଜାବ ଓ ଡ୍ରେସ କୋର୍ଡକୁ ନେଇ ଥିବା ନିୟମର ବିରୋଧ କରି ନିଜର ପୋଷାକ ଖୋଲି ଦେଇଥିଲେ। ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟର କୁଳପତି ଦେଇଛନ୍ତି ପ୍ରତିକ୍ରିୟା।

ଦବପନ

ନୂଆଦିଲ୍ଲୀ: ଇରାନରେ ଜଣେ ଛାତ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସର୍ବସାଧାରଣରେ ନିଜର ପୋଷାକ ଖୋଲି ଦେଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ଇରାନରେ ଡ୍ରେସ୍ କୋଡକୁ ନେଇ ଥିବା କଠୋର ନିୟମ ମଧ୍ୟରେ ଛାତ୍ରୀଙ୍କ ଏଭଳି ପ୍ରଦର୍ଶନ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଶନିବାର ଦିନ ଜଣେ ଛାତ୍ରୀ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ନିଜର ପୋଷାକ ଖୋଲି ବିରୋଧ ପ୍ରଦର୍ଶନ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ପ୍ରକାଶିତ ରିପୋର୍ଟ ମୁତାବକ, ଇରାନରେ ହିଜାବକୁ ନେଇ ବିରୋଧର ସ୍ୱର ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି। ଇସଲାମିକ୍ ହିଜାବ ଓ ଡ୍ରେସ୍ କୋଡକୁ ନେଇ କଡ଼ା ନିୟମ ରହିଛି। କେବଳ ଏତିକି ନୁହେଁ ପୋଷାକ ପରିଧାନକୁ ନେଇ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ବି ଲାଗୁ କରାଯାଇଛି। ଏହାକୁ ବିରୋଧ କରି ଜଣେ ଛାତ୍ରୀ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଜର ପୋଷାକ ଖୋଲି ବିରୋଧ ପ୍ରଦର୍ଶନ କରିଥିଲେ।

ବିଶ୍ୱବିଦ୍ୟାଳୟର କୁଳପତି ଅମୀର ମହଜବ କହିଛନ୍ତି, ‘ଏହି ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ ଏବଂ ସେ କିଛି ମାନସିକ ରୋଗରେ ପୀଡ଼ିତ ଥିବା ଭଳି ଲାଗୁଥିଲେ। ତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଛି।

ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଏଭଳି ବିବାଦୀୟ ଶୈଳୀରେ ବିରୋଧ ପ୍ରଦର୍ଶନ କରିଥିବା ଯୁବତୀ ଜଣକ ତେହରାନ ସାଇନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟିର ଛାତ୍ରୀ, ଯାହାଙ୍କ ନାମ ଅହୁ ଦରୟାଇ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe