Iran Conflict: ଇରାନରେ ଭୟଙ୍କର ସ୍ଥିତି: ମରଶରୀର ରଖିବାକୁ ନାହିଁ ସ୍ଥାନ!

Advertisment

ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଏବଂ ହିଂସା ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନକାରୀଙ୍କ ଉପରେ ଇରାନ ସରକାରଙ୍କ କାର୍ଯାନୁଷ୍ଠାନ ଫଳରେ ହଜାର ହଜାର ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଯାଇଛି। ରାସ୍ତାରେ ସୁରକ୍ଷାକର୍ମୀ ଲୋକଙ୍କ ଉପରକୁ ସିଧାସଳଖ ଗୁଳି ଚଳାଉଛନ୍ତି।

ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଏବଂ ହିଂସା ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନକାରୀଙ୍କ ଉପରେ ଇରାନ ସରକାରଙ୍କ କାର୍ଯାନୁଷ୍ଠାନ ଫଳରେ ହଜାର ହଜାର ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଯାଇଛି। ରାସ୍ତାରେ ସୁରକ୍ଷାକର୍ମୀ ଲୋକଙ୍କ ଉପରକୁ ସିଧାସଳଖ ଗୁଳି ଚଳାଉଛନ୍ତି।

Untitled-21

ତେହେରାନ: ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଏବଂ ହିଂସା ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନକାରୀଙ୍କ ଉପରେ ଇରାନ ସରକାରଙ୍କ କାର୍ଯାନୁଷ୍ଠାନ ଫଳରେ ହଜାର ହଜାର ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଯାଇଛି। ରାସ୍ତାରେ ସୁରକ୍ଷାକର୍ମୀ ଲୋକଙ୍କ ଉପରକୁ ସିଧାସଳଖ ଗୁଳି ଚଳାଉଛନ୍ତି। ଇରାନ ରାଜଧାନୀ ତେ‌ହେରାନରେ ଏବେ ହସ୍ପିଟାଲ ଗୁଡ଼ିକରେ ମରଶରୀର ପାଇଁ ଆଉ ଜାଗା ନାହିଁ। ରାସ୍ତାରୁ ବୁଲଡୋଜର ଲଗାଇ ମରଶରୀର ଗୁଡ଼ିକୁ ସଫା କରାଯାଉଛି।

ସବୁଠାରୁ ଦୁଃଖଦାୟକ ହେଉଛି ପରିବାରଗୁଡ଼ିକୁ ଗୁଳି ପାଇଁ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି, ଯେଉଁ ଗୁଳିରେ ସେମାନଙ୍କ ପିଲାଙ୍କୁ ହତ୍ୟା କରାଯାଇଛି। ଏହା ହେଉଛି ଏବେ ଇରାନରେ ବାସ୍ତବ ସ୍ଥିତି। ଭାରତରେ ରହୁଥିବା କିଛି ଇରାନ ନାଗରିକ ଇରାନରେ ସେମାନଙ୍କ ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ପାଖରୁ ପାଇଥିବା ସୂଚନାରୁ ଏହା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Bill & Melinda Gates Foundation: ୫୦୦ କର୍ମଚାରୀଙ୍କୁ ଛଟେଇ କରିବ ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ

କ’ଣ କହିଲେ ଭାରତୀୟ?

ତେହେରାନର ଜଣେ ବାସିନ୍ଦା ଅବଗିନେ ଖାକି ଯିଏ କି ଏବେ ଦକ୍ଷିଣ ଭାରତର ଏକ ସହରରେ ରହୁଛନ୍ତି ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ବାପା ମା’ଙ୍କ ସହ କଥା ହୋଇଥିଲେ। ସେମାନେ ସୁରକ୍ଷିତ ଥିବା କହିଛନ୍ତି। କିନ୍ତୁ ସେମାନଙ୍କ ଚାରି ପାଖରେ କେବଳ ମରଶରୀର ଦେଖି ସେମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅବଗିନେ କହିଛନ୍ତି, ତେହରାନରେ ହସ୍ପିଟାଲ ଗୁଡ଼ିକରେ ମରଶରୀର ଭର୍ତ୍ତି ହୋଇଥିବା ତାଙ୍କ ବାପା କହିଛନ୍ତି। ପ୍ରଶାସନ ଏବେ ରାସ୍ତା ସଫା କରିବାପାଇଁ ବୁଲଡୋଜର ବ୍ୟବହାର କରୁଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି ମରଶରୀରଗୁଡ଼ିକୁ‌ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦେବାପାଇଁ ମଧ୍ୟ ୩,୬୦,୦୦୦ ଟଙ୍କା ଦାବି କରାଯାଉଛି। ଟଙ୍କା ନଦେଲେ ମରଶରୀର ଦିଆଯାଉନି। କିିଛି ଅଧିକାରୀ ମଧ୍ୟ ଗୁଳିର ଟଙ୍କା ବି ମାଗୁଛନ୍ତି। ଖାକି କହିଛନ୍ତି, ଲୋକଙ୍କ ପାଇଁ ଏବେ ଅତ୍ୟନ୍ତ ସମସ୍ୟା ଉପୁଜିଛି। ସେମାନେ ବ୍ରେଡ୍‌ ଏବଂ ଅଣ୍ଡା ବି କିଣି ଖାଇପାରୁନାହାନ୍ତି। ମଙ୍ଗଳବାର ଇରାନ ସରକାର ଅନ୍ତର୍ଜାତୀୟ କଲ୍‌ ପାଇଁ ଅନୁମତି ‌ଦେବାପରେ ଅବଗିନେ ଖାକି ତାଙ୍କ ପରିବାର ସଦସ୍ୟଙ୍କ ସହ ୩୦ ମିନିଟ୍‌ କଥା ହୋଇପାରିଥିଲେ।

ଆହୁରି ପଢ଼ନ୍ତୁ: ED–Jharkhand police face-off: ଝାଡ଼ଖଣ୍ଡରେ ପଶ୍ଚିମବଙ୍ଗ ଭଳି ପରିସ୍ଥିତି, ଇଡି-ପୁଲିସ ମୁହାଁମୁହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe