ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ମଧ୍ୟରେ ବନ୍ଦ ହୋଇଛି ଯୁଦ୍ଧ । ଦୀର୍ଘ ୧୨ ଦିନର ଲଢେଇ ପରେ ଦୁଇ ଦେଶ ଭିତରେ ଥମିଛି ଆକ୍ରମଣ ପ୍ରତିଆକ୍ରମଣ । ୧୩ ଜୁନରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ୧୨ ଦିନ ପରେ ବିରାମ ଲାଗିଛି । ଆଉ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯବନିକା ଟଣା ହୋଇଛି । ହେଲେ ଏହି ଯୁଦ୍ଧରେ, ବିତି ଯାଇଥିବା ଏହି ୧୨ ଦିନରେ କିଏ ହରାଇଲା କଣ ? କାହାର ହୋଇଛି କେତେ କ୍ଷତି ? ଆସନ୍ତୁ ସେ ବାବଦରେ ନଜର ପକାଇବା

Advertisment

ଭାଙ୍ଗି ଯାଇଛି ଇରାନର ଅଣ୍ଟା

ଇରାନ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଥିବା ବେଳେ ଇରାନ ଉପରେ ବଡ ହମଲା କରିଥିଲା । ଇରାନ ଉପରେ ଖାଲି ଇସ୍ରାଏଲ ନୁହେଁ ବରଂ ଜୁନ ୨୨ ତାରିଖରେ ଆମେରିକା ମଧ୍ୟ ଆକ୍ରମଣ କରିଥିଲା । ଅପରେସନ୍ ମିଡନାଇଟ୍ ହେମର ଜରିଆରେ ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା । ଇସ୍ରାଏଲ ଏବଂ ଆମେରିକା ଦୁଇ ଦେଶ ମିଶି ଇରାନ ଉପରେ ଆକ୍ରମଣ କରିଥିବାରୁ ଇରାନରେ ଧ୍ବଂସର ଲୀଳା ଖେଳିଯାଇଛି । ସବୁଠି ଛାରଖାର, ଶତାଧିକ ଜୀବନ ଯାଇଛି, ସହର ସବୁ ଶ୍ମଶାନ ପାଲଟିଯାଇଛି ଏବଂ ବଡ ବଡ କୋଠା ସବୁ ମାଟିରେ ମିଶି ଯାଇଛି ।

ଇସ୍ରାଏଲ ଇରାନ ଉପରେ ୨୦୦ରୁ ଅଧିକ ଲଢୁଆ ବିମାନ ନେଇ ଆକ୍ରମଣ କରୁଥିବା ବେଳେ ୩୫୦ରୁ ଅଧିର ମିସାଇଲ୍ ମାଡ କରିଥିଲା । ଯେଉଁଥିରେ ୮୦୦ ପାଖାପାଖି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି । ହମଲାରେ ସାଧାରଣ ନାଗରିକଙ୍କ ସମେତ ଅନେକ ନେତା, ସୈନ୍ୟ, ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି ।

ଇସ୍ରାଏଲର ଅବସ୍ଥା ସେତେ ବି ବିଗିଡିନି..

ଇସ୍ରାଏଲର ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ ୪୫୦ ମିସାଇଲ୍ ମାଡ କରିଥିବା ବେଳେ ୧୦୦୦ରୁ ଅଧିକ ଡ୍ରୋନ ହମଲା କରିଥିଲା । ତେବେ ଇରାନର ଆକ୍ରମଣକୁ ପ୍ରତିହତ କରିବାକୁ ଇସ୍ରାଏଲ ଚେଷ୍ଟା କରିଥିବା ବେଳେ ନାଗରିକଙ୍କୁ ବଙ୍କରରେ ରଖିଥିଲା । ଇରାନ ହମଲାରେ ଇସ୍ରାଏଲର ୩୦ ପାଖାପାଖି ଲୋକଙ୍କ ମୃତ୍ୟୁ ହଇଥିବା ବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଅଛନ୍ତି । 

ତେବେ ଯୁଦ୍ଧ ପାଇଁ ଦୁଇ ଦେଶରେ କେବଳ ଲୋକଙ୍କ ଜୀବନ ଯାଇନି ବରଂ ଅନେକ ବ୍ୟବସାୟ ପ୍ରତିଷ୍ଠାନ ନଷ୍ଟ ହୋଇଛି । ସହର ଧ୍ବଂସ ହୋଇଛି, ରାସ୍ତା ଘାଟ, ସେନା ଘାଟି, ଏୟାରବେସ୍ ଆଦି ପ୍ରଭାବିତ ହୋଇଛି । ତେବେ ଉପରୋକ୍ତ ଘଟଣାକୁ ଯଦି ଆପଣ ଅନୁଧ୍ୟାନ କରିବେ ତାହାଲେ ଜାଣିପାରିବେ ଯେ ଯୁଦ୍ଧ କେବଳ ନିଏ, କିଛି ଦିଏନି । ଯୁଦ୍ଧରେ ସବୁ ଧ୍ବଂସ ହୁଏ କିଛି ସୃଷ୍ଟି ହୁଏନି.. ତେଣୁ ଯୁଦ୍ଧ ସବୁ ସମସ୍ୟାର ସମାଧାନ ନୁହେଁ, ଯୁଦ୍ଧ କରିବା ଆଗରୁ ହଜାର ଥର ଭାବିବା ଦରକାର.. 

ଅଧିକ ପଢନ୍ତୁ-

ଯୁଦ୍ଧରେ ଯବନିକା ଟାଣିବାକୁ ଖୋଜାପଡନ୍ତି ଟ୍ରମ୍ପ୍: ଭାରତ-ପାକିସ୍ତାନ ପରେ ଇରାନ-ଇସ୍ରାଏଲ ଯୁଦ୍ଧରେ ବିରାମ , ମିଳିବ କି ନୋବେଲ ଶାନ୍ତି ପୁରସ୍କାର ?