ଇରାକ୍‌ସ୍ଥିତ ଦୁଇ ଆମେରିକୀୟ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ୍‌: ପେଣ୍ଟାଗନ୍‌

Advertisment
ଇରାକ୍‌ସ୍ଥିତ ଦୁଇ ଆମେରିକୀୟ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ୍‌: ପେଣ୍ଟାଗନ୍‌

Image Source: Hindustan Times

ତେହେରାନ୍‌: ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ସ୍ଥିତ ଦୁଇଟି ଆମେରିକୀୟ ଏୟାର୍‌ବେସ୍‌ରେ ବୁଧବାର ଦିନ ଇରାନ୍‌ କେତେଗୁଡ଼ିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ପେଣ୍ଟାଗନ୍‌ କହିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ହେଉଥିବା ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରୟୋଗ କରି ଇରାନ୍‌, ପ୍ରତିଆକ୍ରମଣ ନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସେ ଅଞ୍ଚଳରେ ଥିବା ତା’ର ମିତ୍ରରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛି। ଶୀର୍ଷସ୍ତରୀୟ ଇରାନୀୟ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ହତ୍ୟା ଯୋଗୁଁ ପ୍ରତିଶୋଧପରାୟଣ ହୋଇ ଇରାନ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଇରାନ୍‌ର ରାଷ୍ଟ୍ରାୟାତ ଟେଲିଭିଜନ୍‌ କହିଛି।

କ୍ଷେପଣାସ୍ତ୍ର ମାଡ଼ ହୋଇଥିବା କଥା ସତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି। ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳି ପାରିନାହିଁ। କିନ୍ତୁ, ପ୍ରାଥମିକ ଭାବେ ଇରାନ୍‌ କହିଥିଲା କି, ମାତ୍ର ଗୋଟିଏ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି।

publive-image Image Source: Hindustan Times

ମଙ୍ଗଳବାର ଦିନ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ଅନ୍ତିମ ସଂସ୍କାର କେର୍‌ମାନ୍‌ ଠାରେ ସମାପନ ହେବା ବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଇରାନ୍‌ କହିଛି।

ଇରାକ୍‌ର ପଶ୍ଚିମରେ ଥିବା ଅନବର ପ୍ରଦେଶର ‘ଆଇନ ଅସାଦ’ ଏୟାର୍‌ବେସ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା କଥା ଇରାନ୍‌ର ବିପ୍ଳବୀ ସଂଗଠନ ‘ରିଭୋଲ୍ୟୁସନାରି ଗାର୍ଡ’ କହିଛି। ଇରାନ୍‌ର ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ଆଇଆର୍‌ଏନ୍‌ଏ’ ମାଧ୍ୟମରେ ‘ଗାର୍ଡ’ କହିଛି, ଆମେ ଆମେରିକାର ସମସ୍ତ ମିତ୍ରରାଷ୍ଟ୍ରମାନଙ୍କୁ ଚେତାବନୀ ଦେଉଛୁ- ଯେଉଁମାନଙ୍କ ଏୟାର୍‌ବେସ୍‌ରୁ ଇରାନ୍‌ ଉପରେ ଆକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହେବ, ଆମେ ସେଠାରେ ଆକ୍ରମଣ କରିବୁ। ଇସ୍ରାଏଲ୍‌କୁ ମଧ୍ୟ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe