ଇସ୍ରାଏଲର ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ହମାସ ପ୍ରସ୍ତୁତ, ଯଦି.... : ଇରାନ

Advertisment
ଇସ୍ରାଏଲର ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ହମାସ ପ୍ରସ୍ତୁତ, ଯଦି.... : ଇରାନ

ତେହେରାନ/ଜେରୁଜେଲମ : ଯଦି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଇରାନ କହିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଯଦି ଇସ୍ରାଏଲ ଗାଜା ଉପତ୍ୟକା ଉପରେ ଟାର୍ଗେଟ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହାମାସ ୨୦୦ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଅଛି । ଅକ୍ଟୋବର ୭ ତାରିଖରେ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରି ଏହାର ଅନେକ ନାଗରିକଙ୍କୁ ବନ୍ଧକ କରି ଗାଜା ଉପତ୍ୟକାକୁ ଆଣି ସେମାନଙ୍କୁ ବନ୍ଦୀ କରି ରଖିଛି ।

ଏହାର ଗୋଟିଏ ଦିନ ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିରାବ୍ଦୁଲ୍ଲାହୀୟ କହିଥିଲେ ଯେ ଯଦି ଇସ୍ରାଏଲ ଗାଜାରେ ଅନୁପ୍ରବେଶ କରିବାକୁ ନିଷ୍ପତ୍ତି ନିଏ, ତେବେ ପ୍ରତିରୋଧୀ ନେତାମାନେ ଇସ୍ରାଏଲକୁ ସୈନିକଙ୍କ କବରସ୍ଥାନରେ ପରିଣତ କରିଦେବେ। କତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନିଙ୍କ ସହ ବୈଠକ ପରେ ସେ ଏହି ବୟାନ ଦେଇଥିଲେ ।

ସେ କହିଥିଲେ ଯେ, ଇସ୍ରାଏଲକୁ ସହାୟତା କରିବାକୁ ଆମେରିକା ଆଗେଇ ଆସିଛି । କିନ୍ତୁ ଯୁଦ୍ଧ ଆଗକୁ ବଢିଲେ ଆମେରିକାର ବି ବ୍ୟାପକ କ୍ଷତି ହେବ ।

ଇତି ମଧ୍ୟରେ ଗାଜା ସୀମାରେ ଇସ୍ରାଏଲର ଟ୍ୟାଙ୍କ ଓ ଆର୍ଟିଲାରି ଯାନଗୁଡ଼ିକ ପ୍ରସ୍ତୁତ ହୋଇ ରହିଛନ୍ତି । ଯେକୌଣସି ସମୟରେ ଇସ୍ରାଏଲ ସେନା ଗାଜାରେ ପ୍ରବେଶ କରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe