Iran protests LIVE: ସାମରିକ ଉତ୍ତେଜନା ମଧ୍ୟରେ ଦୁଇଘଣ୍ଟା ବାୟୁସୀମା ବନ୍ଦ କଲା ଇରାନ: ପ୍ରଭାବିତ ହେଲା ବିମାନ ସେବା

Advertisment

ଦେଶବ୍ୟାପୀ ବିକ୍ଷୋଭ ଉପରେ ତେହେରାନର ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ମଧ୍ୟରେ ଗୁରୁବାର ସକାଳେ ଇରାନ ଏହାର ଆକାଶପଥ ସାମୟିକ ଭାବେ ବନ୍ଦ କରିଦେଇଥିଲା । ଫଳରେ ଭାରତ, ପଶ୍ଚିମ ଏସିଆ ଓ ୟୁରୋପ ସହ ଜଡ଼ିତ ଅନେକ ବିମାନ ବିଳମ୍ବିତ ହୋଇଥିଲା...

ଦେଶବ୍ୟାପୀ ବିକ୍ଷୋଭ ଉପରେ ତେହେରାନର ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ମଧ୍ୟରେ ଗୁରୁବାର ସକାଳେ ଇରାନ ଏହାର ଆକାଶପଥ ସାମୟିକ ଭାବେ ବନ୍ଦ କରିଦେଇଥିଲା । ଫଳରେ ଭାରତ, ପଶ୍ଚିମ ଏସିଆ ଓ ୟୁରୋପ ସହ ଜଡ଼ିତ ଅନେକ ବିମାନ ବିଳମ୍ବିତ ହୋଇଥିଲା...

Untitled-15

Iran protests Photograph: (sambad.in)

ନୂଆଦିଲ୍ଲୀ: ଦେଶବ୍ୟାପୀ ବିକ୍ଷୋଭ ଉପରେ ତେହେରାନର ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ମଧ୍ୟରେ ଗୁରୁବାର ସକାଳେ ଇରାନ ଏହାର ଆକାଶପଥ ସାମୟିକ ଭାବେ ବନ୍ଦ କରିଦେଇଥିଲା। ଫଳରେ ଭାରତ, ପଶ୍ଚିମ ଏସିଆ ଓ ୟୁରୋପ ସହ ଜଡ଼ିତ ଅନେକ ବିମାନ ବିଳମ୍ବିତ ହୋଇଥିଲା। ତେହେରାନ୍ ଫ୍ଲାଇଟ୍ ଇନଫରମେସନ୍ ରିଜିଅନ୍ (ଏଫ୍ଆଇଆର୍) ସମସ୍ତ ବିମାନ ପାଇଁ ଭୋର ୩ଟା ୪୫ ସମୟରେ ବନ୍ଦ ରହିଥିଲା। ଦୁଇଘଣ୍ଟା ପରେ ଏହାକୁ ପୁଣି ଖୋଲି ଦିଆଯାଇଥିଲା।

ଆହୁରି ପଢନ୍ତୁ- Mayawati Birthday: ନିଜ ଜନ୍ମଦିନରେ ସବର୍ଣ୍ଣ କାର୍ଡ ଖେଳିଲେ ମାୟାବତୀ

ବନ୍ଦ ସମୟରେ, କୌଣସି ଓଭର୍‌ଫ୍ଲାଇଟ୍ ଅନୁମତି ଦିଆଯାଇନଥିଲା। ଇରାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ)ର ପୂର୍ବ ଅନୁମତି ନେଇ କେବଳ ଇରାନକୁ ଆସୁଥିବା କିମ୍ବା ପ୍ରସ୍ଥାନ କରୁଥିବା ଅନ୍ତର୍ଜାତୀୟ ବେସାମରିକ ବିମାନକୁ ଅନୁମତି ଦିଆଯାଇଥିଲା। ଦିଲ୍ଲୀ ଏସିସି (ଏରିଆ କଣ୍ଟ୍ରୋଲ ସେଣ୍ଟର)କୁ ବନ୍ଦ ହେବା ବିଷୟରେ ଲାହୋର ଏସିସି (ଓପିଏଲଏ) ଦ୍ୱାରା ସୂଚନା ଦିଆଯାଇଥିଲା, ଯେଉଁଥିରେ ସାମରିକ ଉତ୍ତେଜନା ବୃଦ୍ଧିକୁ କାରଣ ଭାବେ ଦର୍ଶାଯାଇଛି। ଭାରତୀୟ ସମୟ ରାତ୍ରି ୩ଟା ୧୨ରେ ଏହି ସୂଚନା ମିଳିଥିଲା। ସେହି ସମୟରେ, ବାୟୁସୀମା ବନ୍ଦ ହେବା ନିଶ୍ଚିତ କରିବାକୁ ଏପର୍ଯ୍ୟନ୍ତ କୌଣସି ନୋଟାମ୍ (ନୋଟିସ୍ ଟୁ ଏୟାର୍ ମିସନ୍) ଜାରି କରାଯାଇ ନାହିଁ।

ଆହୁରି ପଢନ୍ତୁ- Virat Kohli: ନିରାଶ ହେବେ ବିରାଟଙ୍କ ପ୍ରଶଂସକ: ବିପଦରେ ବିରାଟ କୋହଲିଙ୍କ ନମ୍ବର ୧ ଆସନ, ଟପିଯିବେ ଏହି ଖେଳାଳି...

ହଠାତ୍ ବନ୍ଦ ହେବା ଦ୍ୱାରା ଏୟାର୍ ଟ୍ରାଫିକ୍ ସେବା ମାର୍ଗ ଜି୪୫୨ ବ୍ୟବହାର କରୁଥିବା ବିମାନଗୁଡ଼ିକ ଉପରେ ତୁରନ୍ତ ପ୍ରଭାବ ପଡ଼ିଥିଲା, ଯାହା ଉତ୍ତର ଓ ପଶ୍ଚିମ ଭାରତରୁ ଇରାନ, ଗଲ୍ଫ, ତୁର୍କୀ ଓ ୟୁରୋପ ଅଭିମୁଖେ ଉଡ଼ାଣ କରୁଥିବା ବିମାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାୟୁପଥ ଥିଲା। ପରେ ଇରାନ ଏହାର ବାୟୁସୀମା ପୁନଃ ଖୋଲିଥିଲା ଏବଂ ଏକ ନୋଟାମ୍ ଦ୍ବାରା ନିଶ୍ଚିତ କରିଥିଲା ଯେ ତେହେରାନ ଏଫ୍‌ଆଇଆର୍‌ରେ ସାଧାରଣ ବିମାନ ଚଳାଚଳ ସକାଳ ୭:୦୩ରେ ଆରମ୍ଭ ହୋଇାଛି। ଅନ୍ୟପକ୍ଷରେ ଏୟାର୍ ଇଣ୍ଡିଆ ସକାଳ ୫.୩୦ରେ ଏକ୍ସରେ ଏକ ପୋଷ୍ଟରେ ବାୟୁସୀମା ବନ୍ଦ ହେବାର ପ୍ରଭାବକୁ ସ୍ୱୀକାର କରିଛି।

ଇରାନରେ ଉପୁଜିଥିବା ପରିସ୍ଥିତି, ପରବର୍ତ୍ତୀ ସମୟରେ ଏହାର ବାୟୁସୀମା ବନ୍ଦ ହେବା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର୍ ଇଣ୍ଡିଆ ବିମାନ ବର୍ତ୍ତମାନ ଏକ ବିକଳ୍ପ ମାର୍ଗ ବ୍ୟବହାର କରୁଛି, ଯାହା ବିଳମ୍ବର କାରଣ ହୋଇପାରେ। ଏୟାର୍ ଇଣ୍ଡିଆର କେତେକ ବିମାନ ବାତିଲ କରାଯାଉଛି ଯେଉଁଠାରେ ବର୍ତ୍ତମାନ ରିରୁଟିଂ ସମ୍ଭବ ନୁହେଁ। ଏହି ଅପ୍ରତ୍ୟାଶିତ ବ୍ୟାଘାତ ଯୋଗୁଁ ଯାତ୍ରୀମାନଙ୍କ ଅସୁବିଧା ପାଇଁ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରିଛି। ଆମର ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି ପୋଷ୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe