ଆମର ସବୁ ପରମାଣୁ କେନ୍ଦ୍ର ସୁରକ୍ଷିତ ଅଛି : ଇରାନ

Advertisment
ଆମର ସବୁ ପରମାଣୁ କେନ୍ଦ୍ର ସୁରକ୍ଷିତ ଅଛି : ଇରାନ

ତେହେରାନ: ଇରାନର ବିଭିନ୍ନ ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଚରମରେ ପହଞ୍ଚିଛି । ଏହି ଆକ୍ରମଣ ପରେ ଇରାନର ପ୍ରତିକ୍ରିୟା ଆସିଛି । ଇରାନ ପକ୍ଷରୁ କୁହାଯାଇଛି ଇସ୍ରାଏଲର ଆକ୍ରମଣ ବିଫଳ ହୋଇଛି ଓ ସବୁ ପରମାଣୁ ଶକ୍ତି କେନ୍ଦ୍ର ସୁରକ୍ଷିତ ରହିଛି ।

ଇସ୍ରାଏଲ ଆକ୍ରମଣ ପରେ ଇରାନ ଏକ ଜରୁରୀ ବୈଠକ କରିଛି । ଏହି ବୈଠକ ପରେ ଇସ୍ରାଏଲ ଉପରେ ପ୍ରତିଶୋଧ ନିଆଯିବା ନେଇ ଆଲୋଚନା ହୋଇଥିଲା। ଇରାନ ଏହି ଆକ୍ରମଣକୁ ବିଫଳ କରିଥିବା ଦାବି କରିଛି। ଏଥିସହିତ ସମସ୍ତ ପରମାଣୁ ସ୍ଥଳ ସୁରକ୍ଷିତ ରହିଛି ବୋଲି ମଧ୍ୟ କୁହାଯାଇଛି। ଆଣବିକ ସ୍ଥଳର କୌଣସି କ୍ଷୟକ୍ଷତି ହୋଇନାହିଁ।

ଇରାନ ଗତ ୧୪ ତାରିଖରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଘୋଷଣା କରିଥିଲା । ଏହି ଘୋଷଣା ଅନୁଯାୟୀ ଆଜି ( ୧୯ ଏପ୍ରିଲ)ରେ ଇସ୍ରାଏଲ ବାୟୁସେନା ପକ୍ଷରୁ ଇରାନର ପରମାଣୁ କେନ୍ଦ୍ର ଥିବା ଇସ୍ପହାନ ସହର ଉପରେ ଆକ୍ରମଣ କରିଥିଲା। ଏହା ଫଳରେ ଇରାନର ବ୍ୟାପକ କ୍ଷତି ହୋଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe