ହମାସ ଆକ୍ରମଣ ପଛରେ ଇରାନ, ରୁଷ ଓ ଚୀନର ସହାୟତା !

Advertisment
ହମାସ ଆକ୍ରମଣ ପଛରେ ଇରାନ, ରୁଷ ଓ ଚୀନର ସହାୟତା !

ନୂଆଦିଲ୍ଲୀ: ପାଲେଷ୍ଟାଇନ ସଙ୍ଗଠନ ହାମାସ ପକ୍ଷରୁ ଶନିବାର ଇସ୍ରାଏଲ ଉପରେ ହୋଇଥିବା ବଡ଼ ଧରଣର ଆକ୍ରମଣରେ ରୁଷିଆ, ଚୀନ ଓ ଇରାନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କେତେକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି । ଇରାନ ହାମାସକୁ ଖୋଲାଖୋଲି ପ୍ରଶିକ୍ଷଣ ଓ ରାଜନୈତିକ ସମର୍ଥନ ଦେଉଥିବା ବେଳେ ଋଷିଆ ହମାସ ସହ ଘନିଷ୍ଠତା ପାଇଁ ଜଣାଶୁଣା ଏବଂ ଚୀନ୍ ଟେକ୍ନୋଲୋଜି ଏହି ଆକ୍ରମଣ ପାଇଁ ବ୍ୟବହାର ହୋଇଥିଲା ବୋଲି ଆକଳନରେ କୁହାଯାଇଛି।

ଅନ୍ୟପକ୍ଷରେ ଏତେ ବଡ଼ ଆକ୍ରମଣ ପାଇଁ ଯୋଜନା ଚାଲିଥିବାବେଳେ ଇସ୍ରାଏଲର ପ୍ରସିଦ୍ଧ ଗୁଇନ୍ଦା ଏଜେନ୍ସି ମୋସାଦ କିପରି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଆକ୍ରମଣ କେବଳ ମୋସାଦ ନୁହେଁ, ଇସ୍ରାଏଲ ସେନା, ଇସ୍ରାଏଲର ଆଭ୍ୟନ୍ତରୀଣ ଗୁଇନ୍ଦା ସଂସ୍ଥା ଓ ସର୍ବୋପରି ରାଜନୈତିକ ନେତୃତ୍ବଙ୍କ ବିଫଳତା ବୋଲି କୁହାଯାଉଛି ।

ଶନିବାର  ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ମୃତ୍ୟୁସଂଖ୍ୟା ୬୦୦ ଟପିଯାଇଛି ଓ ଏବେ ବି ୭୫୦ରୁ ଅଧିକ ଇସ୍ରାଏଲୀ ନିଖୋଜ ଅଛନ୍ତି  ବୋଲି ଇସ୍ରାଏଲର ପ୍ରମୁଖ ଖବରକାଗଜ ଜେରୁଜେଲମ ପୋଷ୍ଟ ରିପୋର୍ଟ ପ୍ରକାଶ କରିଛି । କେତେକ ଇସ୍ରାଏଲୀଙ୍କୁ ହମାସ ପକ୍ଷରୁ ବନ୍ଧକ ରଖାଯାଇଥିବା କୁହାଯାଉଛି ।

ଏହି ଘଟଣା ପରେ ଇସ୍ରାଏଲ ଏକ ବଡ଼ ଯୁଦ୍ଧକୁ ଓହ୍ଲାଇବାର ଘୋଷଣା କରିଛି । ହମାସକୁ ସହାୟତା କରୁଥିବା ଦେଶମାନଙ୍କ ଉପରେ ବି ଆକ୍ରମଣ କରିବାକୁ ଇସ୍ରାଏଲ ଉଦ୍ୟମ କରିପାରେ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe