The Express Tribune
ଦୁବାଇ : ଇରାନ୍ର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ଆମେରିକା ଆକ୍ରମଣରେ ମୃତ୍ୟୁ ହେବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ତେହେରାନଠାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ପରିସ୍ଥିତି ଆହୁରି ସରଗରମ ହୋଇଯାଇଛି। ଇରାକରେ ଥିବା ଆମେରିକା ସେନାଘାଟୀ ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯିବାର କିଛି ଘଣ୍ଟା ମଧ୍ୟରେ ଏହି ଦୁର୍ଘଟଣା ହୋଇଥିବାରୁ ଏହି ଦୁର୍ଘଟଣାକୁ ନେଇ ଏବେ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି।
hindustantimes.ୟୁକ୍ରେନର ବିମାନଟି ଆକାଶରେ ଜଳିଯିବାରୁ ଏଥିରେ ଥିବା ୧୭୬ ଜଣ ଯାତ୍ରୀ ନିହତ ହୋଇଥିବା ଘଟଣାକୁ ନେଇ ଇରାନ୍ର ବିମାନ ଚଳାଚଳ ବିଭାଗ କହିଛି, ସେ ବିମାନର ‘ବ୍ଲାକ୍ବକ୍ସ’କୁ କୌଣସି ଆମେରିକୀୟଙ୍କ ହାତକୁ ଦେବ ନାହିଁ। କୌଣସି ବି ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ବ୍ଲାକ୍ ବକ୍ସ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଭଳି ପରିସ୍ଥିତିରେ ଇରାନ୍ର ବ୍ଲାକ୍ ବକ୍ସ ଦେବାକୁ ମନା କରିବା ଘଟଣା ସନ୍ଦେହକୁ ଆହୁରି ବଢ଼ାଇ ଦେଉଛି। ତେବେ ୟୁକ୍ରେନ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଆମେରିକାର ବୋଇଂ କମ୍ପାନିର ତେଣୁ ଇରାନ୍ ‘ବ୍ଲାକ୍ବକ୍ସ’କୁ ବୋଇଂକୁ ହସ୍ତାନ୍ତର କରିବା ଏକ ସ୍ବାଭାବିକ ପ୍ରକ୍ରିୟା।
Times of Indiaଇରାନ୍ର ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ବିମାନର ବ୍ଲାକ୍ ବକ୍ସକୁ ନିର୍ମାତା (ବୋଇଂ) ଓ ଆମେରିକୀୟଙ୍କୁ ଦିଆଯିବ ନାହିଁ। ଏହା ସ୍ପଷ୍ଟ ହୋଇନାହିଁ କି କେଉଁ ଦେଶକୁ ବ୍ଲାକ୍ ବକ୍ସ ଯାଞ୍ଚ ପାଇଁ ଦିଆଯିବ। ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛି କି, ବିମାନ ଦୁର୍ଘଟଣା ପରେ ଇରାନ୍ ବୋଇଂ ୭୩୭ର ଦୁଇଟି ବ୍ଲାକ୍ ବକ୍ସ ଜବତ କରିଥିବା ସୂଚନା ଦେଇଥିଲା।
Saudi Gazetteଉଲ୍ଲେଖଯୋଗ୍ୟ କି, ବୁଧବାର ସକାଳେ ୟୁକ୍ରେନ ଏୟାରଲାଇନ୍ସର ବୋଇଂ ୭୩୭ ଯାତ୍ରୀବାହୀ ବିମାନ ତେହେରାନଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Follow Us