ଭୟଭୀତ ଇରାନ : ସର୍ବୋଚ୍ଚ ନେତା ଖୋମିନେଇଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ହେଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାହ ତେହେରାନରେ ନିହତ ହୋଇଛି। ଏହି ଘଟଣା ଯୋଗୁଁ ଇରାନ ବି ଭୟଭୀତ ହୋଇଯାଇଛି । ଏହି ଘଟଣା ପରେ ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମେନିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

iran1

ତେହରାନ: ହେଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାହ ତେହେରାନରେ ନିହତ ହୋଇଛି। ଏହି ଘଟଣା ଯୋଗୁଁ ଇରାନ ବି ଭୟଭୀତ ହୋଇଯାଇଛି । ଏହି ଘଟଣା ପରେ ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମେନିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ଇରାନରେ ହିଁ ହମାସ ମୁଖ୍ୟ ଇସମାଇଲ ହାନିଆକୁ ମଧ୍ୟ ଇସ୍ରାଏଲ ହତ୍ୟା କରିଥିଲା। ହିଜବୁଲ୍ଲା ମୁଖ୍ୟଙ୍କ ହତ୍ୟା ପରେ ଏବେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖୋମିନେଇ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରିବା ଆରମ୍ଭ କରିଛନ୍ତି। 

ଶୁକ୍ରବାର ଦିନ ଦକ୍ଷିଣ ବେରୁତରେ ହୋଇଥିବା ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାଙ୍କୁ ହତ୍ୟା କରାଯାଇଥିବା ଘୋଷଣା କରିବା ପରେ ଇରାନରେ ହଇଚଇ ସୃଷ୍ଟି ହୋଇଛି। ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଇରାନ ଲେବାନନର ହିଜବୁଲ୍ଲା ଏବଂ ଅନ୍ୟ ଆଞ୍ଚଳିକ ପ୍ରକ୍ସି ଗ୍ରୁପ୍ ସହ ନିରନ୍ତର ଯୋଗାଯୋଗରେ ରହିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଦେଶ ଭିତରେ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ତେହେରାନ ପକ୍ଷରୁ ସୂଚନା ଦିଆଯାଇଥିବା ଦୁଇ ଆଞ୍ଚଳିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଇରାନ ହିଁ ହମାସ ଓ ହେଜବୁଲ୍ଲାର ମୁଖ୍ୟ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ । ହୁତି ବିଦ୍ରୋହୀମାନଙ୍କୁ ବି ଇରାନ ସମର୍ଥନ ଯୋଗାଇଥାଏ । ଇସ୍ରାଏଲ ଏସବୁ ଗୋଷ୍ଠୀଙ୍କୁ ନିପାତ କରୁଥିବାରୁ ତାହାକୁ ପରୋକ୍ଷରେ ଇରାନ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe