ମହାକାଶକୁ ଚମରାନ-୧ ଉପଗ୍ରହ ପଠାଇଲା ଇରାନ

ଇରାନ କହିଛି ଯେ ଏହାର ରିଭୋଲ୍ୟୁସନରୀ ଗାର୍ଡ ଦ୍ୱାରା ନିର୍ମିତ ରକେଟ୍ ସାହାଯ୍ୟରେ ଶନିବାର ଏକ ଗବେଷଣା ଉପଗ୍ରହକୁ କକ୍ଷପଥକୁ ପଠାଯାଇଛି । ଚମରାନ-୧ ଉପଗ୍ରହର ଓଜନ ୬୦ କେଜି ଏବଂ ଏହା ସଫଳତାର ସହ ମହାକାଶର ୫୫୦ କିଲୋମିଟର କକ୍ଷପଥରେ ପହଞ୍ଚିଛି।

iran

ତେହେରାନ : ଇରାନ କହିଛି ଯେ ଏହାର ଏଲିଟ୍ ଫୋର୍ସ ରିଭୋଲ୍ୟୁସନରୀ ଗାର୍ଡ ଦ୍ୱାରା ନିର୍ମିତ ରକେଟ୍ ସାହାଯ୍ୟରେ ଶନିବାର ଏକ ଗବେଷଣା ଉପଗ୍ରହକୁ କକ୍ଷପଥକୁ ପଠାଯାଇଛି । ଏ ନେଇ ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଆଇଆରଏନଏ ରିପୋର୍ଟ କରିଛି। ଚମରାନ-୧ ଉପଗ୍ରହର ଓଜନ ୬୦ କେଜି ଏବଂ ଏହା ସଫଳତାର ସହ ମହାକାଶର ୫୫୦ କିଲୋମିଟର କକ୍ଷପଥରେ ପହଞ୍ଚିଛି। ମହାକାଶ ହାର୍ଡୱେର ଏବଂ ସଫ୍ଟୱେୟାରର ପରୀକ୍ଷଣ ହେଉଛି ଉପଗ୍ରହର ମୁଖ୍ୟ ମିଶନ । ତେବେ ଏହା 

ଚମରାନ-୧ ଉପଗ୍ରହର ଓଜନ ୬୦ କେଜି ଏବଂ ଏହା ସଫଳତାର ସହ ମହାକାଶର ୫୫୦ କିଲୋମିଟର କକ୍ଷପଥରେ ପହଞ୍ଚିଛି। ମହାକାଶ ହାର୍ଡୱେର ଏବଂ ସଫ୍ଟୱେୟାରର ପରୀକ୍ଷଣ ହେଉଛି ଉପଗ୍ରହର ମୁଖ୍ୟ ମିଶନ ।

ଆଇଆରଏନ୍ଏ କହିଛି ଯେ ଗ୍ରାଉଣ୍ଡ ଷ୍ଟେସନଗୁଡ଼ିକ ମଧ୍ୟ ଉପଗ୍ରହରୁ ସଙ୍କେତ ପାଇଛନ୍ତି। କଠିନ ଇନ୍ଧନ ବ୍ୟବହାର କରି ଉପଗ୍ରହବାହୀ ରକେଟ୍ କ୍ୟୁଏମ୍-୧୦୦କୁ ରିଭୋଲ୍ୟୁସନରୀ ଗାର୍ଡର ଏରୋସ୍ପେସ୍ ଡିଭିଜନ୍ ଡିଜାଇନ୍ ଓ ନିର୍ମାଣ କରିଛି। ଇରାନ୍ କହିଛି ଯେ ସେ କ୍ରମାଗତ ୧୩ଟି ଉପଗ୍ରହ ଉତକ୍ଷେପଣ କରିଛି।

ଯଦିଓ ଇରାନ କକ୍ଷପଥକୁ ଉପଗ୍ରହ ପଠାଇବା ପାଇଁ ଦୀର୍ଘ ଦିନ ଧରି ଯୋଜନା କରି ଆସୁଛି, କିନ୍ତୁ ମେ' ମାସରେ ହେଲିକପ୍ଟର ଦୁର୍ଘଟଣାରେ ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ସଂସ୍କାରବାଦୀ ରାଷ୍ଟ୍ରପତି ମସୁଦ୍ ପେଜ୍କିଆନଙ୍କ ଅଧୀନରେ ଏହା ହେଉଛି ପ୍ରଥମ ଉତକ୍ଷେପଣ। ଗତ ଜାନୁଆରୀମାସରେ ଇରାନ କହିଥିଲା ଯେ ଗୋଟିଏ ରକେଟ୍ ଜରିଆରେ ୩ଟି ଉପଗ୍ରହକୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe