Advertisment

Donald Trump: ୮୦୦ ଫାଶୀଦଣ୍ଡ ନେଇ ଟ୍ରମ୍ପଙ୍କ ମିଛ ଧରାଇଦେଲା ଇରାନ

Advertisment

ବିଶ୍ବ ଦରବାରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖା ପୁଣି ଥରେ ଖୋଲିଛି। ଆମେରିକାର ୧ ନମ୍ବର ନାଗରିକଙ୍କ ମୁହଁଫୁଟାଣି ଭାଙ୍ଗିଛି। ଇରାନକୁ ନେଇ ଟ୍ରମ୍ପ ଯେଉଁ ଦାବି କରିଛନ୍ତି ତାହା ମିଥ୍ୟା ବୋଲି ଜଣାଯାଇଛି।

ବିଶ୍ବ ଦରବାରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖା ପୁଣି ଥରେ ଖୋଲିଛି। ଆମେରିକାର ୧ ନମ୍ବର ନାଗରିକଙ୍କ ମୁହଁଫୁଟାଣି ଭାଙ୍ଗିଛି। ଇରାନକୁ ନେଇ ଟ୍ରମ୍ପ ଯେଉଁ ଦାବି କରିଛନ୍ତି ତାହା ମିଥ୍ୟା ବୋଲି ଜଣାଯାଇଛି।

Untitled-29.jpg

ତେହେରାନ: ବିଶ୍ବ ଦରବାରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖା ପୁଣି ଥରେ ଖୋଲିଛି। ଆମେରିକାର ୧ ନମ୍ବର ନାଗରିକଙ୍କ ମୁହଁଫୁଟାଣି ଭାଙ୍ଗିଛି। ଇରାନକୁ ନେଇ ଟ୍ରମ୍ପ ଯେଉଁ ଦାବି କରିଛନ୍ତି ତାହା ମିଥ୍ୟା ବୋଲି ଜଣାଯାଇଛି। ଟ୍ରମ୍ପଙ୍କ ଦାବିକୁ ଇରାନ ମିଛ ବୋଲି କହିଛି। ଏଥି ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଇରାନ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ତାଙ୍କର ଗୋଟିଏ ଦସ୍ତଖତ ତେହେରାନରେ ୮୦୦ରୁ ଅଧିକ କଏଦୀଙ୍କ ମୃତ୍ୟୁଦଣ୍ଡକୁ ରୋକି ଦେଇଥିଲା। ଟ୍ରମ୍ପଙ୍କ ଏହି ଦାବି ପରେ ଇରାନ ପ୍ରତିକ୍ରିୟା ରଖିଛି।

ଇରାନର ନ୍ୟାୟପାଳିକା ଟ୍ରମ୍ପଙ୍କ ଏହି ବୟାନକୁ ‘ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭ୍ରମିତ କଲାଭଳି ମନ୍ତବ୍ୟ’ ବୋଲି କହିଛି। ଇରାନ କହିଛି ଯେ, ଏପରି କିଛି ଘଟିନାହିଁ। ଇରାନର ସର୍ବୋଚ୍ଚ ପବ୍ଲିକ ପ୍ରସିକ୍ୟୁଟର କହିଛନ୍ତି, ଟ୍ରମ୍ପଙ୍କ ଦାବି ଯେ ତେହେରାନ ୮୦୦ ପ୍ରତିବାଦକାରୀ କଏଦୀଙ୍କ ମୃତ୍ୟୁଦଣ୍ଡକୁ ରୋକିଦେଇଛି। କିନ୍ତୁ ଟ୍ରମ୍ପଙ୍କ ଏହି ବୟାନ ‘ସମ୍ପୂର୍ଣ୍ଣ ମିଥ୍ୟା’। ଏପରି କୌଣସି ସଂଖ୍ୟା ନାହିଁ ଏବଂ ନ୍ୟାୟପାଳିକା ଦ୍ୱାରା ଏପରି କୌଣସି ନିଷ୍ପତ୍ତି ନିଆଯାଇନାହିଁ। ୮୦୦ ଲୋକଙ୍କୁ ଫାଶୀ ଦେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ଆହୁରି ପଢ଼ନ୍ତୁ: Mahanadi: ବାଲିବନ୍ଧ ଭାଙ୍ଗିବାକୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ଦେଲା ଚେତାବନୀ

ଇରାନରେ ହଜାର ହଜାର ଲୋକ ନିହତ  

ଅନ୍ୟପଟରେ ଆମେରିକାର ଜଣେ ମାନବାଧିକାର କର୍ମୀଙ୍କ କହିବା ଅନୁସାରେ, ଇରାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ହଜାର ହଜାର ଗିରଫ ହୋଇଛନ୍ତି। ଇରାନରେ ମୃତ୍ୟୁ ସଂଖ୍ୟା ୫,୦୦୨ରେ ପହଞ୍ଚିଛି, ଯେଉଁଥିରେ ପ୍ରଦର୍ଶନକାରୀ, ସୁରକ୍ଷା କର୍ମୀ, ଶୁଶୁ ଏବଂ ସାଧାରଣ ନାଗରିକ ସାମିଲ ଅଛନ୍ତି। 

ଆହୁରି ପଢ଼ନ୍ତୁ: Murderer Love Marriage:ଜେଲରେ ହତ୍ୟା ଅପରାଧୀଙ୍କ ମଧ୍ୟରେ ପ୍ରେମ; ବିବାହ କରିବାକୁ ରାଜସ୍ଥାନ ହାଇକୋର୍ଟରୁ ମିଳିଲା ପାରୋଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe