ଇସ୍ରାଏଲ ବିରୋଧରେ ମୁସଲିମ ଜଗତ ଏକ ହୁଅ : ଆୟୋତୋଲ୍ଲା ଖାମେନି

ମଧ୍ୟପୂର୍ବରେ ଚାଲିଥିବା ଉତ୍ତେଜନା ମଧ୍ୟରେ ତେହେରାନରେ ଶୁକ୍ରବାର ନମାଜ ସମୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ଭାଷଣ ଦେଇଛନ୍ତି । ସେ ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାକୁ ସହିଦ ବର୍ଣ୍ଣନା କରିବା ସହ ପାଲେଷ୍ଟାଇନ ପାଇଁ ଲଢ଼େଇକୁ ସମ୍ପୂର୍ଣ୍ଣ ବୈଧ ବୋଲି କହିଛନ୍ତି ।

khomeni

ତେହେରାନ : ମଧ୍ୟପୂର୍ବରେ ଚାଲିଥିବା ଉତ୍ତେଜନା ମଧ୍ୟରେ ତେହେରାନରେ ଶୁକ୍ରବାର ନମାଜ ସମୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ଭାଷଣ ଦେଇଛନ୍ତି, ଯେଉଁଥିରେ ସେ ପାଲେଷ୍ଟାଇନ୍ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ କହିଛନ୍ତି। ସେ ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାକୁ ସହିଦ ବର୍ଣ୍ଣନା କରିବା ସହ ପାଲେଷ୍ଟାଇନ ପାଇଁ ଲଢ଼େଇକୁ ସମ୍ପୂର୍ଣ୍ଣ ବୈଧ ବୋଲି କହିଛନ୍ତି । ସେ କହିଛନ୍ତି ଯେ ପାଲେଷ୍ଟାଇନର ସେମାନଙ୍କ ଜମି ଫେରିପାଇବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସେ ଇସଲାମିକ ଜଗତକୁ ଏକଜୁଟ ରହିବାକୁ ଆହ୍ୱାନ ଦେବା ସହ ଇରାନଠାରୁ ଆରମ୍ଭ କରି ଲେବାନନ ପର୍ଯ୍ୟନ୍ତ ମୁସଲମାନ ସମ୍ପ୍ରଦାୟ ଏକାଠି ହେବା ଉଚିତ । ଏପରି ହେଲେ ଇସ୍ରାଏଲ ଅଧିକ ଦିନ ତିଷ୍ଠି ପାରିବ ନାହିଁ ବୋଲି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ପାଲେଷ୍ଟାଇନର ସେମାନଙ୍କ ଜମି ଫେରିପାଇବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସେ ଇସଲାମିକ ଜଗତକୁ ଏକଜୁଟ ରହିବାକୁ ଆହ୍ୱାନ ଦେବା ସହ ଇରାନଠାରୁ ଆରମ୍ଭ କରି ଲେବାନନ ପର୍ଯ୍ୟନ୍ତ ମୁସଲମାନ ସମ୍ପ୍ରଦାୟ ଏକାଠି ହେବା ଉଚିତ । ଏପରି ହେଲେ ଇସ୍ରାଏଲ ଅଧିକ ଦିନ ତିଷ୍ଠି ପାରିବ ନାହିଁ ।

ଆୟାତୋଲ୍ଲା ଖାମେନି ଆମେରିକା ଏବଂ ଏହାର ସହଯୋଗୀଙ୍କ ନୀତିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କ ଆଚରଣ ବିଶ୍ୱ ସ୍ୱାର୍ଥରେ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଅକ୍ଟୋବର ୭ ରେ ପାଲେଷ୍ଟାଇନ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଯୁଦ୍ଧର ଏକ ଅଂଶ ଏବଂ ଏହାକୁ ଯୁକ୍ତିଯୁକ୍ତ ବୋଲି ବିବେଚନା କରାଯିବା ଉଚିତ୍। ଏଥିସହିତ ଇରାନ ସେନା ନେଇଥିବା ପଦକ୍ଷେପ ମଧ୍ୟ ବୈଧ ବୋଲି କୁହାଯାଉଛି। ଖାମେନି କହିଛନ୍ତି, ଆମେ ଆମ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୟ ପଦକ୍ଷେପ ନେବୁ ଏବଂ ପଛକୁ ହଟିବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe