ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବ ଇରାନ !

ଲେବନାନରେ ହିଜବୁଲ୍ଲା ଉପରେ ଆକ୍ରମଣ କରୁଥିବା ଇସ୍ରାଏଲ ବିରୋଧରେ ଇରାନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ହମାସ ମୁଖ୍ୟ ଇସମାଇଲ ହାନିଆ ଓ ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଇରାନ ପୂର୍ବରୁ ଧମକ ଦେଇଥିଲା ।

iran-israel

ଓ୍ବାସିଂଟନ: ଲେବନାନରେ ହିଜବୁଲ୍ଲା ଉପରେ ଆକ୍ରମଣ କରୁଥିବା ଇସ୍ରାଏଲ ବିରୋଧରେ ଇରାନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ହମାସ ମୁଖ୍ୟ ଇସମାଇଲ ହାନିଆ ଓ ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ଇରାନ ପୂର୍ବରୁ ଧମକ ଦେଇଥିଲା ।

ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତ ହେଉଛି ବୋଲି ଆମେରିକୀୟ ଅଧିକାରୀଙ୍କ ବୟାନକୁ ଭିତ୍ତିକରି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏଭଳି ସ୍ଥିତିରେ ତେହେରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଆମେରିକା ଚେତାଇଦେଇଛି ।

ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇରାନ ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଚେଷ୍ଟା କରୁଛି ବୋଲି ଆମେରିକାକୁ ଗୁଇନ୍ଦା ରିପୋର୍ଟ ମିଳିଛି।

ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇରାନ ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଚେଷ୍ଟା କରୁଛି ବୋଲି ଆମେରିକାକୁ ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ଆକ୍ରମଣରୁ ଇସ୍ରାଏଲକୁ ରକ୍ଷା କରିବା ପାଇଁ ସେମାନେ ପ୍ରତିରକ୍ଷା ମୂଳକ ପ୍ରସ୍ତୁତିକୁ ସମର୍ଥନ କରୁଛନ୍ତି ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି। କିଛି ମାସ ତଳେ ଆମେରିକା ଏବଂ ଏହାର ଅନ୍ୟ ପାଶ୍ଚାତ୍ୟ ସହଯୋଗୀ ମାନେ ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ଇସ୍ରାଏଲକୁ ସାହାଯ୍ୟ କରିଥିଲେ।

ଇରାନ ଆକ୍ରମଣର ଧମକ ଓ ସୂଚନା ମିଳିବା ପରେ ଇସ୍ରାଏଲ ମଧ୍ୟ ସତର୍କ ହୋଇପଡିଛି । ଇସ୍ରାଏଲ ସେନା କହିଛି ଯେ ବର୍ତ୍ତମାନ ଇରାନ ଠାରୁ କୌଣସି ବିମାନ ବିପଦ ନାହିଁ କିନ୍ତୁ ଆମେ ଉଦ୍ଧାର ଏବଂ ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe