ଆଇଡିଏଫ୍‌ର ମୁକାବିଲା ପାଇଁ ଇରାନ ଭରସାରେ ହମାସ୍

Advertisment
ଆଇଡିଏଫ୍‌ର ମୁକାବିଲା ପାଇଁ ଇରାନ ଭରସାରେ ହମାସ୍

ଗାଜା: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ୍‌ ବିଶ୍ୱକୁ ବାରମ୍ବାର ଦେଖାଇ ଦେଇଛି ଯେ ସେମାନେ କ’ଣ କରିପାରନ୍ତି। ଏବେ ଆଇଡିଏଫ୍ ସହିତ ଆହୁରି ଅଧିକ ଶକ୍ତି ସହ ମୁକାବିଲା କରିବାକୁ ହମାସ୍‌ ପ୍ରସ୍ତୁତ ଥିବା ଘୋଷଣା କରିଛି। ଇରାନଠାରୁ ସାମରିକ ସହାୟତା ହାସଲ କରି ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ ଭଳି ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ରାଷ୍ଟ୍ରକୁ ଚ୍ୟାଲେଂଜ କରିବାକୁ ସକ୍ଷମ ହୋଇଥିବା ବେଳେ ସିରିୟା ଓ ଲେବାନନ୍‌ର ସହାୟତା ମଧ୍ୟ ସେମାନଙ୍କ ଶକ୍ତିକୁ ବଢ଼ାଇ ଦେଇଛି । ଅନ୍ୟପକ୍ଷରେ ଆତଙ୍କବାଦ ପାଇଁ ବିଶ୍ୱରେ କୌଣସି ସ୍ଥାନ ନାହିଁ ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଏବଂ ଯେ କୌଣସି ଫ୍ରଣ୍ଟ୍‌ରୁ ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲ ପ୍ରସ୍ତୁତ ରହିଥିବା ଘୋଷଣା କରିଛି।

ଗତରାତିରେ ହମାସ୍‌ର ଶୀର୍ଷ କମାଣ୍ଡର ବିଲାଲ ଅଲ-କେଦ୍ରା ନିହତ ହେବାପରେ ହମାସ୍‌ ଆଡ଼ାଗୁଡ଼ିକୁ ଇସ୍ରାଏଲ ବାୟୁସେନା ଅହରହ ଟାର୍ଗେଟ୍‌ କରୁଛି। ହମାସ ସେନାର ଏଲିଟ୍ କମାଣ୍ଡୋ ୱିଙ୍ଗ ନୁଖବା ବାହିନୀର ଖୁବ୍‌ଶୀଘ୍ର ମୂଳପୋଛ ହେବବୋଲି ଆଜି ଇସ୍ରାଏଲ ସେନାର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି। ଦକ୍ଷିଣ ଇସ୍ରାଏଲର କିବୁଜ ନିରିମ୍ ଏବଂ ନିର ଓଜ୍ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ପାଇଁ ସେ ଦାୟୀ ଥିଲା। ଏହାବ୍ୟତୀତ ଆତଙ୍କବାଦୀ ସଂଗଠନ ହମାସ ଏବଂ ପାଲେଷ୍ଟାଇନ ଇସଲାମିକ ଜିହାଦରେ ଜଡ଼ିତ ଥିବା ଅନ୍ୟ କର୍ମକର୍ତ୍ତାଙ୍କୁ ନିପାତ କରାଯାଇଛି ବୋଲି ଆଇଡିଏଫ୍ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe