Iran's strong response: ଚାବାହାର ବନ୍ଦର ନେଇ ଆମେରିକାକୁ ଇରାନର କଡ଼ା ଜବାବ: ଭାରତ ସହିତ ସମ୍ପର୍କ ଅତୁଟ, କେହି କ୍ଷତି କରିପାରିବେ ନାହିଁ

Advertisment

ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଚାବାହାର ବନ୍ଦରରେ ଭାରତର ଗୁରୁତ୍ୱପୂର୍ଣ୍ଣ ନିବେଶକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ହୋଇଛି। ଚାବାହାର ବନ୍ଦର ଉପରେ ଆମେରିକାର ପ୍ରତିବନ୍ଧକରୁ ଛାଡ୍ ଆସନ୍ତା ଏପ୍ରିଲ ୨୬ ତାରିଖରେ ଶେଷ ହେବାକୁ ଯାଉଛି।

ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଚାବାହାର ବନ୍ଦରରେ ଭାରତର ଗୁରୁତ୍ୱପୂର୍ଣ୍ଣ ନିବେଶକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ହୋଇଛି। ଚାବାହାର ବନ୍ଦର ଉପରେ ଆମେରିକାର ପ୍ରତିବନ୍ଧକରୁ ଛାଡ୍ ଆସନ୍ତା ଏପ୍ରିଲ ୨୬ ତାରିଖରେ ଶେଷ ହେବାକୁ ଯାଉଛି।

America

Iran's strong response to America Photograph: (sambad.in)

ତେହେରାନ: ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଚାବାହାର ବନ୍ଦରରେ ଭାରତର ଗୁରୁତ୍ୱପୂର୍ଣ୍ଣ ନିବେଶକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ହୋଇଛି। ଚାବାହାର ବନ୍ଦର ଉପରେ ଆମେରିକାର ପ୍ରତିବନ୍ଧକରୁ ଛାଡ୍ ଆସନ୍ତା ଏପ୍ରିଲ ୨୬ ତାରିଖରେ ଶେଷ ହେବାକୁ ଯାଉଛି। ଯଦି ଆମେରିକା ଛାଡ୍‌କୁ ବୃଦ୍ଧି ନ କରେ, ତେବେ ଭାରତୀୟ ନିବେଶ ବିପଦରେ ପଡ଼ିପାରେ। 

ତଥାପି, ଭାରତ କହିଛି ଯେ, ଚାବାହାର ବନ୍ଦରରେ ନିଜର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆମେରିକା ସହିତ ଯୋଗାଯୋଗ କରାଯାଉଛି। ଏହି ସମୟରେ, ଜଣେ ବରିଷ୍ଠ ଇରାନୀ ଅଧିକାରୀ ଭାରତ ସହିତ ସମ୍ପର୍କକୁ ଅତୁଟ ବୋଲି ବର୍ଣ୍ଣନା କରି କହିଛନ୍ତି, କେହି ଇରାନ ଓ ଭାରତ ମଧ୍ୟରେ ସମ୍ପର୍କକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ। ଇରାନର ଜାତୀୟ ସୁରକ୍ଷା କମିସନର ସଦସ୍ୟ ସାଲାର ଭେଲାୟତମାଦ୍ଦର ଚାବାହାର ବନ୍ଦରକୁ ଭାରତ-ଇରାନ ସମ୍ପର୍କରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ବର୍ଣ୍ଣନା କରିଛନ୍ତି। ସେ ବିଶ୍ୱରେ ଅସ୍ଥିରତା ବିସ୍ତାର କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, "ବିଶ୍ୱର ପରିସ୍ଥିତି ଭଲ ନୁହେଁ। ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ମର୍ଯ୍ୟାଦାଜନକ ନୁହେଁ। ସେ ପ୍ରତ୍ୟେକ ଦେଶରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଫଳରେ ଦେଶଗୁଡ଼ିକ ଅସ୍ଥିରତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ମଧ୍ୟରେ ଆମର ବନ୍ଧୁ ଦେଶ ଭାରତ ରହିଛି।

ଭାରତ ସହିତ ଐତିହାସିକ ସମ୍ପର୍କ

ଇରାନ ଅଧିକାରୀ ଭେଲାୟତମାଦ୍ଦର ଭାରତ ସହିତ ଇରାନର ଐତିହାସିକ ସମ୍ପର୍କକୁ ଉଲ୍ଲେଖ କରି କହିଛନ୍ତି ଯେ, ଦୁଇ ଦେଶ ଭାଷା, ସଂସ୍କୃତି ଓ ପରମ୍ପରାରେ ସମାନତା ରହିଛି। ଭାରତ ଓ ଇରାନ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ। ଆମର ପାରସ୍ପରିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଆମେ ଚାବାହାରରେ ଭାରତର ନିବେଶ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛୁ ଚାବାହାର ବନ୍ଦରରେ ନିବେଶକୁ ସୁରକ୍ଷିତ ରଖିବା ସମ୍ପର୍କରେ ଭାରତର ସାମ୍ପ୍ରତିକ ବିବୃତି ସମ୍ପର୍କରେ, ଇରାନ ଜାତୀୟ ସୁରକ୍ଷା କମିସନର ଜଣେ ସଦସ୍ୟ କହିଛନ୍ତି ଯେ, ଭାରତର ସ୍ଥିତି ଯୁକ୍ତିଯୁକ୍ତ। ଭାରତୀୟ ଅଧିକାରୀମାନେ ବୁଝନ୍ତି ଯେ, ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉତ୍ତେଜନାମୂଳକ କାର୍ଯ୍ୟ ଏହି ସହଭାଗୀତାକୁ ପ୍ରଭାବିତ କରିବା ଉଚିତ ନୁହେଁ। ଆମ ଦୃଷ୍ଟିରୁ କିଛି ମଧ୍ୟ ପରିବର୍ତ୍ତନ ହୋଇନାହିଁ। ଇରାନରେ ସାମ୍ପ୍ରତିକ ପ୍ରତିବାଦ ଏକ ବିଦେଶୀ ଷଡ଼ଯନ୍ତ୍ର । ଏବେ ଇରାନରେ ସୁରକ୍ଷା ଓ ସ୍ୱାଭାବିକତା ଫେରି ଆସିଥିବା ସେ କହିଛନ୍ତି।

ହାତ ଆଗକୁ ବଢ଼ିଲେ କାଟିଦେବୁ ବନାମ ଇରାନକୁ ପୃଥିବୀ ପୃଷ୍ଠରୁ ପୋଛିଦେବୁ

ଇରାନର ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରତିବାଦ ପରେ ତେହେରାନ ଓ ୱାସିଂଟନ ମଧ୍ୟରେ ବୟାନବାଜି ତୀବ୍ର ହୋଇଛି। ଉଭୟ ପରସ୍ପର ବିରୋଧରେ କଡ଼ା ମନ୍ତବ୍ୟ ଦେଉଛନ୍ତି। ତେହେରାନ ଧମକ ଦେଇଛି, ଯଦି କୌଣସି ହାତ ଆଗକୁ ବଢ଼େ ତେବେ ତାକୁ କାଟି ଦିଆଯିବ। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି , ଯଦି ତାଙ୍କୁ ହତ୍ୟା କରିବାକୁ କୌଣସି ପ୍ରୟାସ କରାଯାଏ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ପୋଛି ଦିଆଯିବ।

ଆହୁରି ପଢ଼ନ୍ତୁ: Woman Gets Own Land ବାର ବର୍ଷର ନ୍ୟାୟିକ ଲଢ଼େଇ ପରେ ନିଜ ଜାଗା ଫେରି ପାଇଲେ ମହିଳା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe