ଇରାନ୍‌ ଉପରୁ ବିପଦ ଟଳିନି, ଆକ୍ରମଣ କରିପାରେ ଆମେରିକା

Advertisment
ଇରାନ୍‌ ଉପରୁ ବିପଦ ଟଳିନି, ଆକ୍ରମଣ କରିପାରେ ଆମେରିକା

ENM NEWS

ଦୁବାଇ : ଆମେରିକାର ମାନବ ବିହୀନ ଗୁଇନ୍ଦା ଡ୍ରୋନ୍‌କୁ ଇରାନ୍‌ କ୍ଷେପଣାସ୍ତ୍ର ମାଡ଼ କରି ଖସାଇବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ଏବଂ ଏହାର ମିତ୍ର ରାଷ୍ଟ୍ରମାନେ ଇରାନ୍‌ ବିରୋଧରେ କୌଣସି ସାମରିକ ଶକ୍ତି ପ୍ରୟୋଗ କଲେ ଏହାର ଭୟଙ୍କର ଜବାବ ଦିଆଯିବ ବୋଲି ଇରାନ୍‌ ଆଜି ଚେତାବନୀ ଦେଇଛି। ଇରାନ୍‌ ସେନାର ପ୍ରବକ୍ତା ଅବୁଲଫଜନ ସେକାର୍‌ଚି କହିଛନ୍ତି ଇରାନ୍‌ ଉପରେ ଆମେରିକା କିମ୍ବା ଏହାର କୌଣସି ସହଯୋଗୀ ରାଷ୍ଟ୍ରର ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ବି ପ୍ରଳୟ ସୃଷ୍ଟି କରିବ। ଇରାନ୍‌ ନିଜର ବାୟୁସୀମା ମଧ୍ୟରେ ଆମେରିକାର ଗୁଇନ୍ଦା ଡ୍ରୋନ୍‌କୁ ଖସାଇଛି ଏବଂ ଏହା ଆମ ଅଧିକାର ପରିସରଭୁକ୍ତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ଆଜି ପୁଣି କହିଛି ଯେ ଇରାନ୍‌ ଅନ୍ତର୍ଜାତୀୟ ବାୟୁସୀମାରେ ଡ୍ରୋନ୍‌କୁ ଖସାଇଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ।

ଆମେରିକାର ୧୩ କୋଟି ଡଲାର ମୂଲ୍ୟର ମାନବବିହୀନ ଗୁଇନ୍ଦା ଡ୍ରୋନ୍‌କୁ ଇରାନ୍‌ ଧ୍ବଂସ କରିବା ଏବଂ ଭଗ୍ନାବ‌ଶେଷ ଗଣମାଧ୍ୟମକୁ ଦେଖାଇଥିବାରୁ ଯେ କୌଣସି ମୁହୂର୍ତ୍ତରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଆଶଙ୍କା ରହିଛି। ଗତକାଲି ଇରାନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଂଜୁରି ଦେଇଥିଲେ। କିନ୍ତୁ କିଛି ମିନିଟ୍‌ ମଧ୍ୟରେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ମୁତାବକ ଇରାନ୍‌ର ରାଡାର ବ୍ୟବସ୍ଥା ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ ପାଇଁ ଟ୍ରମ୍ଫ ମଂଜୁରି ଦେଇଥିଲେ। ତେବେ କୌଣସି ବଡ଼ ଯୁଦ୍ଧ ଆରମ୍ଭ ହୋଇଯିବା କିମ୍ବା ଇରାନ୍‌ର ସାଧାରଣ ନାଗରିକଙ୍କ ମୃତାହତ ଆଶଙ୍କାରେ ଅଚାନକ ଟ୍ରମ୍ପ୍‌ ତାଙ୍କ ନିଷ୍ପତ୍ତି ବଦଳାଇ ଆକ୍ରମଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଆମେରିକାର ଯେ କୌଣସି କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ଜାହାଜର ମୁକାବିଲା କରିବା ପାଇଁ ଇରାନ୍‌ ଏବେ ବ୍ୟାପକ ପ୍ରସ୍ତୁତି କରିଛି। ଦେଶର ବାୟୁସୀମାକୁ ସର୍ବାଧିକ ସୁରକ୍ଷିତ ରଖିବାକୁ ପଦକ୍ଷେପ ନିଆଯାଇଛି ବୋଲି ଇରାନ୍‌ ସେନାର ବରିଷ୍ଠ କମାଣ୍ଡରମାନେ କହିଛନ୍ତି। ଇରାନ୍‌ ବାୟୁସୀମାରେ ପ୍ରବେଶ ପୂର୍ବରୁ ଆମେରିକାର କ୍ଷେପଣାସ୍ତ୍ର ଏବଂ ବିମାନକୁ ନଷ୍ଟ କରିବାକୁ କ୍ଷେପଣାସ୍ତ୍ର ବ୍ୟବସ୍ଥା ତୟାର ରହିଛି। ଇରାନ୍‌ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଏହି ଉତ୍ତେଜନା ଉପରେ ଭାରତର ସତର୍କ ନଜର ରହିଛି। ଭାରତୀୟ ନୌସେନା ଓମାନ ଉପସାଗରରେ ଦୁଇଟି ଯୁଦ୍ଧ ପୋତ ମୁତୟନ କରିଛି। ଭାରତୀୟ ତୈଳ ଜାହାଜଗୁଡ଼ିକୁ ସୁରକ୍ଷା ଦେବାପାଇଁ ଏହି ଯୁଦ୍ଧ ପୋତ ମୁତୟନ କରାଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe