Advertisment

Iran-US War: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ: ତୁରନ୍ତ ଇରାନ ଛାଡ଼ିବାକୁ ନିଜ ନାଗରିକଙ୍କୁ କହିଲା ଭାରତ

Advertisment
New Project (6)

iran us war Photograph: (google)

ତେହେରାନ: ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ଛାତ୍ର ଆନ୍ଦୋଳନ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଇରାନରେ ସ୍ଥିତି ଅଶାନ୍ତ ରହିଥିବାବେଳେ ଭାରତ ସୋମବାର ଏହାର ନାଗରିକଙ୍କୁ ତୁରନ୍ତ ତେହେରାନ ଛାଡ଼ିବାକୁ କହିଛି। ଇରାନରେ ରହୁଥିବା ଭାରତୀୟ ‌ଯେକୌଣସି ପରିବହନ ମାଧ୍ୟମ ଦେଇ ସେଠାରୁ ଚାଲିଆସିବାକୁ କୁହାଯାଇଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ସଦ୍ୟତମ ପରାମର୍ଶବଳୀ ଜାରି କରିଛି। ଏହାପୂର୍ବରୁ ଚଳିତ ମାସ ଜାନୁଆରି ୫ ତାରିଖରେ ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଏପରି ପରାମର୍ଶବଳୀ ଜାରି କରିଥିଲା। ଜାନୁଆରି ୧୪ରେ ଭାରତୀୟ ନାଗରିକ ଓ ଭାରତୀୟ ବଂଶୋଦ୍ଭବଙ୍କୁ ସତର୍କତା ଅବଲମ୍ବନ କରିବା, ବିରୋଧ ପ୍ରଦର୍ଶନ ଚାଲିଥିବା ଅଞ୍ଚଳଠାରୁ ଦୂରେଇ ରହିବାକୁ ସତର୍କ କରାଇଥିଲା। 

ସୋମବାର ତେହେରାନସ୍ଥିତ ଭାରତୀୟ ଦୂତାବାସ ବର୍ତ୍ତମାନ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକ, ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ବାଣିଜ୍ୟିକ ବିମାନ ସମେତ ଯେକୌଣସି ଉପଲବ୍ଧ ପରିବହନ ମାଧ୍ୟମରେ ଦେଶ ଛାଡ଼ିବାକୁ କହିଛି। ଏହାସହିତ ଭାରତୀୟ ନାଗରିକଙ୍କୁ ସେମାନଙ୍କର ପରିଚୟପତ୍ର ଏବଂ ପାସପୋର୍ଟ ଭଳି ଇମିଗ୍ରେସନ ଏବଂ ଯାତ୍ରା ଡକ୍ୟୁମେଣ୍ଟଗୁଡ଼ିକ ନିଜ ପାଖରେ ରଖିବାକୁ ଏବଂ ଯେକୌଣସି ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହାସହିତ ଦୂତାବାସ ସହିତ ନିଜକୁ ପଞ୍ଜିକୃତ କରିବାକୁ କୁହାଯାଇଛି। 

ଯଦି ଇରାନରେ ଥିବା ବ୍ୟକ୍ତି ନିକଟରେ ଇଣ୍ଟର‌ନେଟ୍‌ ବ୍ୟବସ୍ଥା ନ ଥିବ ତେବେ ସେମାନଙ୍କ ପରିବାର ଲୋକ ମଧ୍ୟ ପଞ୍ଜିକରଣ କରିପାରିବେ। ତେହେରାନରେ ଶନିବାର ଓ ରବିବାର ବଡ଼ଧରଣ ଛାତ୍ର ଆନ୍ଦୋଳନ ଦେଖାଯିବା ପରେ ଭାରତ ପକ୍ଷରୁ ଏହି ପରାମର୍ଶ ଜାରି କରାଯାଇଛି। ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଜେନେଭାଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ବୋଲି ଓମାନର ବିଦେଶ ମନ୍ତ୍ରୀ ବଦର୍‌ ଅଲ୍‌ ବୁସାଇଦି କହିଛନ୍ତି। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ୱାସିଂଟନ ସହିତ ବୁଝାମଣା କରିବାକୁ ମାତ୍ର ୧୦ ଦିନ ସମୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe