ଇବ୍ରାହିମ ରଇସଙ୍କ ମୃତ୍ୟ ପରେ ଉପରାଷ୍ଟ୍ରପତି ‌ମୋଖବେର ହେଲେ ଇରାନର କାମଚଳା ରାଷ୍ଟ୍ରପତି

Advertisment
ଇବ୍ରାହିମ ରଇସଙ୍କ ମୃତ୍ୟ ପରେ ଉପରାଷ୍ଟ୍ରପତି ‌ମୋଖବେର ହେଲେ ଇରାନର କାମଚଳା ରାଷ୍ଟ୍ରପତି

News9live

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ‌ମୋଖବେର ଇରାନର କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରବିବାର ହେଲିକପ୍ଟର ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟ ଦୁର୍ଘଟଣାରେ ହୋଇଥିଲା । ଦୁର୍ଘଟଣାର କାରଣ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି । ଆଜି ଦିନିକିଆ ଶୋକ ପାଳୁଛି ଭାରତ ।

ଗତକାଲି ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଇବ୍ରାହିମଙ୍କ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନଥିଲା। ତେବେ ଆଜି ଦୁର୍ଘଟଣାସ୍ଥଳରୁ ତାଙ୍କର ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଛି।

ଇରାନ୍‌ର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନୀ ଉପରାଷ୍ଟ୍ରପତି ମହମ୍ମଦ ମୋଖବେରଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ।

ଗତକାଲି ହେଲିକପ୍ଟର ଦୁର୍ଘଟଣା ପରେ ନିଖୋଜ ଥିବା ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍‌ ଆମିର ଅବ୍‌ଦୁଲ୍ଲାଇନ୍‌ଙ୍କ ମୃତଦେହକୁ ଆଜି ଠାବ କରାଯାଇଛି। ମଧ୍ୟପ୍ରାଚ୍ୟରେ ଜଣେ ଶକ୍ତିଶାଳୀ ନେତା ରୂପେ ପରିଚିତ ୬୩ ବର୍ଷୀୟ ଇବ୍ରାହିମଙ୍କ ଏଭଳି ମୃତ୍ୟୁ ଯୋଗୁଁ କେବଳ ଇରାନ୍‌ ନୁହେଁ ମଧ୍ୟପ୍ରାଚ୍ୟର ରାଜନୈତିକ ସ୍ଥିତି ହଠାତ୍‌ ବଦଳିଯାଇଛି। ତାଙ୍କ ମୃତ୍ୟୁ ସମଗ୍ର ମଧ୍ୟପ୍ରାଚ୍ୟରେ କମ୍ପନ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ଘଟଣାର ତଦନ୍ତରେ ସହାୟତା କରିବାକୁ ରୁଷ୍‌ ସମେତ ଅନେକ ରାଷ୍ଟ୍ର ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe