ଆମେରିକାକୁ ଜବାବ ଦେବାକୁ ଇରାନର ପ୍ରସ୍ତୁତି, ସଂଯମ ରକ୍ଷା ପାଇଁ ଭାରତର ନିବେଦନ

Advertisment

ଇସମାଇଲ କାନି ସୁଲେମାନିଙ୍କ ଉତ୍ତରାଧିକାରୀ ନିଯୁକ୍ତ

ଇସମାଇଲ କାନି ସୁଲେମାନିଙ୍କ ଉତ୍ତରାଧିକାରୀ ନିଯୁକ୍ତ

ଆମେରିକାକୁ ଜବାବ ଦେବାକୁ ଇରାନର ପ୍ରସ୍ତୁତି, ସଂଯମ ରକ୍ଷା ପାଇଁ ଭାରତର ନିବେଦନ

image credit : Tehran Times

ତେହେରାନ : ଆମେରିକା ଦ୍ୱାରା ଇରାନ ସେନାର କୁଡସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର କଠୋର ଜବାବ ଦିଆଯିବ ବୋଲି ଇରାନର ଧମକ ପରେ ଆମେରିକା ଇରାକରେ ଥିବା ନିଜ ନାଗରିକମାନଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି ।
ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲି ଖାମନେଇ ସୁଲେମାନିଙ୍କ ଉତ୍ତରାଧିକାରୀ ନିଯୁକ୍ତ କରିଛନ୍ତି । ବ୍ରିଗେଡିୟର ଜେନେରାଲ ଇସମାଇଲ କାନିଙ୍କୁ କୁଡସ ଫୋର୍ସର କମାଣ୍ଡର ନିଯୁକ୍ତ କରାଯାଇଛି । ମୃତ ସୁଲେମାନଙ୍କ ସମ୍ମାନରେ ବିଶ୍ୱବ୍ୟାପୀଥିବା ଇରାନର ଦୂତାବାସରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆମେରିକାର ଏହି ଆକ୍ରମଣକୁ ନେଇ ବିଶ୍ୱବ୍ୟାପୀ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୁଇପକ୍ଷ ଉତ୍ତେଜନାକୁ ହ୍ରାସ କରିବାକୁ ଭାରତ କହିଛି । ଋଷିଆ କହିଛି ଯେ ଆମେରିକାର ଏହି କାର୍ଯ୍ୟ ଉତ୍ତେଜନାକୁ ବଢାଇବ । ଜାତିସଂଘ ମହାସଚିବ ଆଣ୍ଟୋନିଆ ଗୁଏଟରେସ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଚୀନ ଦୁଇ ପକ୍ଷକୁ ସଂଯମ ରକ୍ଷା ପାଇଁ ନିବେଦନ କରିଛି । ଇସ୍ରାଏଲ କହିଛି ଯେ ଆମେରିକାର ଆତ୍ମରକ୍ଷାର ଅଧିକାର ରହିଛି । ଅନ୍ୟପକ୍ଷରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୋଲ୍ଲା କହିଛି ଯେ ଏହାର ପ୍ରତିଶୋଧ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe