ଇସ୍ରାଏଲକୁ ପୁଣିଥରେ ଇରାନ୍‌ର ଚେତାବନୀ: ସମସ୍ତଙ୍କ ହାତ ଟ୍ରିଗର୍‌ ଉପରେ ରହିଛି

Advertisment
ଇସ୍ରାଏଲକୁ ପୁଣିଥରେ ଇରାନ୍‌ର ଚେତାବନୀ: ସମସ୍ତଙ୍କ ହାତ ଟ୍ରିଗର୍‌ ଉପରେ ରହିଛି

Tehran Times

ନୂଆଦିଲ୍ଲୀ: ଗାଜାରେ ଏକ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବାବେଳେ ଇରାନ୍‌ ଇସ୍ରାଏଲକୁ ଏନେଇ ଘନ ଘନ ଚେତାବନୀ ଦେଉଛି। ପାଲେସ୍ତିନୀୟଙ୍କ ବିରୋଧରେ ତୁରନ୍ତ ଆକ୍ରମଣ ବନ୍ଦ କରିବାପାଇଁ ଇରାନ ଇସ୍ରାଏଲକୁ କହିଛି। ଇରାନ ବିଦେଶ ମନ୍ତ୍ରୀ ହୋସେନ କହିଛନ୍ତି, ଯଦି ଇସ୍ରାଏଲର ଆକ୍ରମଣ ବନ୍ଦ ହେବନାହିଁ ତେବେ ଅଞ୍ଚଳରେ ସମସ୍ତ ପକ୍ଷଙ୍କ ହାତ ଟ୍ରିଗର୍‌ ଉପରେ ରହିଛି। ଗାଜାରେ ଇସ୍ରାଏଲ ଲଗାତାର ବୋମାବର୍ଷା କରୁଥିବାରୁ ୨,୬୭୦ରୁ ‌ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ୭୦୦ରୁ ଅଧିକ ଶିଶୁ ରହିଛନ୍ତି।

ଇସ୍ରାଏଲ ଗାଜାକୁ ଜଳ, ବିଦ୍ୟୁତ ଏବଂ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି। ଆଗକୁ ପରିସ୍ଥିତିର ନିୟନ୍ତ୍ରଣ ସଂକ୍ରାନ୍ତରେ ଏବଂ ସଂଘର୍ଷ ବଢ଼ିବନାହିଁ ବୋଲି କେହି ଗ୍ୟାରେଣ୍ଟି ଦେଇପାରିବେନି। ତେଣୁ ଯେଉଁମ‌ା‌ନେ ଯୁଦ୍ଧର ପରିସର ବଢ଼ାଇବାକୁ ଚାହୁନାହାନ୍ତି ସେମାନେ ପ୍ରଥମେ ଗାଜାରେ ନାଗରିକଙ୍କ ଉପରେ ବର୍ବର ଆକ୍ରମଣ ବନ୍ଦ କରନ୍ତୁ। ନଚେତ ଯୁଦ୍ଧର ପରିସର ବଢ଼ିବ ଏବଂ ଅଞ୍ଚଳରେ ସମସ୍ତ ପକ୍ଷଙ୍କ ହାତ ଟ୍ରିଗର୍‌ ଉପରେ ରହିଛି। ଗୋଟିଏ ପଟେ ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ପ୍ରସ୍ତୁତ ହୋଇ ରହିଥିବାବେଳେ ଅନ୍ୟପକ୍ଷେ ଇସ୍ର‌ାଏଲ ଉପରେ ଏହା ବନ୍ଦ କରିବାପାଇଁ ଚାପ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe