ବଡ଼ ଯୁଦ୍ଧ ନେଇ ଇସ୍ରାଏଲକୁ ଇରାନ୍‌ର ଚେତାବନୀ

Advertisment
ବଡ଼ ଯୁଦ୍ଧ ନେଇ ଇସ୍ରାଏଲକୁ ଇରାନ୍‌ର ଚେତାବନୀ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ରେ ଆକ୍ରମଣ ଜୋରଦାର କରିଛି। ଗାଜା ଷ୍ଟ୍ରିପ୍‌ରେ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡ଼ିବାପାଇଁ ନିର୍ଦ୍ଦେଶ ଦେଇ ଇସ୍ରାଏଲ ହମାସ୍‌ ଉପରେ ଏକ ବଡ଼ ଧରଣର ଆକ୍ରମଣର ସଙ୍କେତ ଦେଇଛି। ଇତି ମଧ୍ୟରେ ଇରାନ୍‌ ଇସ୍ରାଏଲକୁ ଏକ ବଡ଼ ଧରଣର ଯୁଦ୍ଧ ନେଇ ପରୋକ୍ଷ ଚେତାବନୀ ଦେଇଛି। ହମାସ୍‌ ଏବଂ ଅନ୍ୟ ମଧ୍ୟ ପ୍ରାଚ୍ୟ ଆତଙ୍କବାଦୀ ଗୋଷ୍ଠୀକୁ ଇରାନ ସରକାର ସମର୍ଥନ କରୁଛି। ତେବେ ଇରାନ୍‌ ବିଦେଶ ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି, ଗାଜାରେ ଇସ୍ରାଏଲର କାର୍ଯ୍ୟ ଉପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି। ଇସ୍ରାଏଲ ବିରୋଧରେ ନୂତନ ଦିଗରୁ ଆଉ ଏକ ଯୁଦ୍ଧ ଆରମ୍ଭ ହେବ କି ନା' ତାହା କେବଳ ଇସ୍ରାଏଲର କାର୍ଯ୍ୟ ଉପରେ ହିଁ ନିର୍ଭର କରୁଛି। ଇରାନ ଦୀର୍ଘଦିନ ଧରି ହମାସ୍‌କୁ ସମର୍ଥନ କରିଆସୁଥିଲେ ସୁଦ୍ଧା ଇରାନ ଅଧିକାରୀମାନେ ସେମାନଙ୍କ କଥାରେ ଅଟଳ ରହିଛନ୍ତି।

ଇସ୍ରାଏଲରେ ‌ହୋଇଥିବା ହମାସ ଆତଙ୍କବାଦୀ ଆକ୍ରମଣରେ ଇରାନ୍‌ର କୌଣସି ହାତ ନାହିଁ ବୋଲି ଇରାନ୍‌ ଅଧିକାରୀମାନେ କହିଛନ୍ତି। ତଥାପି ଆମେରିକା ଇସ୍ରାଏଲ ବିରୋଧରେ ଏକ ନୂଆ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା କରୁଛି। ଇରା‌ନ୍‌ ବିଦେଶ ମନ୍ତ୍ରୀ ହୋସିନ ଅମିର ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍‌ ସୁଦାନୀଙ୍କ ସହ କଥା ହେବା ସମୟରେ ଏହା କହିଛନ୍ତି ଯେ କିଛି ରାଷ୍ଟ୍ରର ଅଧିକାରୀ ଆମ ସହ ଯୋଗାଯୋଗ କରିଛନ୍ତି ଏବଂ ଇସ୍ରାଏଲ ବିରୋଧରେ ନୂତନ ସାମ୍ମୁଖ୍ୟର ଯୁଦ୍ଧ ସମ୍ଭାବନା ସଂକ୍ରାନ୍ତରେ ପଚାରିଛନ୍ତି। କିନ୍ତୁ ଆମେ ସେମାନଙ୍କୁ ସ୍ପଷ୍ଟ ଅବଗତ କରାଇ ଦେଇଛୁ ଯେ ଗାଜାରେ ଇସ୍ରାଏଲର କାର୍ଯ୍ୟ ଉପରେ ହିଁ ସବୁକିଛି ନିର୍ଭର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe