ଖେମିନିଙ୍କ ଉପରେ ଆକ୍ରମଣକୁ ଇରାନ ସହିତ ଯୁଦ୍ଧ ବୋଲି ବିବେଚନା କରାଯିବ: ଟ୍ରମ୍ପଙ୍କୁ ନାଲି ଆଖି ଦେଖାଇଲେ ଇରାନ ରାଷ୍ଟ୍ରପତି

Advertisment

ଆମେରିକା ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚେତାବନୀ ଦେଇଛନ୍ତି ଯେ, ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ଖେମିନିଙ୍କ ଉପରେ ଯେକୌଣସି ଆକ୍ରମଣକୁ ଇରାନ ସହିତ ଏକ ଯୁଦ୍ଧ ଭାବେ ବିବେଚନା କରାଯିବ।

ଆମେରିକା ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚେତାବନୀ ଦେଇଛନ୍ତି ଯେ, ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ଖେମିନିଙ୍କ ଉପରେ ଯେକୌଣସି ଆକ୍ରମଣକୁ ଇରାନ ସହିତ ଏକ ଯୁଦ୍ଧ ଭାବେ ବିବେଚନା କରାଯିବ।

Attack on Khamenei

Attack on Khamenei

ତେବେରାନ: ଆମେରିକା ସହିତ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚେତାବନୀ ଦେଇଛନ୍ତି ଯେ, ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ଖେମିନିଙ୍କ ଉପରେ ଯେକୌଣସି ଆକ୍ରମଣକୁ ଇରାନ ସହିତ ଏକ ଯୁଦ୍ଧ ଭାବେ ବିବେଚନା କରାଯିବ। ପେଜେସ୍କିଆନ କହିଛନ୍ତି, ଆମେରିକା ଓ ସହଯୋଗୀମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଅମାନବୀୟ ପ୍ରତିବନ୍ଧକ ଇରାନ ଜନତା ସମ୍ମୁଖୀନ ହେଉଥିବା ଆର୍ଥିକ ଦୁର୍ଦ୍ଦିନର ଏକ ମୁଖ୍ୟ କାରଣ।

ଇରାନର ପ୍ରତିକ୍ରିୟା କଠୋର ଓ ଦୁଃଖଦ ହେବ

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ, ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି, ଯେକୌଣସି ଅନ୍ୟାୟ ଆକ୍ରମଣର ପ୍ରତି ଇରାନର ପ୍ରତିକ୍ରିୟା କଠୋର ଓ ଦୁଃଖଦ ହେବ। ଯଦି ପ୍ରଦର୍ଶନକାରୀଙ୍କ ବିରୋଧ‌ରେ ହତ୍ୟା କିମ୍ବା ମୃତ୍ୟୁଦଣ୍ଡାଦେଶ ଜାରି ରଖାଯାଏ, ତେବେ ସମ୍ଭାବ୍ୟ ହସ୍ତକ୍ଷେପ ବିଷୟରେ ବାରମ୍ବାର ଚେତାବନୀ ଦେଉଥିବା ତଥା ପଲିଟିକୋ ସହିତ ଏକ ସାକ୍ଷାତକାରରେ ଇରାନରେ ନୂତନ ନେତୃତ୍ୱ ଖୋଜିବାର ସମୟ ଆସିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ପେଜେସ୍କିଆନଙ୍କ ଏଭଳି ପ୍ରତିକ୍ରିୟା ଆସିଛି। ଶନିବାର ଆୟାତୋଲ୍ଲା ଅଲି ଖେମିନି କହିଥିଲେ ଯେ, ଇରାନର ସାମ୍ପ୍ରତିକ ହିଂସାରେ ବିଦେଶୀ ତତ୍ତ୍ୱମାନଙ୍କ ଦ୍ୱାରା କରାଯାଇଥିବା ହତ୍ୟା ଓ ପୋଡ଼ାଜଳା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହିଁ ମୁଖ୍ୟ ଦୋଷୀ। ଇରାନରେ ହୋଇଥିବା ହତ୍ୟା, କ୍ଷତି ଓ ମିଥ୍ୟା ଅଭିଯୋଗ ପାଇଁ ଆମେରିକା ରାଷ୍ଟ୍ରପତି ଦାୟୀ। ଟ୍ରମ୍ପଙ୍କୁ ଜଣେ ଅପରାଧୀ।

ଅଶାନ୍ତି ପାଇଁ ଆମେରିକା-ଇସ୍ରାଏଲ ଦାୟୀ

ଇରାନ ଅଧିକାରୀମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି, ଦେଶରେ ଅଶାନ୍ତି ସୃଷ୍ଟି ପାଇଁ ଆମେରିକା ଓ ଇସ୍ରାଏଲ ଦାୟୀ।। ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ତେହେରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଉଛନ୍ତି। ସେ କହିଥିଲେ ଯଦି ତାଙ୍କ ପ୍ରଶାସନ ନିର୍ଣ୍ଣୟ କରିବ ଯେ, ଇସଲାମିକ ଗଣରାଜ୍ୟ ସରକାର ପ୍ରଦର୍ଶନକାରୀଙ୍କ ଉପରେ ମାରାତ୍ମକ ଶକ୍ତି ବ୍ୟବହାର କରୁଛି ତେବେ ଆମେରିକା ଚୁପ୍ ନରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଟ୍ରମ୍ପଙ୍କ ବିଭିନ୍ନ ମନ୍ତବ୍ୟ ନେଇ ଇରାନ ରାଷ୍ଟ୍ରପତି ନାଲି ଆଖି ଦେଖାଇବା ସହିତ ପରିଣାମ ସମ୍ପର୍କରେ ଧମକ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: UAE ରାଷ୍ଟ୍ରପତି ଅଲ୍ ନାହୟାନ୍‌ଙ୍କ ଭାରତ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe