ଇସ୍ରାଏଲ ଆକ୍ରମଣରେ ଇରାନର ସେନା ଅଧିକାରୀ ନିହତ: ପ୍ରତିଶୋଧ ନେବାକୁ ଇରାନର ଧମକ

Advertisment

ନେତାନ୍ୟାହୁ କହିଲେ ଯୁଦ୍ଧ ସରିନାହିଁ

ନେତାନ୍ୟାହୁ କହିଲେ ଯୁଦ୍ଧ ସରିନାହିଁ

ଇସ୍ରାଏଲ ଆକ୍ରମଣରେ ଇରାନର ସେନା ଅଧିକାରୀ ନିହତ: ପ୍ରତିଶୋଧ ନେବାକୁ ଇରାନର ଧମକ

Image Courtesy of Reuters

ଟେଲ୍‌ ଅଭିଭ: ଇସ୍ରାଏଲ-ହାମାସ ଯୁଦ୍ଧ ଜାରି ରହିଥିବା ବେଳେ ଇସ୍ରାଏଲର ଏୟାର୍‌ଷ୍ଟ୍ରାଇକ୍‌ରେ ସିରିଆର ଦାମାସ୍କସ ଅଞ୍ଚଳରେ ଜଣେ ଉଚ୍ଚପଦସ୍ଥ ଇରାନୀ ଜେନେରାଲ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଥିବା ଇରାନର ଅଧିକାରୀ ଏବଂ ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀ ଉକ୍ତ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଧମକ ଦେଇଥିଲେ ମଧ୍ୟ ତୁରନ୍ତ କୌଣସି ପ୍ରତିଶୋଧମୂଳକ ଆକ୍ରମଣ କରି ନ ଥିଲେ।

ସିରିଆର ରାଜଧାନୀ ଦାମାସ୍କସରେ ସୋମବାର ଇସ୍ରାଏଲର ଏୟାର୍‌ଷ୍ଟ୍ରାଇକ୍‌ରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଇରାନର ଅର୍ଦ୍ଧସରକାରୀ ନ୍ୟୁଜ୍ ଏଜେନ୍ସି ‘ଇରାନ୍ ତସନିମ୍’ ଅନୁଯାୟୀ, ବ୍ରିଗେଡିୟର ଜେନେରାଲ୍ ରାଜି ମୌସାବି ଦାମାସ୍କସରେ ହୋଇଥିବା ଆକ୍ରମଣରେ ନିହତ ହୋଇଛନ୍ତି। ଇରାନ ଓ ସିରିଆ ମଧ୍ୟରେ ସାମରିକ ମେଣ୍ଟରେ ସମନ୍ୱୟ ରକ୍ଷା କରିବା ପାଇଁ ମୌସାବି ଦାୟିତ୍ୱରେ ଥିଲେ। ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଧମକ ଦେଇ କହିଛନ୍ତି ଯେ ଇସ୍ରାଏଲକୁ ନିଶ୍ଚିତ ଭାବରେ ଏହି ଅପରାଧ ପାଇଁ ମୂଲ୍ୟ ଦେବାକୁ ପଡ଼ିବ। ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଶୀର୍ଷ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ ସୋମବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୋମବାର ଉତ୍ତର ଗାଜାରେ ଇସ୍ରାଏଲ ସୈନ୍ୟମାନଙ୍କୁ ଭେଟିଥିବା ନେତାନ୍ୟାହୁ ତାଙ୍କ ଲିକୁଦ ପାର୍ଟିର ସାଂସଦମାନଙ୍କୁ କହିଛନ୍ତି ଯେ ଯୁଦ୍ଧ ଶେଷ ହୋଇନାହିଁ। ସାମରିକ ଚାପ ପ୍ରୟୋଗ ବିନା ଇସ୍ରାଏଲର ବନ୍ଦୀମାନଙ୍କୁ ମୁକ୍ତ କରିବା ସମ୍ଭବ ନୁହେଁ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଲେଖା ଅନୁଯାୟୀ, ନେତାନ୍ୟାହୁ ଶାନ୍ତି ପାଇଁ ତିନୋଟି ସର୍ତ୍ତ ରଖିଛନ୍ତି। ସେ ହମାସକୁ ଧ୍ୱଂସ କରିବା, ଗାଜାକୁ ଅସାମରିକୀକରଣ କରିବା ଏବଂ ସମଗ୍ର ପାଲେଷ୍ଟାଇନ ସମାଜକୁ ମୌଳବାଦରୁ ମୁକ୍ତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe