ପ୍ରଥମ ଥର ପାଇଁ ୟୁକ୍ରେନ୍‌ର କିବ୍‌ ଅଞ୍ଚଳରେ ଆକ୍ରମଣ କଲା ଇରାନୀୟ ଡ୍ରୋନ୍‌ ‘କାମିକାଜି’: ରିପୋର୍ଟ

ପ୍ରଥମ ଥର ପାଇଁ ୟୁକ୍ରେନ୍‌ର କିବ୍‌ ଅଞ୍ଚଳରେ ଆକ୍ରମଣ କଲା ଇରାନୀୟ ଡ୍ରୋନ୍‌ ‘କାମିକାଜି’: ରିପୋର୍ଟ

Image Courtesy of NDTV

କିବ୍‌: ବୁଧବାର ଦିନ ୟୁକ୍ରେନ୍‌ର ରାଜଧାନୀ କିବ୍‌ ନିକଟବର୍ତ୍ତୀ ଏକ ନଗରୀରେ ଯେଉଁ ଅଗ୍ନିକାଣ୍ଡ ଘଟିଲା ତାହା ଇରାନ୍‌ରେ ନିର୍ମିତ ସ୍ବୟଂଚାଳିତ ଡ୍ରୋନ୍‌ ‘କାମିକାଜି’ (ଆତ୍ମଘାତୀ ଡ୍ରୋନ୍‌) ବୋଲି ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

କିବ୍‌ ଅଞ୍ଚଳର ଗଭର୍ଣ୍ଣର୍‌ ଓଲେକ୍ସିୟା କୁଲେବା କହିଛନ୍ତି, ଗତରାତିରେ ରାଜଧାନୀଠାରୁ ଦକ୍ଷିଣକୁ ପ୍ରାୟ ୭୫ କିଲୋମିଟର୍‌ ଦୂରବର୍ତ୍ତୀ ବିଲା ସେର୍କଭାରେ ଗୋଟିଏ ଅଟ୍ଟାଳିକା ଉପରେ ୬ଟି ଡ୍ରୋନ୍‌ ଆକ୍ରମଣ କରିଥିଲେ।

ଗତ ତିନି ସପ୍ତାହ ହେବ ଇରାନ୍‌ରେ ନିର୍ମିତ ‘ଶାହେଦ୍‌-୧୩୬’ ଡ୍ରୋନ୍‌ଦ୍ବାରା ରୁଷ୍‌ ବିଭିନ୍ନ ପ୍ରାନ୍ତରେ ଆକ୍ରମଣ କରୁଥିବା କଥା ୟୁକ୍ରେନ୍‌ ରିପୋର୍ଟ କରିଥିଲା। କିନ୍ତୁ, ଗତରାତିରେ ବିଲା ସେର୍କଭା ହୋଇଥିବା ଆକ୍ରମଣ ହେଉଛି କିବ୍‌ର ସବୁଠୁ ନିକଟତମ ଅଞ୍ଚଳ।

publive-image Image Courtesy of Forbes

ରୁଷ୍‌କୁ ଡ୍ରୋନ୍‌ ଯୋଗାଇବା କଥାକୁ ଇରାନ୍‌ ଅଗ୍ରାହ୍ୟ କରୁଥିବା ବ‌େଳେ କ୍ରେମ୍‌ଲିନ୍‌ ଏ ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ।

ବୁଧବାର ଦିନ ଟେଲିଭିଜନ୍‌ରେ ୟୁକ୍ରେନୀୟ ବାୟୁସେନାର ମୁଖପାତ୍ର ୟୁରି ଇହ୍‌ନାତ୍‌ କହିଛନ୍ତି, ଦକ୍ଷିଣ ୟୁକ୍ରେନ୍‌ ଅନ୍ତର୍ଗତ ଅଧିକୃତ ଅଞ୍ଚଳରୁ ଉକ୍ତ ଡ୍ରୋନ୍‌ଗୁଡ଼ିକୁ ଛଡ଼ାଯାଇଥିଲା। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆଗରୁ ଆହୁରି ଛଅଟି ଡ୍ରୋନ୍‌ ଗୁଳି ମାରି ଖସାଇ ଦିଆଯାଇଥିଲା।

ୟୁକ୍ରେନ୍‌ର ସମସ୍ତ ପ୍ରତିରକ୍ଷା ବଳ ପାଇଁ ଏହା ହେଉଛି ନୂଆ ବିପଦ। ଏହାର ମୁକାବିଲା ନିମନ୍ତେ ଆମ ନିକଟରେ ଥିବା ସମସ୍ତ ପାଥେୟ ଉପଯୋଗ କରିବା ଆବଶ୍ୟକ ବୋଲି କମାଣରୁ ନିକ୍ଷେପ କରାଯାଉଥିବା ଗୋଳାର ଆକାର ସହ ‘କାମିକାଜି ଡ୍ରୋନ୍‌’ର କ୍ଷୁଦ୍ର ଆକାରକୁ ତୁଳନା କରି ଇହ୍‌ନାତ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe