ଇସ୍ରାଏଲକୁ ନସରୁଲ୍ଲାର ଗୁପ୍ତ ଠିକଣା ବତେଇଥିଲେ ଇରାନ ଗୁପ୍ତଚର

ଇସ୍ରାଏଲ ଏକ ଏୟାରଷ୍ଟ୍ରାଇକ୍ ରେ ହେଜବୁଲ୍ଲା ଆତଙ୍କବାଦୀ ସଂଗଠନର ମୁଖ୍ୟ ସୟଦ ହାସନ ନସରଲ୍ଲାଙ୍କୁ ନିପାତ କରିବା ସଂପର୍କରେ ଏକ ନୂଆ ସୂଚନା ଅସିଛି । ଫ୍ରାନ୍ସର ଖବରକାଗଜ 'ଲି ପ୍ୟାରିସିଆନ୍' ଏକ ରିପୋର୍ଟ କରିଛି ଯେ ଜଣେ ଇରାନୀ ଗୁପ୍ତଚର ଇସ୍ରାଏଲ ସେନାକୁ ନସରଲ୍ଲାଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।

ଅଦ୍ୟତନ ହୋଇଛି
hizbollah

ବେରୁତ : ଇସ୍ରାଏଲ ଏକ ଏୟାରଷ୍ଟ୍ରାଇକ୍ ରେ ଆତଙ୍କବାଦୀ ସଂଗଠନର ମୁଖ୍ୟ ସୟଦ ହାସନ ନସରଲ୍ଲାଙ୍କୁ ନିପାତ କରିବା ସହ ହିଜବୁଲ୍ଲା ଏବଂ ଏହାର ସହଯୋଗୀ ଇରାନକୁ ଏକ ବଡ଼ ଝଟକା ଦେଇଛି। ଏବେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଜଣେ ଇରାନୀ ଗୁପ୍ତଚର ଆକ୍ରମଣ ପୂର୍ବରୁ ଇସ୍ରାଏଲ କର୍ତ୍ତୃପକ୍ଷଙ୍କୁ ନସରଲ୍ଲାଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। 

ଫ୍ରାନ୍ସର ଖବରକାଗଜ 'ଲି ପ୍ୟାରିସିଆନ୍' ଏକ ରିପୋର୍ଟ କରିଛି ଯେ ଜଣେ ଇରାନୀ ଗୁପ୍ତଚର ଇସ୍ରାଏଲ ସେନାକୁ ନସରଲ୍ଲାଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ରିପୋର୍ଟରେ ଦାବି କରାଯାଇଛି ଯେ ଜଣେ ଇରାନୀ ଗୁପ୍ତଚର ଇସ୍ରାଏଲ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ ଯେ ନସରଲ୍ଲା କେତେବେଳେ ବେରୁତର ଦକ୍ଷିଣ ଉପନଗରରେ ଥିବା ଅତ୍ୟନ୍ତ ସୁରକ୍ଷିତ ଭୂତଳ ବଙ୍କର ଭିତରେ ଉପସ୍ଥିତ ରହିବେ ଏବଂ ହିଜବୁଲ୍ଲାର ଅନେକ ଶୀର୍ଷ ସଦସ୍ୟଙ୍କ ସହ ଏକ ବୈଠକରେ ଯୋଗ ଦେବେ।

ରିପୋର୍ଟରେ ଦାବି କରାଯାଇଛି ଯେ ଜଣେ ଇରାନୀ ଗୁପ୍ତଚର ଇସ୍ରାଏଲ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ ଯେ ନସରଲ୍ଲା କେତେବେଳେ ବେରୁତର ଦକ୍ଷିଣ ଉପନଗରରେ ଥିବା ଅତ୍ୟନ୍ତ ସୁରକ୍ଷିତ ଭୂତଳ ବଙ୍କର ଭିତରେ ଉପସ୍ଥିତ ରହିବେ ଏବଂ ହିଜବୁଲ୍ଲାର ଅନେକ ଶୀର୍ଷ ସଦସ୍ୟଙ୍କ ସହ ଏକ ବୈଠକରେ ଯୋଗ ଦେବେ।

ଏହି ସୂଚନା ମିଳିବା ପରେ ଇସ୍ରାଏଲ ବଙ୍କରବୁଷ୍ଟର ବୋମା ସହ ଏୟାରଷ୍ଟ୍ରାଇକ୍ କରିଥିଲା । ପରଦିନ ଇସ୍ରାଏଲ ସେନା ଶନିବାର ଦାବି କରିଥିଲା ଯେ ବେରୁତର ଦହିୟାରେ ଥିବା ଏକ ଆବାସିକ କୋଠା ତଳେ ହିଜବୁଲ୍ଲାର ଭୂତଳ ମୁଖ୍ୟାଳୟ ଉପରେ ଟାର୍ଗେଟ ଆକ୍ରମଣ କରି ନସରଲ୍ଲାଙ୍କୁ ନିପାତ କରାଯାଇଛି।

୨୦୦୬ମସିହାରେ ଇସ୍ରାଏଲ ବିରୋଧରେ ୩୪ ଦିନ ଧରି ଚାଲିଥିବା ଯୁଦ୍ଧ ପରଠାରୁ ନସରଲ୍ଲାଙ୍କୁ ସର୍ବସାଧାରଣରେ ଖୁବ୍ କମ୍ ଦେଖିବାକୁ ମିଳିଥିଲା ଏବଂ ସେବେଠାରୁ ସେ ଲୁଚି ରହିଥିଲା। ନିକଟରେ ଲେବାନନରେ ପେଜର ବିସ୍ଫୋରଣ ପରେ ନସରୁଲ୍ଲା ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରତିଶୋଧ ଧମକ ଦେଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe