Image Courtesy of Wibw
ତେହେରାନ୍: ରବିବାର ଦିନ ଇରାନ୍ ଏବଂ ଇରାକ୍ ସୀମାନ୍ତାଞ୍ଚଳରେ ସଂଘଠିତ ହୋଇ ଥିବା ୭. ୩ ତୀବ୍ର ଭୂକମ୍ପନ ଯୋଗୁଁ ଇରାନ୍ରେ ଅନ୍ୟୂନ ୧୩୦ ଜଣ ବ୍ୟକ୍ତି ନିହତ ହେବା ସହ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି।
ଇରାକୀ ଅଧିକାରୀଙ୍କ ସୂତ୍ରରୁ ଉଦ୍ଧାର କରି ରାଷ୍ଟ୍ରାୟତ ଇରାନୀୟ ଟେଲିଭିଜନ୍ କହିଛି ଯେ ଇରାକ୍ ଅଭ୍ୟନ୍ତରରେ ୬ ଜଣ ବ୍ୟକ୍ତି ନିହତ ହେବା ସହ ୨୦୦ ବ୍ୟକ୍ତି ଆହତ ହୋଇଛନ୍ତି। କିନ୍ତୁ ଏ ବାବଦରେ ଇରାକୀୟ ସରକାର କୌଣସି ବିବୃତି ଦେଇ ନାହାନ୍ତି।
Image Courtesy of Yahoo Financeୟୁଏସ୍ ଜିଓଲୋଜିକାଲ୍ ସର୍ଭେ କହିଛି କି ପୂର୍ବ ଇରାକୀୟ ସହର ହାଲାବ୍ଜା ବାହାରେ ୩୧ କିଲୋମିଟର ଦୂରରେ ଏହି ଭୂକମ୍ପନ କେନ୍ଦ୍ରୀଭୂତ ହୋଇଥିଲା।
ଇରାନ୍ ପଟ ସୀମାନ୍ତରେ ଅନ୍ୟୂନ ୬୧ ଜଣ ନିହତ ହୋଇଛନ୍ତି ଏବଂ ୩୦୦ ଆହତ ହୋଇଛନ୍ତି ବୋଲି ଦେଶର ଜରୁରୀକାଳୀନ ଡାକ୍ତରୀ ସେବାର ମୁଖ୍ୟ ପୀରହୋସେନ୍ କୌଲିଓ୍ଵାନ୍ଦ୍ଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ନିଉଜ୍ ନେଟ୍ଓ୍ଵାର୍କ କହିଛି।
ଇରାନୀୟ ରାଷ୍ଟ୍ରାୟତ ଟେଲିଭିଜନ୍ କହିଛି, ଇରାକୀୟ ଅଧିକାରୀମାନେ ରିପୋର୍ଟ କରିଛନ୍ତି କି ଇରାକ୍ ଅଭ୍ୟନ୍ତରରେ ଅନ୍ୟୂନ ୬ ଜଣ ଲୋକ ନିହତ ହୋଇଛନ୍ତି, ସୁଲୟମାନିଆ ପ୍ରଦେଶରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ଖାନାକ୍ୱିନ ସହରରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଇରାକ୍ ସରକାରଙ୍କ ଠାରୁ ତୁରନ୍ତ କୌଣସି ଖବର ମିଳିପାରି ନାହିଁ।
Image Courtesy of The Colombianପୂର୍ବରୁ ଏକ ସ୍ଥାନୀୟ ଟେଲିଭିଜନ୍ ଷ୍ଟେସନ୍କୁ କୌଲିଓ୍ଵାନ୍ଦ କହିଥିଲେ ଯେ ଇରାନ୍ର ପଶ୍ଚାତ୍ୟ ସହର ମେହେରାନ୍ ଏବଂ ଇଲାମ୍ରେ ଭୂକମ୍ପନ ଯୋଗୁଁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ୩୫ ଟି ଉଦ୍ଧାରକାରୀ ଦଳ ସହାୟତା ଯୋଗାଇ ଦେଉଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।
ଇରାନୀୟ ରାଷ୍ଟ୍ରପତି ହସନ୍ ରୌହାନି ଅଭ୍ୟନ୍ତର ମନ୍ତ୍ରାଳୟକୁ ଟେଲିଫୋନ୍ରେ ଅଧିକାରୀମାନଙ୍କଠାରୁ ସର୍ବାଧିକ ଉଦ୍ୟମ ଲୋଡ଼ା ବୋଲି କହିଛନ୍ତି।
ବିଶେଷ କରି କେର୍ମାନ୍ଶାହ ଏବଂ ଘସର୍-ଏ-ଶିରିନ୍ଠାରେ ଲୋକେ ନିଜ ନିଜର ଘର ଛାଡ଼ି ଚାଲିଯାଉଥିବାର ପୋଷ୍ଟ୍ରେ ରବିବାର ତମାମ୍ ରାତି ଇରାନୀୟ ସାମାଜିକ ଗଣମାଧ୍ୟମ ଗୁଞ୍ଜରିତ ହେଉଥିଲା।
ଆଂଶିକ ରାଷ୍ଟ୍ରାୟତ ଇରାନୀୟ ଇଲ୍ନା ନିଉଜ୍ ଏଜେନ୍ସି କହିଛି, ଭୂକମ୍ପନ ଯୋଗୁଁ ଇରାନ୍ର ଅନ୍ୟୂନ ୧୪ଟି ପ୍ରଦେଶ ପ୍ରଭାବିତ ହୋଇଛି।
ଭୂକମ୍ପନ ପରବର୍ତ୍ତୀ କମ୍ପନ ଆଶଙ୍କାରେ ସୋମବାର ଦିନ କେର୍ମାନ୍ଶାହ ଏବଂ ଇଲାମ୍ ପ୍ରଦେଶର ସ୍କୁଲ୍ ବନ୍ଦ ରହିବ ବୋଲି ଅଧିକାରୀମାନେ ଘୋଷଣା କରିଛନ୍ତି। ସର୍ବଶେଷ ରିପୋର୍ଟ ଅନୁସାରେ କେର୍ମାନ୍ଶାହରେ ୧୨୯ ଜଣ ଲୋକ ନିହତ ହୋଇଛନ୍ତି।
Image Courtesy of Houston Chronicleଇରାନ୍ ବହୁଗୁଡ଼ିଏ ଫଲ୍ଟ୍ ଲାଇନ୍ରେ ଅବସ୍ଥାନ କରିଥିବାରୁ ସେଠାରେ ପ୍ରାୟ ଦୈନନ୍ଦିନ ଭୂକମ୍ପନ ଅନୁଭୂତ ହେବାର ସମ୍ଭାବନା ରହିଥାଏ। ୨୦୦୩ରେ ୬. ୬ ତୀବ୍ରତା ସମ୍ପନ୍ନ ୨୬ ହଜାର ଲୋକଙ୍କୁ ମାରି ଐତିହାସିକ ସହର ବାମ୍କୁ ଧରାଶାୟୀ କରି ପକାଇ ଥିଲା।
Follow Us