Iran's 400 kg of enriched uranium missing: Israel says we know where it is Photograph: (sambad.in)
ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏହି ଯୁଦ୍ଧବିରତିକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଇରାନ ଉଭୟ ନିଶ୍ଚିତ କରିଛନ୍ତି। ଏହି ସମୟରେ ଇସ୍ରାଏଲ କହିଛି ଯେ, ଇରାନ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇସ୍ରାଏଲ ମଧ୍ୟ ଏହାର ଉଚିତ ଜବାବ ଦେବାକୁ ଘୋଷଣା କରିଛି।
୧୨ଦିନର ଯୁଦ୍ଧ ପରେ ମଧ୍ୟ ଇସ୍ରାଏଲ ଏବଂ ଆମେରିକା ଇରାନର ପରମାଣୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରି ନାହାନ୍ତି। ଇରାନର ୬୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ ୪୦୦ କିଲୋଗ୍ରାମ ୟୁରାନିୟମ କେଉଁଠାରେ ଗାଏବ ହୋଇଛି ସେ ନେଇ ଏହାକୁ ନେଇ ଆମେରିକା ଚିନ୍ତାରେ ଥିବାବେଳେ ଇସ୍ରାଏଲ କହୁଛି ଏହା କେଉଁଛି ଅଛି ଆମେ ଜାଣିଛୁ। ଏହି ୪୦୦ କିଲୋଗ୍ରାମ ୟୁରାନିୟମରୁ ୧୦ଟି ପରମାଣୁ ବୋମା ତିଆରି କରାଯାଇପାରିବ।
ନ୍ୟୁୟର୍କ ଟାଇମ୍ସ ଇସ୍ରାଏଲର ଅଧିକାରୀଙ୍କ ମନ୍ତବ୍ୟ ଆଧାରରେ କହିଛି ଯେ, ଆମେରିକାର ବଙ୍କର ବଷ୍ଟର ବୋମା ଆକ୍ରମଣ ପୂର୍ବରୁ ଇରାନ ଫୋର୍ଡୋ ପରମାଣୁ କେନ୍ଦ୍ରରୁ ୪୦୦ କିଲୋଗ୍ରାମ ୟୁରାନିୟମ ହଟାଇ ଦେଇଥିଲା। ଏହି ୟୁରାନିୟମକୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଛି। ଆମେରିକା ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ୬ଟି ବଙ୍କର ବଷ୍ଟର ବୋମା ପକାଇଛି। ଏହି ହଜିଯାଇଥିବା ୟୁରାନିୟମ ଏବେ ଇରାନ ପାଇଁ ଲାଭଦାୟକ ହୋଇପାରେ ବୋଲି କୁହାଯାଉଛି। ଯଦି ଏହି ୟୁରାନିୟମ ୯୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ କରାଯାଏ, ତେବେ ଏଥିରୁ ପରମାଣୁ ବୋମା ତିଆରି କରାଯାଇପାରିବ।
ପରବର୍ତ୍ତୀ ପରମାଣୁ ଚୁକ୍ତି ଆଲୋଚନା ସମୟରେ ଇରାନ ଏବେ ଏହି ୟୁରାନିୟମ ପାଇଁ ମନ ଇଛା ଦାମରେ ବିକ୍ରି କରିପାରିବ। ସାଟେଲାଇଟ୍ ଚିତ୍ରଗୁଡ଼ିକ ଦର୍ଶାଉଛି ଯେ, ଇରାନ ୧୬ ଟ୍ରକ୍ ସାହାଯ୍ୟରେ ଫୋର୍ଡୋ ପ୍ଲାଣ୍ଟରୁ ସାମଗ୍ରୀ ହଟାଉଛି। ଏହି ପ୍ଲାଣ୍ଟଟି ପାହାଡ଼ ତଳେ ନିର୍ମିତ ହୋଇଛି ଏବଂ ଆମେରିକୀୟ ଆକ୍ରମଣରେ ମଧ୍ୟ ଏହା ଅଧିକ କ୍ଷତି ସହି ନାହିଁ।
ଅଧିକ ପଢ଼ନ୍ତୁ: ଗୋଟିଏ ପଟେ ଯୁଦ୍ଧବିରତି, ଅନ୍ୟପଟେ ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ବଜାର ଖୋଜୁଛନ୍ତି ଟ୍ରମ୍ପ୍
ଆମେରିକା ନାଟାଞ୍ଜ ଏବଂ ଇସଫାହାନକୁ ମଧ୍ୟ ଟାର୍ଗେଟ କରିଥିଲା। ସାଟେଲାଇଟ୍ ଚିତ୍ରଗୁଡ଼ିକ ଦର୍ଶାଉଛି ଯେ, ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି କିନ୍ତୁ ଏହି ଟ୍ରକ୍ଗୁଡ଼ିକ ଫୋର୍ଡୋ ପ୍ଲାଣ୍ଟରୁ କୌଣସି ଅଜଣା ସ୍ଥାନକୁ ଚାଲିଯାଇଥିଲା। ପ୍ଲାଣ୍ଟରୁ ୟୁରାନିୟମ ଅବା ଅନ୍ୟ କେଉଁ ସାମଗ୍ରୀ ହଟାଯାଇଛି ତାହା ଏପର୍ଯ୍ୟନ୍ତ ଜଣାନାହିଁ।
ଆମେରିକା ଏବଂ ଇସ୍ରାଏଲ ଅନୁମାନ କରୁଛନ୍ତି ଯେ, ଏହି ୟୁରାନିୟମକୁ ଇସଫାହାନ ସହରର ଏକ ଭୂତଳ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି। ଆଇଏଇଏ କହିଛି ଯେ, ଯଥାଶୀଘ୍ର ଏହାର ତଦନ୍ତ କରିବାକୁ ପଡିବ। ଆଇଏଇଏ ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ଏକ ବୈଠକ ପ୍ରସ୍ତାବ ଦେଇଛି। ଇରାନ କହିଛି ଯେ, ଆମର ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ। କିନ୍ତୁ ଆମେରିକା ଏବଂ ଇସ୍ରାଏଲ ଏହାକୁ ବିଶ୍ୱାସ କରୁ ନାହାନ୍ତି। ଆକ୍ରମଣ କରିବା ପୂର୍ବରୁ ଇସ୍ରାଏଲ କହିଥିଲା, ଇରାନ ପରମାଣୁ ବୋମା ତିଆରି କରିବା ପାଇଁ ବହୁତ ନିକଟତର ହୋଇଛି। ସେହି ସମୟରେ, ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ କହିଛନ୍ତି, ପରମାଣୁ ବୋମା ତିଆରି କରିବାରେ ଇରାନ ଏବେ ବି ୩ ବର୍ଷ ପଛରେ ଅଛି।
ଅଧିକ ପଢ଼ନ୍ତୁ: ଇପିଏଫଓ : ଅଟୋ-ସେଟେଲମେଣ୍ଟ ଲିମିଟ୍ ୫ ଲକ୍ଷକୁ ବୃଦ୍ଧି
iran | USA | israel
Follow Us