Advertisment

ଇସ୍ରାଏଲ ଉପରେ 'କ୍ଲଷ୍ଟର ବୋମା' ମାଡ଼ କରିଛି ଇରାନ୍, ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ

Advertisment
New Project

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ଉଭୟ ଦେଶ ଗୁରୁବାର ପରସ୍ପର ବିରୋଧରେ ଘନଘୋର ଆକ୍ରମଣ ଜାରି ରଖିଛନ୍ତି। ଇରାନ ଗୁରୁବାର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଥିଲା। କୁହାଯାଉଛି ଯେ, ଇରାନ ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମା ସଜ୍ଜିତ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହି ଆକ୍ରମଣ ଇସ୍ରାଏଲର ଜନବହୁଳ ଗୁଶ୍ ଡାନ୍ ଅଞ୍ଚଳରେ ମାଡ଼ ହୋଇଥିଲା। ତେବେ ଇରାନ ଏଭଳି କ୍ଲଷ୍ଟର ବୋମା ବ୍ୟବହାର କରିବା ଖବର ସାରା ବିଶ୍ୱରେ ଚିନ୍ତା ସୃଷ୍ଟି କରିଛି।

ଇସ୍ରାଏଲୀ ସେନା (ଆଇଡିଏଫ୍) ନିଶ୍ଚିତ କରିଛି ଯେ, କ୍ଷେପଣାସ୍ତ୍ରଟି ବାୟୁରେ ବିସ୍ଫୋରଣ ହୋଇଥିଲା ଏବଂ ପ୍ରାୟ ୨୦ଟି ଛୋଟ ଛୋଟ ବିସ୍ଫୋରକ ବୋମା ହୋଇ ତଳକୁ ଖସିଥିଲା, ଯାହା ୮କିଲୋମିଟର ବ୍ୟାସାର୍ଦ୍ଧରେ ବିସ୍ତାରିତ ହୋଇଥିଲା। ଆସନ୍ତୁ ବୁଝିବା କ୍ଲଷ୍ଟର ବୋମା କ'ଣ? ଏଗୁଡ଼ିକ କ୍ଷେପଣାସ୍ତ୍ର ସହିତ କିପରି ସଂଲଗ୍ନ? ଏଗୁଡ଼ିକ କେତେ ବିପଦପୂର୍ଣ୍ଣ?

କ୍ଲଷ୍ଟର ବୋମା ହେଉଛି ଏକ ଏଭଳି ଅସ୍ତ୍ର ଯାହା ବାୟୁରେ ବିସ୍ଫୋରଣ ହୁଏ ଏବଂ ସେଥିରୁ ଶହ ଶହ ଛୋଟ ବିସ୍ଫୋରକ ବୋମା ବାହାରେ। ଏହି ଛୋଟ ବୋମାଗୁଡ଼ିକ ଏକ ବଡ଼ ଅଞ୍ଚଳ ଉପରେ ପଡ଼ିଥାଏ। ଏଗୁଡ଼ିକ ଘନ ଜନବହୁଳ ଅଞ୍ଚଳ କିମ୍ବା ସାମରିକ ଘାଟିକୁ ପ୍ରବଳ କ୍ଷତି ପହଞ୍ଚାଏ। ଏଗୁଡ଼ିକୁ ଏକକାଳୀନ ଅନେକ ଲକ୍ଷ୍ୟକୁ ଭେଦ କରେ।

Cluster Munition Missile

କ୍ଲଷ୍ଟର ବୋମାଗୁଡ଼ିକ ଏକ ବଡ଼ ବୋମା କିମ୍ବା କ୍ଷେପଣାସ୍ତ୍ର ଭିତରେ ପ୍ୟାକ୍ ହୋଇଥାଏ। ଯେତେବେଳେ କ୍ଷେପଣାସ୍ତ୍ରଟି ତା'ର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ, ସାଧାରଣତଃ ୭-୧୦କିଲୋମିଟର ଉଚ୍ଚତାରେ ବାୟୁରେ ବିସ୍ଫୋରଣ ହୁଏ। ଏହା ଦ୍ବାରା ଭିତରେ ଥିବା ଛୋଟ ଛୋଟ ବୋମା ବାହାରକୁ ଆସେ। ଏହି ଛୋଟ ବୋମାଗୁଡ଼ିକ ଏକକାଳୀନ ଅନେକ ଲକ୍ଷ୍ୟକୁ ଭେଦ କରନ୍ତି। ଇରାନ ମଧ୍ୟ ଏହି ବୋମାର ବ୍ୟବହାର କରିଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe