ଇରାନର ପ୍ରତିଶୋଧ!: ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼, ଭିଡିଓ ଭାଇରାଲ

ଇରାନ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ଉପରେ ଏକ ବଡ଼ ଆକ୍ରମଣ କରିଥିବା ଦାବି କରିଛି। ଇରାନୀ ଗଣମାଧ୍ୟମ ସଂଗଠନ "ଇରାନ ଅବଜରଭର" ମଧ୍ୟ ଏହି ଘଟଣାର ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଅନେକ କୋଠାରୁ କଳା ଧୂଆଁ ଉଠୁଥିବାର ଦେଖାଯାଉଛି...

Iran's revenge!: Missiles hit the headquarters of Israeli intelligence agency Mossad, video goes viral

Iran's revenge!: Missiles hit the headquarters of Israeli intelligence agency Mossad, video goes viral Photograph: (sambad.in)

ତେହେରାନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କର ହୋଇଛି। କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ଇରାନୀ ସେନା ମୁଖ୍ୟଙ୍କୁ ହତ୍ୟା କରିଥିବା ଦାବି କରିଥିଲା, ଯାହାର ଜବାବରେ ଇରାନ ଏବେ ଏକ ବଡ଼ ଦାବି କରିଛି ଏବଂ କହିଛି ଯେ, ଆମର ସେନା ଇସ୍ରାଏଲୀ ଗୁପ୍ତଚର ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି। ଇରାନ ସମର୍ଥକ ଗଣମାଧ୍ୟମ ସଂଗଠନ "ଇରାନ ଅବଜରଭର" ନିଜର ଏକ୍ସ ହ୍ୟାଣ୍ଡେଲରେ ଏହି ଆକ୍ରମଣର ଭିଡିଓ ସେୟାର କରିଛି।

ଏହି ଭିଡିଓରେ ଦାବି କରାଯାଇଛି, ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ ସିଧାସଳଖ ଆକ୍ରମଣ ହୋଇଛି। ଏଥିରେ ଦୁଇଟି କିମ୍ବା ତିନୋଟି କୋଠା ଉପରେ ଆକ୍ରମଣ ପରେ କଳା ଧୂଆଁ ଉଠୁଥିବା ଦେଖାଯାଉଛି, ଯାହାକୁ ମୋସାଦର ମୁଖ୍ୟାଳୟ ବୋଲି କୁହାଯାଉଛି।

ଭିଡିଓ ଦେଖନ୍ତୁ-

ଜୁନ୍ ୧୩ ତାରିଖରେ 'ଅପରେସନ୍ ରାଇଜିଂ ଲାୟନ୍' ଆରମ୍ଭ କରିବା ପରଠାରୁ ଇସ୍ରାଏଲ ଅନେକ ପ୍ରମୁଖ ଇରାନୀ ସାମରିକ ନେତାଙ୍କୁ ଟାର୍ଗେଟ କରିଛି। ଇସ୍ରାଏଲୀ ସେନା (ଆଇଡିଏଫ) ଦାବି କରିଛି ଯେ,ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ଘନିଷ୍ଠ ସହଯୋଗୀ ଏବଂ ଆଇଆରଜିସି (ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡସ୍ କର୍ପସ୍) ଖାତମ-ଅଲ-ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ମୁଖ୍ୟ ମେଜର ଜେନେରାଲ ଅଲି ଶାଦମାନୀଙ୍କୁ ତେହେରାନ ଉପରେ ଆକ୍ରମଣ ସମୟରେ ହତ୍ୟା କରାଯାଇଛି। ଆଇଡଏଫ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ସରକାରୀ ସୂଚନା ସେୟାର କରିଛି।

ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସ ଇରାନ ଉପରେ ଇସ୍ରାଏଲୀ ବିମାନ ଆକ୍ରମଣକୁ ନିନ୍ଦା କରି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି। ଜୁନ୍ ୧୩ ତାରିଖରେ ଇସ୍ରାଏଲ ଇରାନର ଆଞ୍ଚଳିକ ଅଖଣ୍ଡତା ଏବଂ ଜାତୀୟ ସାର୍ବଭୌମତ୍ୱ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି।

ଅଧିକ ପଢ଼ନ୍ତୁ: ଭୁବନେଶ୍ବରରେ ଅପମିଶ୍ରିତ ମଦ! ୨ଜଣଙ୍କର ମୃତ୍ୟୁ ଅଭିଯୋଗ, ଦୋକାନ ସିଲ୍‌

ଦୂତାବାସ ଅନୁଯାୟୀ, ଇସ୍ରାଏଲୀ ସେନା ଇରାନର ବିଭିନ୍ନ ସ୍ଥାନ, ବିଶେଷକରି ଆବାସିକ ଅଞ୍ଚଳରେ ଆକ୍ରମଣ କରିଥିଲା, ଯେଉଁଥିରେ ମହିଳା ଏବଂ ଶିଶୁ ସମେତ ୨୨୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ୧୨୫୭ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି, ମିସର, ଜୋର୍ଡାନ ଏବଂ ଅନ୍ୟ କିଛି ଦେଶ ଏହି ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଏହା ସହିତ, ସେମାନେ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଉପରେ ଚିନ୍ତା ପ୍ରକାଶ କରି ଏକ ମିଳିତ ବିବୃତ୍ତି ଜାରି କରିଥିଲେ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ଆଲୋଚନାର ପଥ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: ଚୀନ୍‌ର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବା ପାଇଁ ଭିଏତନାମ ଉପରେ ଚାପ ପକାଇଲା ଆମେରିକା!: ଚିନ୍ତାରେ ଆପଲ-ଗୁଗୁଲ-ସାମସଙ୍ଗ

 Israel Iran War | Mossad

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe