ଜେରୁଜେଲମ୍: ସମଗ୍ର ବିଶ୍ୱରେ ଗୁପ୍ତଚର ପାଇଁ ଇସ୍ରାଏଲ ପ୍ରସିଦ୍ଧ। କିନ୍ତୁ ଇସ୍ରାଏଲରେ ଇରାନର ଗୁପ୍ତଚର ନେଟୱାର୍କ ଜାରି ରହିଛି। ଗୁପ୍ତଚର ନେଟୱାର୍କ ବହୁ ଗୁପ୍ତ ସୂଚନା ପ୍ରଦାନ କରୁଛି।  ଏନେଇ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଏହାର ପର୍ଦ୍ଦାଫାଶ୍ ହୋଇଛି। ଇରାନର ଗୁପ୍ତଚର ନେଟୱାର୍କ ବହୁ ବର୍ଷ ଧରି ଇସ୍ରାଏଲରେ କାର୍ଯ୍ୟ କରୁଥିଲେ ମଧ୍ୟ ଇସ୍ରାଏଲ ଗୁପ୍ତଚର ବିଭାଗ କିଭଳି ଏହା ଜାଣି ପାରି ନ ଥିଲେ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

ଅକ୍ଟୋବର ୨୧ ସୋମବାର ଦିନ ଇସ୍ରାଏଲ୍ କହିଥିଲା ଯେ ଏହା ସାତଜଣ ଇସ୍ରାଏଲ୍ ନାଗରିକଙ୍କୁ ଗିରଫ କରିଛି। ଆଜେରବାଇଜାନର ଏହି ଇସ୍ରାଏଲ ନାଗରିକମାନେ ଦେଶର ମୁଖ୍ୟ ଶତ୍ରୁ ଇରାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗ ହୋଇଛି।

ଇସ୍ରାଏଲ୍ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସନ୍ଦିଗ୍ଧମାନେ ଗତ ଦୁଇ ବର୍ଷ ମଧ୍ୟରେ ୬୦୦ ଗୁପ୍ତଚର କାର୍ଯ୍ୟ ସମାପ୍ତ କରିଛନ୍ତି। ସେସବୁ ମଧ୍ୟରେ ଇସ୍ରାଏଲ୍ ଏୟାରବେସ୍ ଭଳି ସମ୍ବେଦନଶୀଳ ସ୍ଥାନଗୁଡିକରେ ଗୁପ୍ତ ତଥ୍ୟ ରହିଛି। ଅଧିକାରୀଙ୍କ ଅନୁଯାୟୀ, ସେମାନେ ତୁର୍କୀର ମଧ୍ୟସ୍ଥି ମାଧ୍ୟମରେ ଇରାନ ଏଜେଣ୍ଟମାନଙ୍କ ସହ ଯୋଗାଯୋଗରେ ଥିଲେ।

ଅଧିକାରୀମାନେ କହିଛନ୍ତି  ସେମାନଙ୍କୁ କ୍ରିପ୍ଟୋକରେନ୍ସି ଏବଂ ନଗଦ ଅର୍ଥ ପ୍ରଦାନ କରାଯାଇଛି। କିନ୍ତୁ ସମଗ୍ର ବିଶ୍ୱରେ ଏକ ପ୍ରଶ୍ନ ଉଙ୍କି ମାରୁଛି, ଗୁପ୍ତଚର ପାଇଁ ପ୍ରସିଦ୍ଧ ଇସ୍ରାଏଲର ଘରେ ପଶି ଇରାନ କିପରି ଏହାର ଲୋକଙ୍କୁ ଗୁପ୍ତଚର କଲା। ଇରାନ କିପରି ଗୁପ୍ତଚରମାନଙ୍କୁ ନିଯୁକ୍ତି ଦେଉଥିଲା ଏବଂ କେଉଁମାନଙ୍କୁ ସବୁଠାରୁ ସହଜ ଭାବେ ଟାର୍ଗେଟ୍ କରାଯାଉଥିଲା ସେ ସମ୍ପର୍କରେ ବିଶେଷଜ୍ଞମାନେ ସୂଚନା ପ୍ରଦାନ କରିଛନ୍ତି।

ଇସ୍ରାଏଲର ହାଇଫା ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କର ପ୍ରଫେସର ଉରି ବାର-ଜୋସେଫ ଗୁପ୍ତଚର ହେବାର ତିନୋଟି ମୁଖ୍ୟ କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ବିଚାରଧାରା, ଅର୍ଥ ଏବଂ ଚାପ ଯୋଗୁ ଜଣେ ଗୁପ୍ତଚର ହୋଇଥାଏ। ପ୍ରଫେସର ଜୋସେଫ କହିଛନ୍ତି ଇରାନ କ୍ଷେତ୍ରରେ ଏହା ଅର୍ଥ ଅଟେ। ସେ କହିଛନ୍ତି, ମୋର ଅନୁମାନ ଏହା ଏକ ଚିନ୍ତାଧାରା ନୁହେଁ ଅବା ଚାପ ମଧ୍ୟ ନୁହେଁ। ଏହା ହେଉଛି ମୋଟା ଅର୍ଥ ଯାହା ଇରାନୀୟମାନେ ଗୁପ୍ତଚର କରୁଥିବା ବ୍ୟକ୍ତି ମାନଙ୍କୁ ପ୍ରଦାନ କରିଥାନ୍ତି।

ଇରାନର ଗୁପ୍ତଚର ଏଜେନ୍ସିମାନେ ନୂତନ ପ୍ରବାସୀ ଭାରତୀୟଙ୍କ ବିଚ୍ଛିନ୍ନତାର ସୁଯୋଗ ନେଇଥା’ନ୍ତି ବୋଲି ଜେରୁଜେଲମ୍ ପୋଷ୍ଟ ଇନଷ୍ଟିଚ୍ୟୁଟ୍ ଫର ନ୍ୟାସନାଲ ସିକ୍ୟୁରିଟି ଷ୍ଟଡିଜ୍‌ର ଇରାନ କାର୍ଯ୍ୟକ୍ରମର ଗବେଷକ ତଥା ଇରାନରୁ ପୋଡକାଷ୍ଟ ଭଏସର ସଂଯୋଜକ ବେନି ସାବସ୍ତି  କହିଛନ୍ତି। ୪୦ ବର୍ଷ ପୂର୍ବେ ସେଠାରେଥିବା ସାବସ୍ତି କହିଛନ୍ତି ଯେ ଟଙ୍କା କିମ୍ବା ଅପରାଧିକ ପୃଷ୍ଠଭୂମି ଏକମାତ୍ର କାରଣ ନୁହେଁ।

ସାବସ୍ତି କହିଛନ୍ତି ଯେ ଇସ୍ରାଏଲରେ କିଛି ଲୋକ ପ୍ରବାସୀ ହେବା ପରେ ସେମାନଙ୍କ ପରିସ୍ଥିତି ନେଇ ଅସନ୍ତୁଷ୍ଟ ହୋଇଥାନ୍ତି। ସେମାନେ ନିଜ ଘରକୁ ଝୁରି ହୋଇଥାନ୍ତି। କାରଣ ସେମାନଙ୍କ ଘର ଗୋଟିଏ ଦେଶରେ ଥିବାବେଳେ ସେମାନେ ପ୍ରବାସୀ ଭାବେ ଅନ୍ୟ ଦେଶରେ ରହିଥାନ୍ତି। ସାବସ୍ତି  ସ୍ପଷ୍ଟ କରିଛନ୍ତି ଯେ ଇରାନର ଗୁପ୍ତଚର ଏହି ଅସନ୍ତୋଷର ଭାବନାକୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରୁଛନ୍ତି। ସେମାନେଅସ‌ନ୍ତୁଷ୍ଟ ଲୋକଙ୍କୁ ଖୋଜନ୍ତି ଯେଉଁମାନେ ଇସ୍ରାଏଲରେ ଅସନ୍ତୁଷ୍ଟ ରହିଛନ୍ତି।

ସାବସ୍ତି କହିଛନ୍ତି ଯେ ସେମାନେ ଅସନ୍ତୁଷ୍ଟଙ୍କୁ ଆଶସ୍ତି ପ୍ରଦାନ କରିଥାନ୍ତି। ଅସନ୍ତୁଷ୍ଟଙ୍କୁ ମାନସିକ ସମର୍ଥନ ପ୍ରଦାନ କରିଥାନ୍ତି। ସମାଜରେ ଏକୀଭୂତ ହେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଛୋଟ ଜିନିଷଗୁଡ଼ିକ ଏକ ଲାଇଫ୍ ଲାଇନ୍ ଭାବେ କାର୍ଯ୍ୟ କରିଥାଏ। ଏହା ଏକ ଡ୍ରଗ୍ସ ଭଳି କାମ ଦେଇଥାଏ ବୋଲି ସେ କହିଛନ୍ତି। ଧୀରେଧୀରେ ଅସନ୍ତୁଷ୍ଟ ବ୍ୟକ୍ତିମାନେ ଇରାନର ଗୁପ୍ତଚର ନେଟୱାର୍କର ନିକଟତର ହୁଅନ୍ତି।

ଥରେ ବିଶ୍ୱାସ ସ୍ଥାପନ ହେବା ପରେ, ଇରାନ ଏଜେଣ୍ଟମାନେ ଅନୁରୋଧ କରିବା ଆରମ୍ଭ କରନ୍ତି। ଏହା ଏକ ଛୋଟ ଜିନିଷରୁ ଆରମ୍ଭ ହୋଇପାରେ, ଯେପରି ଏକ ମଲ୍‌ର ଫଟୋ ଉଠାଇବା। ଆରମ୍ଭରେ ଏଥିରେ କୌଣସି ବିପଦ ନ ଥାଏ।  ବରାଦିଆ କାମ ପାଇଁ ଅଳ୍ପ ପରିମାଣର ଟଙ୍କା ମଧ୍ୟ ମିଳିଥାଏ। ଆରମ୍ଭରେ ଏହା ମାତ୍ର ୧୦୦ କିମ୍ବା ୨୦୦ ଡଲାର ହୋଇଥାଏ। କିନ୍ତୁ ଏହାପରେ ମିଶନଗୁଡ଼ିକ ବଡ଼ ହୋଇଯାଏ ଏବଂ ବଡ଼ ଆକାର ଦେୟ ମିଳିଥାଏ। ଅସନ୍ତୁଷ୍ଟମାନେ ନିଜ ଅଜାଣତରେ ଇରାନ ପାଇଁ ଗୁପ୍ତଚରୀ କରିଥାନ୍ତି ବୋଲି ସାବସ୍ତି କହିଛନ୍ତି।

ଅଧିକ ପଢ଼ନ୍ତୁ:

ମଝି ଆକାଶରେ ମୁହାଁମୁହିଁ ଧକ୍କା: ୩ ମୃତ

ବେଆଇନ ପ୍ରବାସୀ ଭାରତୀୟଙ୍କୁ ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନରେ ସ୍ବଦେଶ ପଠାଉଛି ଆମେରିକା