ଚଳଚଞ୍ଚଳ ହୋଇ ଆଫଗାନିସ୍ତାନରେ ପଶୁଛନ୍ତି ଇରାକ୍‌ ଓ ସିରିଆର ଆତଙ୍କବାଦୀ: ପୁଟିନ୍‌

Advertisment
ଚଳଚଞ୍ଚଳ ହୋଇ ଆଫଗାନିସ୍ତାନରେ ପଶୁଛନ୍ତି ଇରାକ୍‌ ଓ ସିରିଆର ଆତଙ୍କବାଦୀ: ପୁଟିନ୍‌

Image Courtesy of The Guardian Nigeria

ମସ୍କୋ: ଇରାକ୍‌ ଓ ସିରିଆରୁ ଯୁଦ୍ଧଖୋର୍‌ ଆତଙ୍କବାଦୀମାନେ ଚଳଚଞ୍ଚଳ ହୋଇ ଆଫଗାନିସ୍ତାନରେ ପ୍ରବେଶ କରୁଥିବା କଥା ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି।

ପୂର୍ବତନ ସୋଭିଏତ୍‌ ଦେଶର ପ୍ରଦେଶମାନଙ୍କର ନିରାପତ୍ତା ସେବା ମୁଖ୍ୟମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସ୍‌ ବେଳେ ପୁଟିନ୍‌ କହିଛନ୍ତି, ଆଫଗାନିସ୍ତାନର ପରିସ୍ଥିତି ଭଲ ନାହିଁ। ଯୁଦ୍ଧକ୍ଷେତ୍ରରେ ଅଭିଜ୍ଞତା ଥିବା ଇରାକ୍‌ ଓ ସିରିଆର ଆତଙ୍କବାଦୀମାନେ ସକ୍ରିୟ ଭାବେ ସେଠାକୁ ଯାଉଛନ୍ତି। ତେଣୁ, ସେ ଆତଙ୍କବାଦୀମାନେ ପଡ଼ୋଶୀ ରାଷ୍ଟ୍ରମାନଙ୍କର ପରିସ୍ଥିତି ଅସ୍ଥିର କରିବାର ସମ୍ଭାବନା ମଧ୍ୟ ରହିଛି।

ଏହା ବ୍ୟତିରେକେ, ସେମାନେ ଆଫଗାନିସ୍ତାକୁ ପ୍ରସାରିତ କରିବା ପାଇଁ (ପଡ଼ୋଶୀ ଦେଶଗୁଡ଼ିକର ଅଞ୍ଚଳକୁ ଆଫଗାନିସ୍ତାନରେ ମିଶାଇବାକୁ) ପ୍ରତ୍ୟକ୍ଷ ଉଦ୍ୟମ କରିପାରନ୍ତି ବୋଲି ପୁଟିନ୍‌ ସତର୍କ କରାଇ ଦେଇଛନ୍ତି।

publive-image Image Courtsesy of News Chant

ଆଫଗାନିସ୍ତାନରେ ରାଜନୈତିକ ଗୋଳମାଳର ସୁଯୋଗ ନେଇ ଉଗ୍ରବାଦୀମାନେ ଶରଣାର୍ଥୀ ଭାବେ ପୂର୍ବତନ ସୋଭିଏତ୍‌ ଦେଶମାନଙ୍କରେ ପ୍ରବେଶ କରିପାରନ୍ତି ବୋଲି ପୁଟିନ୍‌ ଥରକୁ ଥର ସତର୍କ କରାଇ ଆସୁଛନ୍ତି।

କାବୁଲ୍‌ରେ ନୂତନ ତାଲିବାନ୍‌ ନେତୃତ୍ୱ ପ୍ରତି ମସ୍କୋ ଆଶାବାଦୀ ଥିବା ବେଳେ ଆତଙ୍କବାଦୀ ଘାଟି ଥିବା କେନ୍ଦ୍ରୀୟ ଏସିଆରେ ଅସ୍ଥିରତା ବୃଦ୍ଧି ବିଷୟରେ କ୍ରେମ୍‌ଲିନ୍‌ ଚିନ୍ତା ପ୍ରକଟ କରିଛି।

ଆଫଗାନିସ୍ତାନକୁ ତାଲିବାନ୍‌ ନିୟନ୍ତ୍ରଣ କରିବା ପରେ ପୂର୍ବତନ ସୋଭିଏତ୍‌ ଦେଶର ସଦସ୍ୟ ରାଷ୍ଟ୍ର ଥିବା ତାଜିକିସ୍ତାନ ଓ ଉଜ୍‌ବେକିସ୍ତାନରେ ସାମରିକ ଅଭ୍ୟାସ ରୁଷ୍‌ ସାମରିକ ଅଭ୍ୟାସ କରିଛି। ଉଭୟ ରାଷ୍ଟ୍ର ଆଫଗାନିସ୍ତାନ ସୀମାନ୍ତକୁ ଲାଗିଛନ୍ତି।

ଅଫିମ ଓ ହେରୋଇନ୍‌ ଉତ୍ପାଦନ କ୍ଷେତ୍ରରେ ଆଫଗାନିସ୍ତାନ ଦୀର୍ଘ ଦିନରୁ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ହୋଇ ରହି ଆସିଛି। ଏହି ବେଆଇନ ବାଣିଜ୍ୟରୁ ପ୍ରାପ୍ତ ଲାଭ ତାଲିବାନ୍‌ର ପାଣ୍ଠି ବୃଦ୍ଧିରେ ସହାୟକ ହୋଇପାରେ ବୋଲି ପଡ଼ୋଶୀ ରାଷ୍ଟ୍ରମାନେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe