ବିରୋଧ ପରେ ବଦଳିଲା ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକ

Advertisment
ବିରୋଧ ପରେ ବଦଳିଲା ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକ

ନୂଆଦିଲ୍ଲୀ: ଆଇଆରସିଟିସି ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକ ବଦଳି ଯାଇଛି। ୱେଟରଙ୍କ ପୋଷାକକୁ ନେଇ ଉଜୈନର ସାଧୁମାନେ ଆପତ୍ତି ଉଠାଇଥିଲେ। ଏହାପରେ ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକକୁ ପରିବର୍ତ୍ତନ କରାଯାଇଥିଲା ବୋଲି ଗତ ସୋମବାର ସନ୍ଧ୍ୟାରେ ଆଇଆରସିଟିସି ଟୁଇଟରରେ ଏହାର ସୂଚନା ଦେଇଛି।

ଅଯୋଧ୍ୟା-ରାମେଶ୍ବର ଟ୍ରେନରେ କମଳା ରଙ୍ଗର ପୋଷାକ ପିନ୍ଧି ୱେଟର ବାସନ ଉଠାଉଥିବା ଭିଡିଓ ଭାଇରାଲ ହେବା ପରେ ଉଜୈନର ସନ୍ଥ ସାମଜ ଏହାକୁ ସାଧୁ ସନ୍ଥଙ୍କ ଅପମାନ ବୋଲି କହିଥିଲେ। ଏହାକୁ ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏଥିସହିତ ଡିସେମ୍ବର ୧୨ରେ ଦିଲ୍ଲୀରେ ଏହି ଟ୍ରେନ୍ ଅଟକାଇବେ ବୋଲି ଧମକ ଦେଇଥିଲେ ।

ଏହାପରେ ଆଇଆରସିଟିସି ଟୁଇଟ୍ କରି ଜଣାଇଛନ୍ତି ଯେ ରାମାୟଣ ଏକ୍ସପ୍ରେସ ଟ୍ରେନର ୱେଟରଙ୍କ ପୋଷାକକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରାଯାଇଛି ।

ରାମାୟଣ ଏକ୍ସପ୍ରେସ ଟ୍ରେନ ୧୭ ଦିନିଆ ଟୁରରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡିତ ସମସ୍ତ ପର୍ଯ୍ୟଟନ ସ୍ଥଳିର ଦର୍ଶନ କରାଇବ। ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ବିନା ପିଆଜ ରସୁଣର ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ । ଏଥିସହ ଯାତ୍ରୀ ଟ୍ରେନ୍ ଭିତରେ ରାମାୟଣ କଥା  ଭଜନ କିର୍ତ୍ତିନ ମଧ୍ୟ ଶୁଣିପାରିବେ  ।

ଏହି ଟ୍ରେନ୍ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଥିବା ରାମଜନ୍ମ ଭୂମି ଓ ହନୁମାନ ଗଡି, ପ୍ରୟାଗରେ ଥିବା ତ୍ରିବେଣୀ ସଙ୍ଗମ, ହନୁମନ ମନ୍ଦିର ଓ ଭରଦ୍ୱାଜ ଆଶ୍ରମ, ନନ୍ଦୀ ଗ୍ରାମରେ ଥିବା ଭାରତ ମନ୍ଦିର, ବିହାରରେ ଥିବା ସୀତାମାତା ମନ୍ଦିର, ନେପାଳରେ ଥିବା ଜନକପୁର, ବାରାଣାସୀରେ ଥିବା ତୁଳସୀ ମାତା ମନ୍ଦିର ଆଦି ସ୍ଥାନକୁ ଯାତ୍ରା କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe