ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲା

ରାବ୍ରୀ, ତେଜସ୍ବୀଙ୍କୁ ଜାମିନ

ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆଇଆର୍‌ସିଟିସି ହେ‌ାଟେଲ୍‌ ଦୁର୍ନୀତି ମାମଲାରେ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁଅ ତେଜସ୍ବୀ ଯାଦବଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି। ଏକ ଦିଲ୍ଲୀ କୋର୍ଟ ଆଜି ଏହି ଆଇଆରସିଟିସି ହେ‌ାଟେଲ୍‌ ଦୁର୍ନୀତି ମାମଲାରେ ରାବ୍ରୀ ଏବଂ ତେଜସ୍ବୀଙ୍କୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି। କୋର୍ଟ ମଧ୍ୟ ଏହି ମାମଲାରେ ଲାଲୁଙ୍କୁ ନଭେମ୍ବର ୧୯ ତାରିଖରେ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାବ୍ରୀ ଏବଂ ତେଜସ୍ବୀଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦିଆଯାଇଛି। ତେବେ ଇଡି ଦ୍ବାରା ରୁଜୁ ମାମଲାରେ ସେମାନଙ୍କୁ ନିୟମିତ ଜାମିନ ମଂଜୁର ହୋଇନାହିଁ। ପ୍ରାରମ୍ଭ‌େର କୋର୍ଟ ଲାଲୁଙ୍କ ପରିବାର ସଦସ୍ୟ ଏବଂ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe