ରେଳବାଇ ଆରମ୍ଭ କଲା ରାମାୟଣ ଯାତ୍ରା, ୧୭ଦିନରେ ଅଯୋଧ୍ୟା ସମେତ ଏସବୁ ସ୍ଥାନ ଦେଖି ପାରିବେ ଯାତ୍ରୀ

Advertisment
ରେଳବାଇ ଆରମ୍ଭ କଲା ରାମାୟଣ ଯାତ୍ରା, ୧୭ଦିନରେ ଅଯୋଧ୍ୟା ସମେତ ଏସବୁ ସ୍ଥାନ ଦେଖି ପାରିବେ ଯାତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରାମାୟଣ ସର୍କିଟ ଟ୍ରେନ ଆରମ୍ଭ କରିଛି। ଏହି ଟ୍ରେନ ଅଯୋଧ୍ୟା ସମେତ ଶ୍ରୀରାମଙ୍କ ଜୀବନ ସହ ଜଡିତ ପ୍ରମୁଖ ସ୍ଥାନଗୁଡ଼ିକୁ ଯାତ୍ରୀଙ୍କୁ ଦର୍ଶନ କରାଇବ। ଏହି ଟ୍ରେନରେ ୭୫୦୦ କିଲୋମିଟର ଯାତ୍ରା ୧୭ ଦିନରେ ପୁରା ହେବ। ରାମାୟଣ ସର୍କିଟ ଟ୍ରେନ ଦିଲ୍ଲୀ ସଫଦରଗଞ୍ଜ ରେଲୱେ ଷ୍ଟେସନରୁ ବାହାରିବ।

ରାମେଶ୍ୱରମରୁ ଏହି ଟ୍ରେନ ୧୭ ତମ ଦିନରେ ଦିଲ୍ଲୀରେ ପହଞ୍ଚିବ। ଏହି ଯାତ୍ରା ପାଇଁ ଫାଷ୍ଟ କ୍ଲାସ ଏସି କୋଚ ବୁକିଂ ୧ ଲକ୍ଷ ୨ ହଜାର ୯୫ ଟଙ୍କା। ସେକେଣ୍ଡ କ୍ଲାସ ଏସି ପାଇଁ ୮୨ ହଜାର ୯୫୦ ଟଙ୍କା ରହିଛି। ଟ୍ରେନଟି ଅଯୋଧ୍ୟା, ସୀତାମଢ଼ି, ଚିତ୍ରକୁଟ, ବାରାଣାସୀ, ନାସିକ ଓ ରାମେଶ୍ବର ଆଦି ଭଳି ସ୍ଥାନ ଦର୍ଶନ କରାଇବ।

ଭାରତୀୟ ରେଳବାଇ ଏହି ଟ୍ରେନ ଛଡା ଆଉ ୪ ରାମାୟଣ ସର୍କିଟ ଟ୍ରେନ ଚଲାଇବାକୁ ଘୋଷଣା କରିଛି। ନଭେମ୍ବର ୧୬ ତାରିଖରେ ଦ୍ୱିତୀୟ ଟ୍ରେନ, ନଭେମ୍ବର ୨୫ରେ ତୃତୀୟ, ୨୭ରେ ଚତୁର୍ଥ ଓ ଜାନୁଆରୀ ୨୦ ରେ ପଞ୍ଚମ ଟ୍ରେନ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe