Image Courtesy of The Hindu
ନୂଆଦିଲ୍ଲୀ: ଧାର୍ମିକସ୍ଥଳୀମାନଙ୍କୁ ଯାତ୍ରା କରୁଥିବା କେତେକ ଟ୍ରେନ୍ ପାଇଁ ‘ସାତ୍ତ୍ବିକ ପ୍ରମାଣପତ୍ର’ ପାଇ ‘ଇଣ୍ଡିଆନ୍ ରେଲ୍ୱେ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜମ୍ କର୍ପୋରେସନ୍’ (ଆଇଆର୍ସିଟିସି) ‘ନିରାମିଷ –ଅନୁକୂଳ ଭ୍ରମଣ’ର ପ୍ରସାର କରିବ ବୋଲି ‘ଭାରତର ସାତ୍ତ୍ବିକ ପରିଷଦ୍’ କହିଛି।
ସୂଚନାଯୋଗ୍ୟ, ‘ଭାରତୀୟ ରେଳବାଇ’ କିଂବା ‘ରେଳ ମନ୍ତ୍ରାଳୟ’ ତରଫରୁ ଏ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ କୋଣସି ବିବୃତି ଦିଆଯାଇ ନ ଥିଲେ ବି କେତେକ ଗଣମାଧ୍ୟମରେ ଉପରୋକ୍ତ ରିପୋର୍ଟ ପ୍ରକାଶିତ ହୋଇଛି।
‘ସାତ୍ତ୍ବିକ ପରିଷଦ୍’ କହିବାନୁସାରେ, ସୋମବାର ଦିନ ‘ଆଇଆର୍ସିଟିସି’ ସହ ‘ସାତ୍ତ୍ବିକ ସାର୍ଟିଫିକେସନ୍ ସ୍କିମ୍’ର ଶୁଭାରମ୍ଭ ହେବ। ଏହି ଯୋଜନାରେ ନିରାମିଷ-ଅନୁକୂଳ ପରିବେଶ ବୋଲି ସୁନିଶ୍ଚିତ ହେବାକୁ ‘ଆଇଆର୍ସିଟିସି’ର ରୋଷଶାଳା, ଏକ୍ଜିକ୍ୟୁଟିଭ୍ ଲାଉଞ୍ଜ୍, ବଜେଟ୍ ହୋଟେଲ୍, ଫୁଡ୍ ପ୍ଲାଜା, ଟ୍ରାଭେଲ୍ ଆଣ୍ଡ୍ ଟୁର୍ ପ୍ୟାକେଜ୍, ରେଳ ଜଳ ପ୍ଲାଣ୍ଟ୍ ଆଦିକୁ ‘ସାତ୍ତ୍ବିକ୍ ସାର୍ଟିଫାଏଡ୍’ କରାଯିବ ବୋଲି ଏକ ବିବୃତିରେ ‘ଏନ୍ଜିଓ’ ‘ସାତ୍ତ୍ବିକ ପରିଷଦ୍’ କହିଛି।
Image Courtesy of Kfindtechଏହା ବ୍ୟତିରେକେ, ଖାଦ୍ୟ ପରିବେଷଣ କରୁଥିବା ‘ପେଣ୍ଟ୍ରି ଷ୍ଟାଫ୍’ମାନେ ମଧ୍ୟ ଆମିଷ ଖାଦ୍ୟ ସ୍ପର୍ଶ କରିବେ ନାହିଁ ବୋଲି କୁହାଯାଉଛି। ‘ଦିଲ୍ଲୀ-କତ୍ରା’ ମଧ୍ୟରେ ଚଳାଚଳ କରୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଏଭଳି ପ୍ରମାଣପତ୍ର ପାଇବାରେ ହେବ ପ୍ରଥମ ଟ୍ରେନ୍। ଏହି ଟ୍ରେନ୍ ଜାତୀୟ ରାଜଧାନୀ ସହ ଜମ୍ମୁ ଓ କଶ୍ମୀରର ପବିତ୍ର ବୈଷ୍ଣୋ ଦେବୀ ପୀଠକୁ ସଂଯୋଗ କରୁଛି। ପରେ ପରେ ଆହୁରି ୧୮ଟି ଟ୍ରେନ୍ ଏହି ଯୋଜନାରେ ସାର୍ଟିଫିକେଟ୍ ପାଇବେ।
‘ସାର୍ଟିଫିକେସନ୍ ସ୍କିମ୍’ ସହ ‘ସାତ୍ତ୍ବିକ ପରିଷଦ୍’ ଏବଂ ‘ଆଇଆର୍ସିଟିସି’ ମିଳିତ ଭାବେ ‘ନିରାମିଷ ରୋଷେଇ’ ଉପରେ ଏକ ‘ହ୍ୟାଣ୍ଡ୍ବୁକ୍’ ମଧ୍ୟ ପ୍ରସ୍ତୁତି କରିବେ।
Follow Us