ପୈତୃକ ଗ୍ରାମରେ ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

Advertisment
ପୈତୃକ ଗ୍ରାମରେ ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

india tv

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବାରାଦ୍‌କର ନୂଆ ବର୍ଷ ଉପଲକ୍ଷେ ନିଜ ଭଉଣୀ ଏବଂ ବନ୍ଧୁମାନଙ୍କ ସହ ମହାରାଷ୍ଟ୍ରର ନିଜ ପୈତୃକ ଗାଁକୁ ବୁଲି ଆସିଛନ୍ତି। ଗତକାଲି ଲିଓ ଗାଁରେ ପହଞ୍ଚିବା ପରେ ସେ ନିଜର କୁଳଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଲିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗାଁକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ବିନା ପ୍ରୋଟୋକଲ୍‌ ଓ ସୁରକ୍ଷାରେ ସେ ଆସିଥିଲେ। ଲିଓଙ୍କ ଭଉଣୀ ଶୁଭଦା ବାରାଦ୍‌କର ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ। ଲିଓଙ୍କ ବାପା ଅଶୋକ ବାରାଦ୍‌କର ଜଣେ ଡାକ୍ତର ଅଟନ୍ତି ଏବଂ ସେ ୧୯୬୬ରେ ଭାରତ ଛାଡ଼ି ଆୟର୍ଲାଣ୍ଡ ଯାଇଥିଲେ। ୧୯୭୯ରେ ଲିଓ ଡବ୍‌ଲିନ୍‌ରେ ଜନ୍ମ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe