ସୁଇମିଂ ପୁଲରେ ବୁଡ଼ି ଚାଲିଗଲା ଇରଫାନଙ୍କ ମେକଅପ ଆର୍ଟିଷ୍ଟଙ୍କ ଜୀବନ

ସୁଇମିଂ ପୁଲରେ ବୁଡ଼ି ଚାଲିଗଲା ଇରଫାନଙ୍କ ମେକଅପ ଆର୍ଟିଷ୍ଟଙ୍କ ଜୀବନ

ନୂଆଦିଲ୍ଲୀ: ସୁଇମିଂ ପୁଲରେ ବୁଡ଼ି ଚାଲିଗଲା ମେକଅପ ଆର୍ଟିଷ୍ଟଙ୍କ ଜୀବନ। ୱେଷ୍ଟଇଣ୍ଡିଜ୍‌ର ଏକ ସୁଇମିଂ ପୁଲରେ ବୁଡ଼ିଯିବା କାରଣରୁ ୟୁପିର ବିଜନୋରର ବାସିନ୍ଦା ମେକଅପ୍ ଆର୍ଟିଷ୍ଟ ଫୟାଜ ଅନସାରୀଙ୍କର ମୃତ୍ୟୁ ଘଟିଛି। ଫୟାଜଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଟି-୨୦ ବିଶ୍ୱକପରେ କମେନଟେଟର ଭାବରେ ଜଡିତ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କ ସହ ତାଙ୍କ ମେକଅପ୍ ଆର୍ଟିଷ୍ଟ ଭାବେ ୱେଷ୍ଟଇଣ୍ଡିଜ ଯାଇଥିଲେ ଫୟାଜ। ଇରଫାନ୍ ହିଁ ଏବେ ତାଙ୍କ ମୃତଦେହକୁ ଭାରତ ପଠାଇବା ପାଇଁ ସମସ୍ତ ଖର୍ଚ୍ଚ ବହନ କରୁଥିବା ସାମ୍ନାକୁ ଆସିଛି। ଫୟାଜଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ମିଳିଥିବା ସୂଚନା ମୁତାବକ, ମୃତ ଫୟାଜ ଅନସାରୀ ମୂଳତଃ ବିଜନୋରର ବାସିନ୍ଦା ଥିଲେ। ସେ ଦୀର୍ଘ ବର୍ଷ ଧରି ମୁମ୍ବାଇରେ ମେକଅପ୍ ଆର୍ଟିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ। ସେଠାରେ ତାଙ୍କର ଏକ ସେଲୁନ୍ ମଧ୍ୟ ଥିଲା। ଥରେ ଭାରତୀୟ କ୍ରିକେଟର ଇରଫାନ ପଠାନ ତାଙ୍କ ସେଲୁନକୁ ଆସିଥିଲେ, ଯାହା ପରେ ଫୟାଜଙ୍କ କାମ ଇରଫାନଙ୍କୁ ପସନ୍ଦ ଆସିଥିଲା। ଏହା ପରେ ଇରଫାନ୍, ଫାୟାଜଙ୍କୁ ତାଙ୍କର ମେକଅପ୍ ଆର୍ଟିଷ୍ଟ ଭାବେ ରଖି ତାଙ୍କୁ ସାଙ୍ଗରେ ନେଇ ବିଦେଶ ଯିବା ଆରମ୍ଭ କରିଥିଲେ। ସବୁକିଛି ଠିକ ଚାଲିଥିବା ବେଳେ ୨ମାସ ପୂର୍ବେ ଫୟାଜଙ୍କ ବିବାହ ହୋଇଥିଲା। ବିବାହ ପରେ ଟି-୨୦ ବିଶ୍ବକପ ପାଇଁ ସେ ଇରଫାନଙ୍କ ସହ ୱେଷ୍ଟଇଣ୍ଡିଜ୍‌ ଯାଇଥିବା ବେଳେ ରହୁଥିବା ହୋଟେଲର ସୁଇମିଂ ପୁଲରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ଓ ପରିବାର ବର୍ଗଙ୍କ ଉପ‌ରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe