ଚୀନରେ ମିଳୁଥିବା ‘ବାଦୁଡ଼ି ସୁପ୍‌’ ପାଇଁ ବ୍ୟାପୁଛି କି କୋରୋନା ଭାଇରସ୍‌?

Advertisment
ଚୀନରେ ମିଳୁଥିବା ‘ବାଦୁଡ଼ି ସୁପ୍‌’ ପାଇଁ ବ୍ୟାପୁଛି କି କୋରୋନା ଭାଇରସ୍‌?

ବେଜିଂ:  ଚୀନରୁ ‌ବ୍ୟାପୁଥିବା କୋରୋନା ଭାଇରସ୍‌ ଏବେ ପୂରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଭାଇରାସ୍‌ର ସୃଷ୍ଟି କେଉଁଠୁ? ସୋସିଆଲ୍‌ ମିଡିଆରେ ବୁଲୁଥିବା ତଥ୍ୟ ଯଦି ସତ ହୋଇଥାଏ ତେବେ ଚୀନର ଉହ୍ବାନଠାରେ ଥିବା ସ୍ଥାନୀୟ ବଜାରରେ ମିଳୁଥିବା ବାଦୁଡ଼ି ସୁପ୍‌ ଏହି ଭାଇରସ୍‌ ବ୍ୟାପିବାର କାରଣ। ଏହି ଭାଇରସ୍‌ରେ ପୂରା ବିଶ୍ବରୁ ୮୦୦ ଲୋକ ସଂକ୍ରମିତ ହୋଇ ସାରିଥିବା ବେଳେ କେବଳ ଚୀନରୁ ୨୬ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।

publive-image SoraNews24

ସୋସିଆଲ୍‌ ମିଡିଆରେ ଏବେ ଏହି ଖବର ଜୋର୍‌ ଧରିଛି ଯେ ବାଦୁଡ଼ି ସୁପ୍‌ ପାଇଁ ହିଁ ଏହି ଭାଇରାସ୍‌ ବ୍ୟାପୁଛି। ଏପରିକି ଜଣେ ଯୁବତୀ ଦୁଇଟି ଚପ୍‌ଷ୍ଟିକ୍‌ ଧରି ବାଦୁଡ଼ି ଖାଉଥିବାର ଏକ ଫଟୋ ବି ‌ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ପ୍ରଥମେ ନାକ ଓ ଗଳାକୁ ଆକ୍ରମଣ କରୁଥି‌ବା ଏହି ରୋଗକୁ ୧୯୬୦ ମସିହାରୁ ଚିହ୍ନଟ କରାଗଲାଣି। ବାଦୁଡ଼ି ମାଂସରୁ ଏହି ଭାଇରସ୍‌ ବ୍ୟାପୁଛି ବୋଲି ଯଦିଓ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ହେଲେ ଅନେକ ଗବେଷକ ବାଦୁଡ଼ିକୁ ଏହି ଭାଇରସ୍‌ର କାରଣ ବୋଲି ସନ୍ଦେହ କରୁଛନ୍ତି।

କେବଳ ଚୀନ ନୁହେଁ, ଏହି ଭାଇରସ୍‌ ଏବେ ଭାରତକୁ ବି ପଶିବା ଆରମ୍ଭ କଲାଣି।  ମୁମ୍ବାଇର ୨ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ଏବେ ସବୁ ଭାରତୀୟଙ୍କୁ ଘାରିଛି ଭୂତାଣୁ ଭୟ । ଓଟ, ବିରାଡ଼ି, ବାଦୁଡ଼ି, ଘୁଷୁରି, ସାପ ସମେତ ଅନ୍ୟ କିଛି ପଶୁପକ୍ଷୀମାନଙ୍କ ଠାରୁ ଏହି ଭୂତାଣୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଭାଇରସ ବ୍ୟାପିବା ପଛରେ ସି-ଫୁଡ୍ ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରକାଶ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe