ଆଇଏସ୍‌ଆଇର ହନି ଟ୍ରାପ୍‌ରେ ସେନା

Advertisment

୧୨୫ ‌ଫେସବୁକ୍‌ ଆକାଉଣ୍ଟ୍‌ ଉପରେ ୟୁପି ଏଟିଏସ୍‌ର ସତର୍କ ନଜର

୧୨୫ ‌ଫେସବୁକ୍‌ ଆକାଉଣ୍ଟ୍‌ ଉପରେ ୟୁପି ଏଟିଏସ୍‌ର ସତର୍କ ନଜର

ଆଇଏସ୍‌ଆଇର ହନି ଟ୍ରାପ୍‌ରେ ସେନା

ଲକ୍ଷ୍ନୌ: ଭାରତୀୟ ସେନାବାହିନୀର ଗୁରୁତ୍ବପୂର୍ଣ୍ଣ ସୂଚନା ସବୁ ହାସଲ କରିବାପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ହନିଟ୍ରାପ୍‌କୁ ଅସ୍ତ୍ର କରିଛି। ଭାରତୀୟ ସୁରକ୍ଷାକର୍ମୀଙ୍କୁ ହନିଟ୍ରାପ୍‌ରେ ପକାଇବାପାଇଁ ପାକ୍ ଆଇଏସ୍‌ଆଇ ଯୋଜନା ପ୍ରସ୍ତୁତ କରୁଛି ଏବଂ ଏହି ଯୋଜନାକୁ ନକଲି ଆକାଉଣ୍ଟ୍‌ ମାଧ୍ୟମ‌ରେ କାର୍ଯ୍ୟକାରୀ କରୁଛି। ୟୁପି ଏଟିଏସ୍‌ (ଆତଙ୍କବାଦୀ ନିରୋଧ ଦଳ) ଏବେ ୧୨୫ ମହିଳାଙ୍କ ଫେସବୁକ୍‌ ପ୍ରୋଫାଇଲ୍‌ ଉପରେ ସତର୍କ ନଜର ରଖିଛି। ଏହି ଆକାଉଣ୍ଟ୍‌ ଗୁଡ଼ିକୁ ପାକ୍‌ ଆଇଏସ୍‌ଆଇ ହନି ଟ୍ରାପ୍‌ ପାଇଁ ବ୍ୟବହାର କରୁଛି ବୋଲି ୟୁପି ଏଟିଏସ୍‌ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି। ଏହି ଆକାଉଣ୍ଟ୍‌ ଗୁଡ଼ିକର ଫ୍ରେଣ୍ଡଲିଷ୍ଟ୍‌ରେ ଭାରତୀୟ ସ୍ଥଳ ସେନା କିମ୍ବା କେନ୍ଦ୍ରୀୟ ଅଣସାମରିକ ବାହିନୀର ଜଣେ ସଦସ୍ୟ ନିଶ୍ଚିତ ରହିଥିବା ଜଣାପଡ଼ିଛି। ଏଟିଏସ୍‌ ପକ୍ଷରୁ ଆଇବି (ଗୁଇନ୍ଦା ବ୍ୟୁରୋ) ଏବଂ ଡିଏମ୍‌ଆଇ (ଡାଇରେକ୍ଟୋରେଟ୍‌ ଅଫ୍‌ ମିଲିଟାରି ଇଣ୍ଟେଲିଜେନ୍ସ)କୁ ଏହି ତଥ୍ୟ ଦିଆଯାଇଛି। ୟୁପି ଏଟିଏସ୍‌ ଦ୍ବାରା ଚିହ୍ନଟ ହୋଇଥିବା ୧୨୫ ଫେସବୁକ୍‌ ଆକାଉଣ୍ଟ୍‌ରେ ପ୍ରାୟ ୧୦୦୦ ଫ୍ରେଣ୍ଡ୍‌ ଥିବାବେଳେ ଏଥିରେ ଭାରତୀୟ ସେନାର ଅଧିକାଂଶ ସଦସ୍ୟ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଗତବର୍ଷ ଅକ୍ଟୋବରରେ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲ୍‌ ଏବଂ ବିଏସଏଫ୍‌ ଯବାନ ଅଚ୍ୟୁତାନନ୍ଦ ମିଶ୍ରଙ୍କ ଗିରଫ ପରେ ୟୁପି ପୁଲିସ ଏହିଭଳି ଅନେକ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଉପରେ ସତର୍କ ନଜର ରଖିଛି। ଉଭୟ ନିଶାନ୍ତ ଏବଂ ଅଚ୍ୟୁତାନନ୍ଦଙ୍କୁ ପାକିସ୍ତାନ ଆଇଏସ୍‌ଆଇ ଫେସବୁକ୍‌ ମାଧ୍ୟମରେ ହନିଟ୍ରାପ୍‌ କରିଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ନେଇ ଅଗ୍ରୱାଲ୍‌ ଗିରଫ ହୋଇଥିଲେ। ଏପରିକି ଜଣେ ବରିଷ୍ଠ ସହକର୍ମୀଙ୍କ କମ୍ପ୍ୟୁଟରରୁ ସେ ତଥ୍ୟ ଚୋରି କରି ଆଇଏସ୍‌ଆଇକୁ ଦେଇଥିବା ସ୍ବୀକାର କରିଥିଲେ। ତେବେ କେବଳ ଭାରତୀୟ ସୁରକ୍ଷା ସଦସ୍ୟ ନୁହନ୍ତି ସାଧାରଣ ନାଗରିକଙ୍କୁ ମଧ୍ୟ ପାକ୍‌ ଆଇଏସ୍‌ଆଇ କୌଶଳ କ୍ରମେ ହନି ଟ୍ରାପ୍‌ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe