ଜୋ ବାଇଡେନ କ’ଣ ରାଷ୍ଟ୍ରପତି ପଦ ପାଇଁ ଏତେ ବୁଢ଼ା?

Advertisment
ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବାଇଡେନ

Image Courtesy of NDTV

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ରେ ନିର୍ବାଚନ ଲଢ଼ି ପୁଣିଥରେ କ୍ଷମତାକୁ ଆସିବାକୁ ଇଚ୍ଛା ରଖିଛନ୍ତି। କିନ୍ତୁ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି କ’ଣ ଦ୍ବିତୀୟ ଥର ନିର୍ବାଚିତ ହେଲେ ରାଷ୍ଟ୍ର ଚଳେଇପାରିବେ, ଏହି ପ୍ରଶ୍ନ ଏବେ ଦେଶସାରା ଗୁଞ୍ଜନ ସୃଷ୍ଟି କରୁଛି। ଏ ବୟସରେ ବାଇଡେନ ମଧ୍ୟପ୍ରାଚ୍ୟ ଗସ୍ତ କରିବାକୁ ଯୋଜନା କରିଥିବା ବେଳେ ସେ ୨୦୨୪ରେ ଦ୍ବିତୀୟ ପାଳି ପାଇଁ ଇଚ୍ଛାପୋଷଣ କରୁଥିବାରୁ ଡେମୋକ୍ରାଟ୍‌ମାନଙ୍କ ଭିତରେ ଆଲୋଚନା ଆରମ୍ଭ ହୋଇଗଲାଣି। କାରଣ ନଭେମ୍ବର ୨୦ରେ ଅଶୀ ପଶିବାକୁ ଯାଉଥିଲେ ମଧ୍ୟ ‌ବାଇଡେନଙ୍କ ଛଡ଼ା ସର୍ବୋଚ୍ଚ ପଦ ଲାଗି ଦଳରେ ଆଉ କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି।

ଦ’ ଆଟଲାଣ୍ଟିକ୍‌ରେ ପ୍ରକାଶିତ ଏକ ନିବନ୍ଧ ଅନୁସାରେ ଜୋ ବାଇଡେନ୍ ରାଷ୍ଟ୍ରପତି ଭାବେ ଦେଶ ଚଳାଇବା ପାଇଁ ବର୍ତ୍ତମାନ ଯୋଗ୍ୟ ଅଛନ୍ତି। କିନ୍ତୁ ମାତ୍ରାଧିକ ବୟସ ଦୃଷ୍ଟିରୁ ଆସନ୍ତା ନିର୍ବାଚନ ବେଳକୁ ସେ ପାରିବେ ନାହିଁ। ଅନ୍ୟପକ୍ଷରେ ବିରୋଧୀଙ୍କ ଦାବି ଅନୁଯାୟୀ ବାଇଡେନ ଏବେ ବି ଯୋଗ୍ୟ ନୁହନ୍ତି କାରଣ ସେ ଡିମେନ୍ସିଆ (ବାର୍ଦ୍ଧକ୍ୟଜନିତ ମାନସିକ ରୋଗ)ରେ ପୀଡ଼ିତ। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେ ଅନୁଯାୟୀ ୬୪ ପ୍ରତିଶତ ଡେମୋକ୍ରାଟିକ୍ ଭୋଟର ୨୦୨୪ରେ ଜଣେ ନୂଆ ପ୍ରାର୍ଥୀ ଚାହାନ୍ତି। ବୟସ ଦୃଷ୍ଟିରୁ ବାଇଡେନଙ୍କୁ ସେମାନେ ଏଥିପାଇଁ ଅନୁପଯୁକ୍ତ ବୋଲି ଭାବୁଛନ୍ତି। କାରଣ ଦ୍ବିତୀୟ ପାଳି ଆରମ୍ଭ ହେଲା ବେଳକୁ ବାଇଡେନଙ୍କୁ ୮୨ ବର୍ଷ ହୋଇଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe