The Indian Express
ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍) କରିଥିବା ଅଭିଯୋଗକୁ ଦିଲ୍ଲୀ ଜେଲ୍ ବିଭାଗ ପ୍ରତ୍ୟାଖ୍ୟାନ କରିଛି । ଏପରି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗତ ଫେବ୍ରୁଆରି ୨୬ରେ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ସେହିପରି ତାଙ୍କ ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ହେବ।
ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ସୌରଭ ଭରଦ୍ୱାଜ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ମନୀଷ ସିସୋଦିଆଙ୍କୁ ରାଜନୈତିକ ଭାବେ ହତ୍ୟା କରିବାକୁ ଚାହୁଁଛନ୍ତି। ସୌରଭ ଭରଦ୍ୱାଜ ହୋଲି ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଜେଲ ବିଭାଗ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ଯୋଗୁଁ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ ଜେଲରେ ଅଛନ୍ତି। କୌଣସି ଷଡ଼ଯନ୍ତ୍ର କରି ତାଙ୍କୁ ତିହାରର ଏକ ନମ୍ବର ଜେଲରେ ରଖାଯାଇଥିବା ଜଣାପଡିଛି ।
ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ବିଚାରାଧୀନ କଏଦୀମାନଙ୍କୁ ଏକ ନମ୍ବର ଜେଲରେ ରଖାଯାଉ ନାହିଁ ବୋଲି ମଧ୍ୟ ସାମ୍ନାକୁ ଆସିଛି। ସମଗ୍ର ଦେଶର ସବୁଠାରୁ ବିପଜ୍ଜନକ, ହିଂସାତ୍ମକ ଏବଂ ଅପରାଧୀଙ୍କୁ ଏକ ନମ୍ବର ଜେଲରେ ରଖାଯାଇଛି। ଏହି ଜେଲରେ ଅନେକ ଜଘନ୍ୟ ଅପରାଧୀ ଅଛନ୍ତି । ଛୋଟ ଇଶାରାରେ ସେମାନେ କାହାକୁ ମଧ୍ୟ ହତ୍ୟା କରିପାରନ୍ତି। ତାଙ୍କ ବିରୋଧରେ ଡଜନାଧିକ ହତ୍ୟା ମାମଲା ରହିଛି। ଏଭଳି ସ୍ଥିତିରେ ସେମାନଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହେବ ବୋଲି ସେମାନଙ୍କ ପାଇଁ କିଛି ଫରକ ପଡ଼ୁନାହିଁ।
Follow Us