Image Courtesy of India Today
ଅମୃତସର : ପଞ୍ଜାବରେ ରାହୁଲ ଗାନ୍ଧିଙ୍କର ଏକ ନିର୍ବାଚନୀ ରାଲି ଚାଲିଥିବା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଉଡ଼ାଣକୁ ଅନୁମତି ମିଳି ନ ଥିଲା। ତା’ରି ପ୍ରତିଶୋଧ ନେବା ପାଇଁ ତାଙ୍କ ହେଲିକପ୍ଟରକୁ ଅଟକାଯାଇଥିଲା ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଅଭିଯୋଗ କରିଛନ୍ତି।
ପଞ୍ଜାବ ନିର୍ବାଚନ ଉପଲକ୍ଷେ ପଞ୍ଚାୟତ ଆଜ୍ ତକ୍ କାର୍ଯ୍ୟକ୍ରମରେ ଭାଷଣ ଦେଇ ଚନ୍ନି କହିଲେ- ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଆମେ ତାଙ୍କୁ ସମ୍ମାନ ଦେଉଛୁ। ଆମେ ଏହା ଥରେ ନୁହେଁ ବାରମ୍ବାର କହୁଛୁ। ଏହା ଆମେ ଆମ ଅନ୍ତରରୁ କହୁଛୁ। ଯଦି ତାଙ୍କ ଉପରେ କିଛି ବିପଦ ଆସେ ଆମେ ଆଗେ ଆମ ଛାତି ଦେଖେଇଦବୁ। ଦେଶର ସୁରକ୍ଷା ପାଇଁ ପଞ୍ଜାବ ଢେର ବଳିଦାନ ଦେଇଛି। ପଞ୍ଜାବ ଦେଶକୁ ଖାଦ୍ୟ ଯୋଗାଉଛି। ମୋର ଦୋଷ କ’ଣ ଥିଲା? ପ୍ରଧାନମନ୍ତ୍ରୀ ଦୋଆବ ଯାଇଥିଲେ ବୋଲି ମୋତେ ଦୋଆବ ଓ ମାଞ୍ଝା ଯିବାରୁ ରୋକାଯାଇଥିଲା। ତା’ପରେ ସେ (ମୋଦୀ) କହିଲେ ଯେ ତାଙ୍କ ହେଲିକପ୍ଟରକୁ କୁଆଡ଼େ ପଠାନକୋଟରେ ଅଟକାଯାଇଥିଲା। ତା’ହେଲେ ମୋ ହେଲିକପ୍ଟରକୁ ଅଟକାଇ ସେ କ’ଣ ତା’ର ପ୍ରତିଶୋଧ ନେଇଛନ୍ତି? ସୋମବାର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ନୋ-ଫ୍ଲାଇ ଜୋନ୍ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ଚଣ୍ଡିଗଡ଼ର ରାଜେନ୍ଦ୍ର ପାର୍କରୁ ଚନ୍ନିଙ୍କ ହେଲିକପ୍ଟରକୁ ଉଡ଼ିବାକୁ ଦିଆଯାଇ ନ ଥିଲା।
Follow Us