‘ଆମ ଏୟାରଲାଇନ୍‌ କ’ଣ ସୁରକ୍ଷିତ?’ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କଲେ ବେତନରୁ ବଞ୍ଚିତ ଏୟାର ଇଣ୍ଡିଆ ପାଇଲଟ

Advertisment
‘ଆମ ଏୟାରଲାଇନ୍‌ କ’ଣ ସୁରକ୍ଷିତ?’ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କଲେ ବେତନରୁ ବଞ୍ଚିତ ଏୟାର ଇଣ୍ଡିଆ ପାଇଲଟ

ନୂଆଦିଲ୍ଲୀ: ‘ଆମର ଏୟାରଲାଇନ୍‌ କ’ଣ ସୁରକ୍ଷିତ?’ ଏକଥା ଆଉ କେହି ନୁହେଁ; ବରଂ ଖୋଦ୍‌ ଏୟାର ଇଣ୍ଡଆର ପାଇଲଟମାନେ ଆଜି ଦୁଇ ପୃଷ୍ଠା ସମ୍ବଳିତ ଏକ ଦୀର୍ଘ ପତ୍ର ଜରିଆରେ ପ୍ରଶ୍ନ କରିଛନ୍ତି ଏୟାର ଇଣ୍ଡିଆର ଅଧ୍ୟକ୍ଷଙ୍କୁ। ବିଗତ ପାଞ୍ଚ ମାସ ଧରି ବେତନ ପାଇ ନଥିବା ଏୟାର ଇଣ୍ଡିଆର ପାଇଲଟମାନେ ଆଜି ଇଣ୍ଡିଆନ୍‌ କର୍ମସିଆଲ ପାଇଲଟସ୍‌ ଆସୋସିଏସନ୍‌ (ଆଇସିପିଏ) ଜରିଆରେ ଏୟାର ଇଣ୍ଡିଆର ଅଧ୍ୟକ୍ଷଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ସମଗ୍ର ବିଶ୍ୱରେ ଭାରତୀୟ ବିମାନ ଚଳାଚଳ ସେବା ବେଶ୍‌ ଅଗ୍ରଗତି କରି ଚାଲିଥିବା ବେଳେ ଏହାର ଦୁଇଟି ପ୍ରମୁଖ ଏୟାରଲାଇନ୍‌ ଏବେ ଘୋର ଆର୍ଥିକ ରୁଗ୍‌ଣ ଅବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି।

ଏ ପରିସ୍ଥିତିରେ, ଆମର ଏୟାରଲାଇନ୍‌ କ’ଣ ସୁରକ୍ଷିତ? କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ଏୟାର ଇଣ୍ଡିଆ ଅଧ୍ୟକ୍ଷଙ୍କୁ। ଯଦିଓ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ନିୟମିତ ଓ ବାଧ୍ୟତାମୂଳକ ଭାବେ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଛି, ତଥାପି ଏୟାର ଇଣ୍ଡିଆ ପାଇଲଟ ମାନଙ୍କର ଏପ୍ରକାର ପ୍ରଶ୍ନ ଏୟାର ଇଣ୍ଡିଆ ବିମାନରେ ସୁରକ୍ଷିତ ଯାତ୍ରା ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି।

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe