ବାଂଲାଦେଶ ସଙ୍କଟ ପଛରେ ପାକିସ୍ତାନର ହାତ ଅଛି କି: ସର୍ବଦଳୀୟ ବୈଠକରେ ରାହୁଲଙ୍କ ପ୍ରଶ୍ନ

Advertisment
ବାଂଲାଦେଶ ସଙ୍କଟ ପଛରେ ପାକିସ୍ତାନର ହାତ ଅଛି କି: ସର୍ବଦଳୀୟ ବୈଠକରେ ରାହୁଲଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ବାଂଲାଦେଶର ସଙ୍କଟ ସ୍ଥିତି ନେଇ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ନେତୃତ୍ବରେ ଏକ ସର୍ବଦଳୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବ‌ୈଠକରେ ଯୋଗଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ କରିଥି‌ଲେ ଯେ ବାଂଲାଦେଶର ଏହି ପରିସ୍ଥିତି ପଛରେ କୌଣସି ବିଦେଶୀ ଶକ୍ତିର ହାତ ଅଛି କି? ରାହୁଲ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ପଚାରିଛନ୍ତି ଯେ ବାଂଲାଦେଶରେ ଘଟୁଥିବା ଘଟଣାରେ ବିଦେଶୀ ଶକ୍ତି ବିଶେଷ କରି ପାକିସ୍ତାନ ସମ୍ପୃକ୍ତ ଅଛି କି ନାହିଁ?

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ପଡୋଶୀ ଦେଶରେ ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ରଣନୀତି ବିଷୟରେ ମଧ୍ୟ ପଚାରିଛନ୍ତି । ବ‌ୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ସୋମବାର ସନ୍ଧ୍ୟାରେ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତ ସହାୟତା ପ୍ରଦାନ କରିଛି ଏବଂ ଭବିଷ୍ୟତର କାର୍ଯ୍ୟାନୁଷ୍ଠାନ ସ୍ଥିର କରିବାକୁ ମଧ୍ୟ ତାଙ୍କୁ ସମୟ ଦେଇଛି।

ରାହୁଲ ଗାନ୍ଧୀଙ୍କ ସମେତ ବହୁ ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର ବାଂଲାଦେଶ ସଙ୍କଟରେ ବିଦେଶୀ ଶକ୍ତିଙ୍କ ଭୂମିକାକୁ ଅସ୍ୱୀକାର କରିନାହାନ୍ତି। ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ବୋଲି ସେ କହିଛନ୍ତି। ବାଂଲାଦେଶର ପରିବର୍ତ୍ତିତ ପରିସ୍ଥିତି ଉପରେ ଭାରତ ସରକାର ନଜର ରଖିଛନ୍ତି। ଏଥି ସହ ରାହୁଲ କହିଛନ୍ତି ସେ ଏହି ପ୍ରସଙ୍ଗରେ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ। ଏହି ସମୟରେ ରାହୁଲ ଗାନ୍ଧୀ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଅବସ୍ଥାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସର୍ବଦଳୀୟ ବୈଠକରେ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଜେଡିୟୁ ନେତା ତଥା କେନ୍ଦ୍ରୀୟ ନେତା ରାଜୀବ ରଂଜନ ସିଂ ଲଲନ ଯୋଗ ଦେଇଥିଲେ।

ସେହିପରି ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ଜେଡିଏସ ନେତା ତଥା କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀ, ଡିଏମକେ ନେତା ଟିଆର ବାଲୁ, ଏସପି ନେତା ରାମ ଗୋପାଳ ଯାଦବ, ତୃଣମୂଳ କଂଗ୍ରେସର ସୁଦୀପ ବାନ୍ଦୋପାଧ୍ୟାୟ, ଏନସିପି ନେତା ସୁପ୍ରିୟା ସୁଲେ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe