ପୁଣି ନୂଆ ସିନେମାପାଇଁ ଚୁକ୍ତିବଦ୍ଧ ହେଲେ ରଜନୀକାନ୍ତ, ରାଜନୈତିକ ସମୀକ୍ଷକ କହିଲେ ‘ରାଜନୀତି ପ୍ରତି ଗମ୍ଭୀର ନୁହନ୍ତି ତାମିଲ ସୁପରଷ୍ଟାର’

ପୁଣି ନୂଆ ସିନେମାପାଇଁ ଚୁକ୍ତିବଦ୍ଧ ହେଲେ ରଜନୀକାନ୍ତ, ରାଜନୈତିକ ସମୀକ୍ଷକ କହିଲେ ‘ରାଜନୀତି ପ୍ରତି ଗମ୍ଭୀର ନୁହନ୍ତି ତାମିଲ ସୁପରଷ୍ଟାର’

image source--hindustantimes

ଚେନ୍ନାଇ: ତାମିଲନାଡ଼ୁରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କୋଡ଼ିଏ ମାସ ବାକି ଥିବା ବେଳେ ସୁପରଷ୍ଟାର ରଜନୀକାନ୍ତ ପୁଣି ଏକ ନୂଆ ସିନେମାପାଇଁ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। ନିକଟରେ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଏଆର ମୁରୁଗାଦୋସଙ୍କ ଫିଲ୍ମ‘ଦରବାର’ର ସୁଟିଂ ଶେଷ କରିଛନ୍ତି।

ଦୀର୍ଘଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାମିଲ ସୁପରଷ୍ଟାର ରଜନୀକାନ୍ତ ନିଜର ରାଜନୈତିକ ଦଳ ଗଢି ର୍ନିବାଚନ ଲଢିବେ ବୋଲି ଘୋଷଣା କରିବାପରେ ସେ ୫ଟି ସିନେମାରେ କାମ କରିଲେଣି ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ଗତକାଲିଠାରୁ ରଜନୀକାନ୍ତ ୧୦ଦିନିଆ ହିମାଳୟକୁ ଆଧ୍ୟାତ୍ମିକ ଗସ୍ତରେ ଯାଇଛନ୍ତି।

ଏହାପରେ ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ଯେ ତାମିଲ ସୁପରଷ୍ଟାର ରଜନୀକାନ୍ତ ବୋଧହୁଏ ରାଜନୀତି ପ୍ରତି ଗମ୍ଭୀର ନୁହନ୍ତି।କିନ୍ତୁ ରଜନୀକାନ୍ତଙ୍କ ଦୁଇ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ରାଜ୍ୟର ସବୁ ବିଧାନସଭା ଆସନ ପାଇଁ ଲଢ଼ିବ ରଜନୀକାନ୍ତଙ୍କ ରାଜନୈତିକ ଦଳ।

publive-image image source- indiatoday

ସୂଚନାଯୋଗ୍ୟ ରଜନୀକାନ୍ତଙ୍କ ଏହି ଘୋଷଣା ପରେ ବିରୋଧୀମାନେ ମଧ୍ୟ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ତାଙ୍କ ପରି ଜଣେ ଅଶିକ୍ଷିତ ଓ ସମ୍ବେଦନହୀନ ବ୍ୟକ୍ତି ରାଜନୀତି କରିପାରିବେ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe