ରାଜଧାନୀ ଦିଲ୍ଲୀରୁ ଗିରଫ ହେଲେ ୩ କୁଖ୍ୟାତ ଆଇଏସ୍‌ ଆତଙ୍କବାଦୀ

ହଜିଯାଇଥିବା ୧୦୦ ପିଲାଙ୍କୁ ଖୋଜି ସେମାନଙ୍କ ବାପା-ମାଙ୍କ ପାଖକୁ ପଠାଇଲେ ଦିଲ୍ଲୀ ପୁଲିସ

News Nation

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ରାଜଧାନୀ ଦିଲ୍ଲୀରୁ ସ୍ୱତନ୍ତ୍ର ସେଲ୍‌ ପୁଲିସ୍‌ ଆଜି ଅପରାହ୍ଣରେ ୩ ଜଣ କୁଖ୍ୟାତ ଆଇଏସ୍‌ (ଇସ୍‌ଲାମିକ୍‌ ଷ୍ଟେଟ) ଆତଙ୍କବାଦୀଙ୍କୁ ଗିରଫ ଘଟଣା ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ; ଏହି ଘଟଣାକୁ କେନ୍ଦ୍ରକରି ଦିଲ୍ଲୀ ପୁଲିସ ଆଖିରୁ ନିଦ ହଜିଯାଇଛି। ଏଥିସହ ଏହି ଆତଙ୍କବାଦୀଙ୍କୁ ଗିରଫ ପରେ ଦିଲ୍ଲୀର ସମସ୍ତ ସମ୍ବେଦନଶୀଳ ଓ ସ୍ପର୍ଶକାତର ଅଞ୍ଚଳରେ ହାଇଆଲର୍ଟ ଜାରି କରି ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

publive-image News Nation

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ନୂଆଦିଲ୍ଲୀର ଓ୍ଵାଜିରାବାଦ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଆତ୍ମଗୋପନ କରି ରହିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ବିଶେଷ ସୂଚନା ମିଳିବା ପରେ ଦିଲ୍ଲୀ ସ୍ୱତନ୍ତ୍ର ସେଲ୍‌ ପୁଲିସ୍‌ର ଏକ ଟିମ୍‌ ସେମାନଙ୍କୁ ଗିରଫ କରିବା ପାଇଁ ଓ୍ଵାଜିରାବାଦ ଅଞ୍ଚଳକୁ ଯାଇଥିଲା। ତେବେ, ପୁଲିସ୍‌ ସେମାନଙ୍କୁ ଗିରଫ କରିବାକୁ ଯିବାବେଳେ ପୁଲିସ୍‌ ସହିତ ସେମାନଙ୍କର ଏନ୍‌କାଉଣ୍ଟର ହୋଇଥିଲା। କିନ୍ତୁ, ଦିଲ୍ଲୀରୁ ସ୍ୱତନ୍ତ୍ର ସେଲ୍‌ ପୁଲିସ୍‌ ଟିମ୍‌ ସେମାନଙ୍କୁ କାବୁ କରି ଗିରଫ କରିବାରେ ସମର୍ଥ ହୋଇଥିଲା। ଏମାନଙ୍କୁ ଗିରଫ କରାଯିବା ପରେ ଏମାନଙ୍କ ନିକଟରୁ ବିପୁଳ ମାତ୍ରାର ମାରଣାସ୍ତ୍ର ସହ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସ୍‌ର କାଗଜପତ୍ର ମଧ୍ୟ ଜବତ କରିଥିଲା ପୁଲିସ୍‌। ତେବେ, ଆସନ୍ତା ୨୬ ତାରିଖରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରୁ ୩ ଆଇଏସ୍‌ ଆତଙ୍କବାଦୀଙ୍କ ଗିରଫ ଘଟଣା ପୁଲିସ୍‌ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe