ଇଶାନ-ଶ୍ରେୟସ ପୁଣି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ଫେରିପାରିବେ, ରହିଛି ଏବେ ବି ଶେଷ ଉପାୟ

Advertisment
ଇଶାନ-ଶ୍ରେୟସ ପୁଣି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ଫେରିପାରିବେ, ରହିଛି ଏବେ ବି ଶେଷ ଉପାୟ

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ଇଶାନ କିଶନ ଏବଂ ଶ୍ରେୟସ ଆୟରଙ୍କୁ ବାହାର କରାଯାଇଛି। ତେବେ ଉଭୟ ଖେଳାଳିଙ୍କ ପାଇଁ ପୁଣି ଫେରିବା‌ର ଶେଷ ଉପାୟ ରହିଛି।

ଉଭୟ ଖେଳାଳି ଘରୋଇ କ୍ରି‌କେଟ ଖେଳିବାକୁ ଅଣଦେଖା କରିଥିଲେ। ତେଣୁ ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୩ ଏକଦିବସୀୟ ବିଶ୍ବକପରେ ଦୁହେଁ ଖେଳିଥିଲେ। ଇଶାନଙ୍କୁ ପ୍ଲେଇଙ୍ଗ-୧୧ରେ ସାମିଲ କରାଯାଇ ନଥିଲା। କିନ୍ତୁ ଶ୍ରେୟସ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ସେ ଏକ ଶତକ ଏବଂ ଦୁଇ ଅର୍ଦ୍ଧଶତକ ମଧ୍ୟ କରିଥିଲେ। ସେହିପରି ଇଂଲଣ୍ଡ ସହ ଖେଳା ଯାଉଥିବା ଟିମରେ ଶ୍ରେୟସ ରହିଛନ୍ତି।
ଇଶାନଙ୍କୁ ନେଇ ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା ବିସିସିଆଇ ୱିକେଟ କିପରଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିପାରେ। ଇଶାନ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରୁ ଛୁଟି ମାଗିଥିଲେ। ଏହାପରେ ବିସିସିଆଇ ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପରାମର୍ଶ ଦେଇଥିଲା। ମାତ୍ର ଇଶାନ ଏହାକୁ ଅଣଦେଖା କରିଥିଲେ।

ପୁଣି ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ଫେରିବା ପାଇଁ ଶେଷ ବାଟ ଏବେ ବି ଖୋଲା ରହିଛି। ବିସିସିଆଇ ନିୟମ ଅନୁସାରେ ଯଦି ଇଶାନ ଏବଂ ଶ୍ରେୟସ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ୩ ଟେଷ୍ଟ ମ୍ୟାଚ କିମ୍ବା ୮ ଏକଦିବସୀୟ ଅବା ୧୦ ଟି-୨୦ ମ୍ୟାଚ ଖେଳି ନିଅନ୍ତି ତେବେ ଉଭୟ ପୁଣି ଥରେ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ଫେରି ପାରିବେ। ମାତ୍ର ଏହା ପରେ ଉଭୟଙ୍କୁ ସି ଗ୍ରେଡରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe