ବୁର୍ଖା ପିନ୍ଧି ହନୁମାନ ଚାଳିଶା ପାଠରେ ସାମିଲ ହେବା ଯୋଗୁଁ ମୁସଲମାନ୍ ମହିଳାଙ୍କୁ ଘର ଖାଲି କରିବା ଓ ଜୀବନରୁ ମାରି ଦେବାକୁ ଧମକ

photo-swentoday

କୋଲକାତା: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେବାରୁ ବିଜେପି ନେତ୍ରୀ ଇସରତ ଜାହାଁଙ୍କୁ ଜୀବନକୁ ମାରିବା ଧମକ ଏବଂ ଘର ଖାଲି କରିବାକୁ ଚେତାବନୀ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଇସରତ ଗତକାଲି ହାୱଡାର ଡବସନ ରୋଡରେ ଥିବା ସଙ୍କଟମୋଚନ ହନୁମାନ ମନ୍ଦିରରେ ଆୟୋଜିତ ହନୁମାନ ଚାଳିଶା ପାଠରେ ସାମିଲ ହୋଇଥିଲେ। ଏହି ଖବର ପାଇବାମାତ୍ରେ ଇସରତଙ୍କୁ ତାଙ୍କ ଘର ମାଲିକ ମନାଜୀର ହୁସେନ ତାଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଘର ଖାଲି କରିବା ନିର୍ଦ୍ଦେଶ ସହ ଇସରତଙ୍କୁ ଜୀବନରୁ ମାରିବା ନେଇ ମଧ୍ୟ ଧମକ ଦିଆଯାଉଛି । ଇସରତ ବୁର୍ଖା ପିନ୍ଧି ହନୁମାନ ଚାଳିଶାର ପାଠରେ ସାମିଲ ହେବା ଉପରେ ଆପତ୍ତି ଉଠାଇଛନ୍ତି କିଛି ମୁସଲିମ୍ ଲୋକ। ସେମାନେ ଇସରତଙ୍କ ଘର ବାହାରେ ବହୁ ସଂଖ୍ୟାରେ ଏକାଠି ହୋଇ ଘର ଖାଲି କରିବାକୁ ଧମକ ଦେଇଥିଲେ ।

publive-image photo--ani

ଏହି ଘଟଣା ପରେ ଇସରତ ପୁଲିସ ପ୍ରଶାସନକୁ ସୁରକ୍ଷା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe